X-କ୍ଲାସ୍ ସୌରଝଡ଼ ସବୁଠୁ ଅଧିକ ଶକ୍ତିଶାଳୀ। ଯାହାକୁ ନାସା ସୂର୍ଯ୍ୟଙ୍କ ନିକଟରୁ ଆସୁଥିବା ବିଶାଳ ବିସ୍ଫୋରଣ ରୂପରେ ବର୍ଣ୍ଣନା କରିଛି, ଯାହାକି ଆଲୋକ ଓ ଉଚ୍ଚ ଗତି ସଂପନ୍ନ କଣିକାଗୁଡ଼ିକୁ ଅନ୍ତରୀକ୍ଷକୁ ପଠାଇଥାଏ। ପୃଥିବୀରେ ପୂର୍ବରୁ ସୌରଝଡ଼ କାରଣରୁ ସର୍ଟୱେବ୍ ରେଡିଓରେ ବାଧା ସୃଷ୍ଟି ହୋଇଥିଲା।
ଶୁକ୍ରବାର ଦିନ ଏକ ଶକ୍ତିଶାଳୀ ସୌର ଝଡ଼ ପୃଥିବୀକୁ ଧକ୍କା ଦେଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ପୃଥିବୀକୁ ଧକ୍କା ଦେଇଥିବା ଏହା ସବୁଠାରୁ ଶକ୍ତିଶାଳୀ ସୌର ଝଡ଼ ଥିଲା, ଯେଉଁ କାରଣରୁ ତସ୍ମାନିଆରୁ ବ୍ରିଟେନ ପର୍ଯ୍ୟନ୍ତ ଆକାଶରେ ପ୍ରବଳ ବଜ୍ରପାତ ହୋଇଥିଲା।
ସୂର୍ଯ୍ୟରୁ ବାହାରିଛି ସବୁଠାରୁ ବଡ ବିସ୍ଫୋଟକ। ଏହା ଶୁକ୍ର ସହ ଧକ୍କା ଖାଇଛି। ଏହି ସପ୍ତାହରେ ଏମିତି ଦୁଇ ଥର ହେଲାଣି। ଏହି ପ୍ଲାଜ୍ମା ସୂର୍ଯ୍ୟଙ୍କ ବିପରୀତ ପାର୍ଶ୍ୱରୁ ବାହାରିଥିବାରୁ ତାହା ପୃଥିବୀରୁ ଦେଖାଯାଇ ନାହିଁ।
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌର ଝଡ଼ ! ଆଗାମୀ ଦିନରେ ଏହି ଝଡ଼ ପୃଥିବୀ ସହ ଧକ୍କା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଯଦି ଏହା ପୃଥିବୀପୃଷ୍ଠରେ ଧକ୍କା ହୁଏ, ତା’ହେଲେ ସାରା ବିଶ୍ୱରେ ବ୍ଲାକ୍ଆଉଟ୍ ହେବାର ବିପଦ ରହିଛି।