ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ 'ପାଣ୍ଡିଆନ୍ ଆମ ମୁଖ୍ୟମନ୍ତ୍ରୀ' ମନ୍ତବ୍ୟକୁ ନେଇ ରାଜନୀତି । ଏହି ପ୍ରସଙ୍ଗରେ ଦେବୀ ମିଶ୍ରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି । ବିଜେପି ରାଜ୍ୟ ପରିଷଦ ସଦସ୍ୟ ମନୋଜ ପଣ୍ଡା କହିଛନ୍ତି ଯେ, ଟିକେଟ୍ ଆଶାରେ ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ ସେ ଏଭଳି କହିଥାଇପାରନ୍ତି ।
ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡି ସରକାର ସବୁକିଛି କରିପାରନ୍ତି । ବିଜେଡି ସରକାରଙ୍କ କାମ ହେଉଛି ସବୁ ଲୋକ ଦେଖାଣିଆ । ଅର୍ଥାତ ବାହାର ଚିକ୍କଣ ଭିତର ଫମ୍ପା । ଏ କଥା ଆମେ କହୁନୁ, ଏ କଥା କହୁଛି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଗାଁ ।