• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କ୍ଷମତା ପାଇଁ ବିଜେଡି ନେତା ଏତେ ତଳକୁ ବି ଖସିପାରନ୍ତି । ଏ କଥା କହୁଛନ୍ତି ସ୍ଥାନୀୟ ଲୋକ । ଘଟଣାଟି ହେଉଛି ଏହିପରି । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନର୍ଗତ ନିମସାହି ପଞ୍ଚାୟତ ର ଜେମାଦେଇ ପୁର ଶାସନ ହେଉଛି ବିଧାୟକ ଦେବୀ ମିଶ୍ରଙ୍କ ଗାଁ । ଏଇ ଗାଁର ଏଇ ଛାତ ଘରଟିକୁ ଦେଖନ୍ତୁ । ବାହାର ପୂରା ଚିକ୍କଣ । ରଙ୍ଗ ବି ଦିଆଯାଇଛି । ହେଲେ ଭିତରେ ଠୁଣି ଲାଗିଛି ।

ମୁଖ୍ୟମନ୍ତ୍ରୀ ଏବେ ରାଜ୍ୟରେ ୭୦ଲକ୍ଷ ମହିଳାଙ୍କ ଆତ୍ମ ନିର୍ଭର ନିମନ୍ତେ ମିଶନ ଶକ୍ତି ନାମରେ ଡିଣ୍ଡିମ ପିଟୁଛନ୍ତି । ତେବେ ତାଙ୍କ ସରକାରଙ୍କ ଆନ୍ତରିକତା ହାଟ ରେ ପଡି ଦାଣ୍ଡରେ ଗଡ଼ିଲାଣି। ଏଇ ଘରକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ମହିଳା ମାନଙ୍କ ପାଇଁ ତିଆରି ହୋଇଛି ମିଶନ ଶକ୍ତି ଘର । ଛାତ ପଡିବାର 8 ଦିନ ପରେ ଆଉ ବାହାରେ ଠୁଣି ନାହିଁ । କିନ୍ତୁ ଭିତରେ ଲାଗିଛି ଠୁଣି । ଅର୍ଥାତ ଠୁଣି ଖୋଲାଯାଇନାହିଁ । ତରବରିଆ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଉଦଘାଟନ ପୂର୍ବରୁ ବିଭାଗୀୟ ଅଧିକାରୀ ଏହାର ଯାଞ୍ଚ କରିଥିଲେ ନା ନାହିଁ, ତାହା ଜଣାପଡିନାହିଁ । ଏଠି ଶାସନ କଳ କାମ କରୁଛି ନା ବିଜେଡି ନେତା ସର୍ବେସର୍ବା, ତାହା ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଛନ୍ତି । । ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପୂର୍ବରୁ ଏହାର ଯାଞ୍ଚ କରାଯାଇ ପାରିଥାଆନ୍ତା । କିନ୍ତୁ ଏ କ୍ଷେତ୍ରରେ ତାହା ହୋଇନାହିଁ । ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଆଙ୍କି ଏଠାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଉପହାସ କରାଯାଇଥିବା ଲୋକମାନେ କହୁଛନ୍ତି । କାମ ଶେଷ ହୋଇନାହିଁ । କିନ୍ତୁ ଭର୍ଚୁଆଲରେ ଓଡିଶାବାସୀଙ୍କୁ ଜଣାଇ ଦିଆଗଲା, ଆଜି ଠାରୁ ଏହା ବ୍ୟବହାର ଉପଯୋଗୀ ହେଲା । ଉଦଘାଟିତ ହୋଇଥିବା ଅନ୍ୟ ମିଶନ ଶକ୍ତି ଗୃହଗୁଡିକର ଅବସ୍ଥା କେମିତି ଅଛି, ତାହା ଜଣାପଡିନାହିଁ । କିନ୍ତୁ ଭାତ ହାଣ୍ଡିରୁ ଗୋଟିଏ ଭାତ ଦେଖିବା ପରି ଅବସ୍ଥା ହୋଇଛି । ତେବେ ପ୍ରଶ୍ନ ଉଠୁଛି, ସରକାର କାହା ପାଇଁ କାମ ଶେଷ ହୋଇନଥିବା ଗୃହର ତରବରିଆ ଉଦଘାଟନ କରିଛନ୍ତି, ଲୋକଙ୍କ ପାଇଁ ନା ଭୋଟ ପାଇଁ ।

 

ତରବରିଆ ଭାବରେ ଆଗ ରେ ରଙ୍ଗ ବୋଳି ଠିକାଦାର ପଇସା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ବିଧାୟକ ଙ୍କ ଦେବୀ ମିଶ୍ରଙ୍କ ପିଛା ଛାଡ଼ୁନି ଗୋଟିଏ ପରେ ଗୋଟିଏ ବିବାଦ।

ନରସିଂହପୁରରୁ ସର୍ବେଶ୍ୱର ସ୍ୱାଇଁଙ୍କ ରିପୋର୍ଟ