ପଛ ସିଟ୍ ବେଲ୍ଟ ବାଧ୍ୟତାମୂଳକ ନିଷ୍ପତ୍ତିକୁ ସ୍ୱାଗତ କରିଛି ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମାନୁଫାକ୍ଚର୍ସ।
ଦୁଇ ଚକିଆ, ତିନି ଚକିଆ ଯାନ ବାଦ୍ ଯେଉଁ ଗାଡ଼ିରେ ୮ରୁ କମ୍ ସିଟ୍ ଥିବ ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ୮ରୁ କମ୍ ସିଟ୍ ବିଶିଷ୍ଟ ଗାଡ଼ିରେ ପଛରେ ଯେଉଁ ଯାତ୍ରୀ ସାମ୍ନାକୁ ମୁହଁ କରି ବସୁଥିବେ ସେମାନେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ।
ଯେଉଁମାନେ ପଛ ସିଟ୍ରେ ବସିଥିବେ ଓ ସିଟ୍ ବେଲ୍ଟ ପିନ୍ଧି ନଥିବେ ସେମାନେ ଫାଇନ୍ ଗଣିବେ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି।