ଯାହା ଆଶା କରାଯାଉଥିଲା ସେଇୟା ହିଁ ହେଲା । ଭାରତ ବିଲାୱଲଙ୍କୁ ତାଙ୍କ ସ୍ଥାନ ଦେଖାଇ ଦେଇଛି । କିଛି ଦିନ ତଳେ ସମସ୍ତ କୂଟନୈତିକ ଶାଳୀନତା ଭୁଲି ଜାତିସଂଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କରେ ଅପଶଦ୍ଦ ବ୍ୟବହାର କରିଥିଲେ ବିଲାୱଲ । ଆଉ ସେ ଭାରତ ଆସିବା ପରେ ବୈଦେଶିକମନ୍ତ୍ରୀ ଏସ. ଜୟଶଙ୍କର ବିଲାୱଲଙ୍କୁ ତାଙ୍କରି ଭାଷାରେ ଜବାବ ଦେଇଛନ୍ତି।
ଆତଙ୍କବାଦ ପ୍ରସଙ୍ଗକୁ ନେଇ ପରୋକ୍ଷରେ ଟାର୍ଗେଟ୍ । ଆତଙ୍କବାଦ ବିରୋଧରେ ଲଢ଼େଇ SCOର ମୂଳ ଉଦ୍ଦେଶ୍ୟ । ଯେକୌଣସି ପରିସ୍ଥିତିରେ ଆତଙ୍କବାଦକୁ ରୋକିବାକୁ ହେବ ।
ଋଷ୍ ରାଷ୍ଟ୍ରପତି ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ସମ୍ପର୍କରେ ଜାଣିଥିଲେ ମଧ୍ୟ ସେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ। ପୁଟିନ୍ ଜାଣିଥିଲେ ଯେ, ଶନିବାର ମୋଦିଙ୍କ ଜନ୍ମଦିନ। ହେଲେ ସେ ସାକ୍ଷାତ ବେଳେ ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇ ନଥିଲେ।