• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦୀର୍ଘ ୧୨ ବର୍ଷ ପରେ ଭାରତ ଆସିଛନ୍ତି ପାକିସ୍ତାନର କେହି ମନ୍ତ୍ରୀ । କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହୃତ ହେବା ପରେ ନୂଆଦିଲ୍ଲୀ ସହ ସମସ୍ତ କୂଟନୈତିକ ସଂପର୍କ ଛିନ୍ନ କରିଥିଲା ଇସଲାମାବାଦ। ତେବେ ସାଙ୍ଘାଇ କୋ-ଅପରେସନ ଅର୍ଗାନାଇଜେସନ୍‌ ବା SCO ବୈଠକରେ ଯୋଗ ଦେବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଗୋଆ ଆସିବାକୁ ନିଷ୍ପତ୍ତି ନେବା ପରେ ସୃଷ୍ଟି ହୋଇଥିଲା ଗୁଞ୍ଜରଣ । ଉଭୟ ଦେଶ ମଧ୍ୟରେ ସଂପର୍କରେ ତିକ୍ତତା ଚରମସୀମାରେ ଥିବା ବେଳେ କଣ ପାଇଁ ଭାରତ ଆସିବେ ବିଲାୱଲ ତାକୁ ନେଇ ବି ସୃଷ୍ଟି ହୋଇଥିଲା ପ୍ରଶ୍ନ । ତେବେ ବିଲାୱଲ କହିଥିଲେ ଯେ SCO ପ୍ରତି ପ୍ରତିବଦ୍ଧତା କାରଣରୁ ସେ ବୈଠକରେ ଯୋଗ ଦେବେ। ମାତ୍ର ଭାରତ କି ପାକିସ୍ତାନ, କୌଣସି ଦେଶର ଗଣମାଧ୍ୟମ ଏକଥାକୁ ହଜମ କରିପାରୁନାହାନ୍ତି ।

ଅଧିକ ପଢ଼ନ୍ତୁ: SCO ବୈଠକରେ ପାକିସ୍ତାନକୁ କଡ଼ା ବାର୍ତ୍ତା : 'ସୀମା ପାର୍ ଆତଙ୍କବାଦ, ଟେରର ଫଣ୍ଡିଂ ବନ୍ଦ ହେଉ'

ଏପଟେ ଯାହା ଆଶା କରାଯାଉଥିଲା ସେଇୟା ହିଁ ହେଲା । ଭାରତ ବିଲାୱଲଙ୍କୁ ତାଙ୍କ ସ୍ଥାନ ଦେଖାଇ ଦେଇଛି । କିଛି ଦିନ ତଳେ ସମସ୍ତ କୂଟନୈତିକ ଶାଳୀନତା ଭୁଲି ଜାତିସଂଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କରେ ଅପଶଦ୍ଦ ବ୍ୟବହାର କରିଥିଲେ ବିଲାୱଲ । ଆଉ ସେ ଭାରତ ଆସିବା ପରେ ବୈଦେଶିକମନ୍ତ୍ରୀ ଏସ. ଜୟଶଙ୍କର ବିଲାୱଲଙ୍କୁ ତାଙ୍କରି ଭାଷାରେ ଜବାବ ଦେଇଛନ୍ତି । ବୈଠକ ସ୍ଥଳକୁ ବିଲାୱଲ ଆସିବା ସମୟରେ ଜୟଶଙ୍କର ତାଙ୍କୁ ସୌଜନ୍ୟମୂଳକ ନମସ୍କାର ତ କରିଥିଲେ ମାତ୍ର ବହୁ ପ୍ରତୀକ୍ଷିତ ହ୍ୟାଣ୍ଡସେକ୍ କରିନଥିଲେ। 

ପାକିସ୍ତାନର ଅର୍ଥନୀତି ସଂପୂର୍ଣ୍ଣ ଭୁଶୁଡି ପଡିଥିବା ବେଳେ ଦେଶରେ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ହାହାକାର ସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ଏତେ ସଂଗୀନ ଯେ କେତେବେଳେ ବି ଗୃହଯୁଦ୍ଧ ଲାଗିଯିବା ଆଶଙ୍କା ରହିଛି । ଏହାସତ୍ତ୍ବେ ବି ପାକିସ୍ତାନ ଭାରତ ସହ କଥାବାର୍ତ୍ତା କରିବା ମୁଡରେ ନାହିଁ । ଭାରତ ସହ ବ୍ୟବସାୟ ଆରମ୍ଭ ହେଲେ ପାକିସ୍ତାନ ଜନତାଙ୍କୁ ଆଶ୍ବସ୍ତୀ ମିଳିବ, ଏକଥା ସେ ଦେଶର ସରକାରଙ୍କୁ ଭଲ ଭାବେ ଜଣା । ମାତ୍ର କାଶ୍ମୀର ପ୍ରସଙ୍ଗକୁ ନେଇ ଦେଶବାସୀଙ୍କୁ ସବୁବେଳେ ଭେଳିକି ଦେଖାଇଥିବା ପାକିସ୍ତାନ ସରକାର ଅଖଞ୍ଜରେ ପଡିଛି । ଅନ୍ୟପକ୍ଷରେ ଯଦି କଥାବାର୍ତ୍ତା ନକରିବ ତେବେ ଭାରତ କଣ ବୁଲିବାକୁ ଯାଇଛ କି ବୋଲି ବିଲାୱଲଙ୍କୁ ପ୍ରଶ୍ନ କରିଛି ପାକିସ୍ତାନର ଗଣମାଧ୍ୟମ ।