ବିବାଦୀୟ ଏବଂ ସମ୍ବେଦନଶୀଳ ସୂଚନାକୁ ନେଇ ଦ୍ୱନ୍ଦ ଉପୁଜିଲେ ସୁଦ୍ଧା ମଣିଷ କିପରି ବୁଦ୍ଧିମାନ ନିଷ୍ପତ୍ତି ଗ୍ରହଣ କରେ, ସେ ସମ୍ପର୍କରେ ଦୀର୍ଘ ସମୟ ଧରି ଅଧ୍ୟୟନ କରାଯାଇଥିଲା । ତଥାପି ଏହା ଏକ ରହସ୍ୟ କହିଲେ ଚଳେ । ନେଚର ନ୍ୟୁରୋସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରିଫ୍ରଣ୍ଟାଲ୍ କର୍ଟେକ୍ସ ହେଉଛି ସେହି କ୍ଷେତ୍ର, ଯାହା ମସ୍ତିଷ୍କକୁ ନିଷ୍ପତ୍ତି ନେବା ପାଇଁ ଇଙ୍ଗିତ କରିଥାଏ । ଏହି କ୍ଷେତ୍ର ଆଖିର ଠିକ ପଛରେ ସ୍ଥିତ ଏବଂ ଏହାକୁ ଉଚ୍ଚ ସଜ୍ଞାନର କେନ୍ଦ୍ର ମଧ୍ୟ କୁହାଯାଏ ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକୁ ନେଇ ସାଂଘାତିକ ତଥ୍ୟ ମିଳିଛି.. ସୂଚନା ଅଧିକାର କର୍ମୀ ଦିଲ୍ଲୀପ କୁମାର ବରାଳ, ପୁରୀ ଜିଲ୍ଲା ଟ୍ରେଜେରୀ ଅଥରିଟି ଡେପୁଟି କଲେକ୍ଟରଙ୍କଠାରୁ ପାଇଥିବା ତଥ୍ୟ ଆଧାରରେ ଦର୍ଶାଇଛନ୍ତି ଯେ-ଭିତର ଭଣ୍ଡାରର ଅସଲି କିମ୍ବା ନକଲି ଚାବି ରେକର୍ଡ ରୁମରେ କେତେ ତାରିଖରେ ରଖାଯାଇଥିଲା, ସେ ନେଇ କୌଣସି ସୂଚନା ଉପଲବ୍ଧ ନାହିଁ..