ପ୍ରଥମେ ରୋହିତ ଶର୍ମା ଓ ପରେ ବିରାଟଙ୍କ ବୋଲ୍ଡ କ୍ରିକେଟ୍ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି । ବିରାଟଙ୍କ ଏପରି ଆଉଟ୍ ହେବା କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଦୁଃଖ ଆଣି ଦେଇଛି ।
ଦୁଇ ଭାରତୀୟ ବ୍ୟାଟର ବିରାଟ କୋହଲି ଓ କେଏଲ ରାହୁଲ ୧୯୪ ବଲରୁ ୨୩୩ ରନର ରେକର୍ଡ ଭାଗିଦାରୀ କରିଛନ୍ତି । ଯାହା ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୨ ୱିକେଟ ହରାଇ ବିଶାଳ ୩୫୬ ରନ୍ କରିଛି । ଏହି ରେକର୍ଡ ପାର୍ଟନରସିପ୍ ପୂର୍ବରୁ ପାକିସ୍ତାନ ବ୍ୟାଟର ନାସିର ଜାମସେଦ୍ ଓ ମହମ୍ମଦ ହାଫିଜଙ୍କ ନାମରେ ରହିଥିଲା ।