ରାଘଭ ଜୁୟାଲ, ଯିଏ ପ୍ରଶଂସକମାନଙ୍କୁ ନିଜର ଆଙ୍କରିଂ ଏବଂ ଡ୍ୟାନ୍ସ ସହିତ ଲୋକଙ୍କୁ ହସେଇ ମଜେଇ ହୃଦୟ ଜିତୁଥିଲେ। ଆଜିକାଲି ସେ ରୂପେଲି ପରଦାରେ ଅଭିନୟ କରି ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତୁଛନ୍ତି।
ଆଜି ରାଘବ ଜୁୟାଲ ଜଣେ ଜଣାଶୁଣା ଚେହେରା। ତାଙ୍କ ଡାନ୍ସ ପାଇଁ ଆଜି ସମସ୍ତେ ପାଗଳ। କିନ୍ତୁ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରୁ ତାଙ୍କୁ କାଟି ଦିଆଯାଇଥିଲା। ମିଥୁନ୍ଙ୍କ ଗୋଟିଏ ନିଷ୍ପତ୍ତି ହିଁ ତାଙ୍କୁ ଏତେ ବାଟ ନେଇ ଆସିଲା।
ବର୍ତ୍ତମାନ ରାଘବ ରିଏଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍ ୬’କୁ ହୋଷ୍ଟ୍ କରୁଛନ୍ତି, ଯାହା ଡିଜ୍ନି ପ୍ଲସ୍ ହଟ୍ ଷ୍ଟାର୍ରେ ପ୍ରସାରିତ ହେଉଛି। କରୋନା ସମୟରେ ସେ ଉତ୍ତରାଖଣ୍ଡବାସୀଙ୍କୁ ବହୁ ସାହାଯ୍ୟର ହାତ ବଢେଇଥିଲେ। ଏହି ଦୁର୍ଦ୍ଦିନରେ ଲୋକଙ୍କ ସେବାକରି ସେ ପ୍ରମାଣିତ କରିଦେଇଥିଲେ ଯେ ସେ କେତେ ହୃଦୟବାନ। ନିକଟରେ ‘ଡ୍ୟାନ୍ସ ପ୍ଲସ୍ ୬’ର ଜଣେ ପ୍ରତିଯୋଗୀଙ୍କ ଦୁଃଖ ଶୁଣି ତାଙ୍କୁ ସାହାଯ୍ୟ କରିବା ନେଇ ୮ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।