Advertisment

ରିଆଲିଟି ଶୋ’ରୁ ରିଜେକ୍ଟ ହୋଇଥିଲେ ରାଘବ ଜୁୟାଲ; ମିଥୁନ ହେଲେ ସହାୟ

ଆଜି ରାଘବ ଜୁୟାଲ ଜଣେ ଜଣାଶୁଣା ଚେହେରା। ତାଙ୍କ ଡାନ୍ସ ପାଇଁ ଆଜି ସମସ୍ତେ ପାଗଳ। କିନ୍ତୁ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରୁ ତାଙ୍କୁ କାଟି ଦିଆଯାଇଥିଲା। ମିଥୁନ୍‌ଙ୍କ ଗୋଟିଏ ନିଷ୍ପତ୍ତି ହିଁ ତାଙ୍କୁ ଏତେ ବାଟ ନେଇ ଆସିଲା।

author-image
Pramod Behera
ଅଦ୍ୟତନ ହୋଇଛି
Raghav Juyal life change mithun chakraborty decision

Raghav Juyal life change mithun chakraborty decision

ରାଘବ ଜୁୟାଲଙ୍କ ଆଜି ଜନ୍ମଦିନ। ସେ ୩୧ ବର୍ଷରେ ପାଦ ଦେଇଛନ୍ତି। ସେ ଜଣେ ଦକ୍ଷ ଡାନ୍ସର ଓ କୋରିୟୋଗ୍ରାଫର୍ ହେବା ସହିତ ଜଣେ ଟିଭି ହୋଷ୍ଟ ଓ ଭଲ ଅଭିନେତା ମଧ୍ୟ। ତାଙ୍କୁ ସ୍ଲୋ ମୋସନ୍‌ର କିଙ୍ଗ୍‌ ମଧ୍ୟ କୁହାଯାଏ। ସେ ଭାରତରେ ସ୍ଲୋ ମୋସନ୍ ୱାକ୍‌କୁ ପୁନର୍ଜୀବିତ କରିଛନ୍ତି।

Advertisment

ରାଘବଙ୍କ ବାପା ଦୀପକ ଜୁୟାଲ ଉତ୍ତରପ୍ରଦେଶର ଦେହରାଡୁନର ଜଣେ ଓକିଲ ଏବଂ ତାଙ୍କ ମା’ ଅଳକା ବକ୍ସି ଜୁୟାଲ ଜଣେ ଗୃହିଣୀ। ତାଙ୍କ ମା’ ପଞ୍ଜାବୀ ହୋଇଥିବା ବେଳେ ବାପା ହେଉଛନ୍ତି ଗଡୱାଲୀ। ରାଘବ କୌଣସି ଡାନ୍ସ ତାଲିମ ନେଇ ନଥିଲେ କିନ୍ତୁ ସେ ଇଣ୍ଟର୍‌ନେଟ୍ ଓ ଟିଭିରୁ ଦେଖି ଡାନ୍ସ ଶିଖିଥିଲେ। ସେ ସ୍କୁଲ୍‌ ଦିନରୁ ହିଁ ଡାନ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ପୁରସ୍କାର ଜିତିଛନ୍ତି।

ଡାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ରୁ ରାଘବ ଜୁୟାଲ ଲୋକପ୍ରିୟତା ହାସଲ କରିଥିଲେ। କିନ୍ତୁ ଶୋ’ର ଏକ ଅଂଶ ହେବା ପୂର୍ବରୁ ତାଙ୍କୁ ଅଡିସନ୍‌ରେ ପ୍ରତ୍ୟାଖ୍ୟାନ କରିଦିଆ ଯାଇଥିଲା। ମିଥୁନ ଚକ୍ରବର୍ତ୍ତୀଙ୍କ ଯୋଗୁଁ ସେ ଶୋ’ରେ ପ୍ରବେଶ କରିଥିଲେ ଏବଂ ଏହି ଶୋ’ର ପ୍ରତିଯୋଗୀ ହୋଇଥିଲେ। ତାଙ୍କର ଦମଦାର ନାଚ ଓ ସ୍ଲୋ ମୋସନ୍ ୱାକ୍ ହିଁ ତାଙ୍କୁ ଫାଇନାଲରେ ପହଞ୍ଚେଇଥିଲା।

Advertisment

ରାଘବ ଜୁୟାଲ୍ ଶୋ’କୁ ଆସିବା ପୂର୍ବରୁ କୌଣସି ବୃତ୍ତିଗତ ଡାନ୍ସରଙ୍କଠାରୁ ଡାନ୍ସ ଶିଖିନଥିଲେ କି ବୃତ୍ତିଗତ ଭାବରେ ନାଚି ନଥିଲେ। ୨୦୧୨ ମସିହାରେ, ଯେତେବେଳେ DID ୩ ର ଅଡିସନ୍ ଚାଲିଥିଲା, ସେ ମଧ୍ୟ ଅଡିସନ୍ ଦେଇଥିଲେ। ସେ କିନ୍ତୁ ଶ୍ରେଷ୍ଠ ୧୮ ପ୍ରତିଯୋଗୀ ତାଲିକାରେ ରହିପାରି ନଥିଲେ। ତାଙ୍କୁ ଅଡିସନରେ ରିଜେକ୍ଟ କରିଦିଆ ଯାଇଥିଲା।

କିନ୍ତୁ ଅଡିସନ୍‌ ସମୟରେ ରାଘବ ଜୁୟାଲଙ୍କ ପ୍ରଦର୍ଶନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରାଘବଙ୍କୁ ରିଜେକ୍ଟ କରାଯିବା ପରେ ଲୋକେ ତାଙ୍କୁ ଏହି ଶୋ’ରେ ପ୍ରତିଯୋଗୀ ଭାବରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଥିଲେ। ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଶୋ’ର ଗ୍ରାଣ୍ଡ୍‌ ମାଷ୍ଟର୍‌ ମିଥୁନ ଚକ୍ରବର୍ତ୍ତୀ ଏକ ବିଶେଷ ନିଷ୍ପତ୍ତି ନେଇ ୱାଇଲ୍ଡ କାର୍ଡ ରାଉଣ୍ଡ୍‌ରେ ନିଜର ଟ୍ରମ୍ପ୍‌ କାର୍ଡ ତିଆରି କରି ରାଘବଙ୍କୁ ପ୍ରବେଶ କରେଇଥିଲେ।

ମିଥୁନ ଚକ୍ରବର୍ତ୍ତୀଙ୍କ ନିଷ୍ପତ୍ତିରେ ରାଘବ ଜୁୟାଲ ସୁଯୋଗ ପାଇଥିଲେ। ସେ ତାଙ୍କର ଭିନ୍ନ ପ୍ରକାରର ନୃତ୍ୟ ପ୍ରଦର୍ଶନ ସହିତ ଲୋକଙ୍କ ହୃଦୟ ଜିତି ଫାଇନାଲ୍‌ରେ ପହଞ୍ଚିଥିଲେ। ସେ ମଧ୍ୟ ଏହି ସିଜନରେ ସବୁଠାରୁ ଲୋକପ୍ରିୟ ପ୍ରତିଯୋଗୀ ହୋଇଥିଲେ। ସେ ମଧ୍ୟ ଫାଇନାଲିଷ୍ଟ ହୋଇଥିଲେ କିନ୍ତୁ ଜିତିପାରିଲେ ନାହିଁ। ସେ ଶୋ’ର ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ। କିନ୍ତୁ ସେ ବିଜେତା ଅପେକ୍ଷା ଅଧିକ ଲୋକପ୍ରିୟତା ହାସଲ କରିଥିଲେ। ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି।

ରାଘବ ଜୁୟାଲ ଡାନ୍ସ ଏବଂ କୋରିଓଗ୍ରାଫି ସହିତ ଅଭିନୟରେ ମଧ୍ୟ ହାତ ଦେଇଛନ୍ତି। ସେ ଫିଲ୍ମ 'ସୋନାଲି କେବୁଲ'ରେ ୨୦୧୪ରେ ଅଭିନୟ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ଅଲି ଫଜଲ ଏବଂ ରିୟା ଚକ୍ରବର୍ତ୍ତୀ ମୁଖ୍ୟ ଭୂମିକାରେ ଥିବାବେଳେ ରାଘବ ସହାୟକ ଭୂମିକାରେ ଥିଲେ। ଏହା ପରେ ରାଘବ 'ଏବିସିଡି ୨', 'ନୱାବାଜାଦେ', 'ଷ୍ଟ୍ରିଟ୍ ଡାନ୍ସର୍', 'ବହୁତ ହୁଆ ସମ୍ମାନ' ରେ କାମ କରିଛନ୍ତି।

Bollywood Mithun Chakraborty Raghav Juyel
Advertisment
Advertisment