Advertisment

ରାଘବଙ୍କ ମହାନତା; ପ୍ରତିଯୋଗୀ ବାପାଙ୍କ ୮ ଲକ୍ଷ ଋଣ ସୁଝିବାକୁ ପ୍ରତିଶ୍ରୁତି ଦେଲେ

ବର୍ତ୍ତମାନ ରାଘବ ରିଏଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍ ୬’କୁ ହୋଷ୍ଟ୍‌ କରୁଛନ୍ତି, ଯାହା ଡିଜ୍ନି ପ୍ଲସ୍ ହଟ୍ ଷ୍ଟାର୍‌ରେ ପ୍ରସାରିତ ହେଉଛି। କରୋନା ସମୟରେ ସେ ଉତ୍ତରାଖଣ୍ଡବାସୀଙ୍କୁ ବହୁ ସାହାଯ୍ୟର ହାତ ବଢେଇଥିଲେ। ଏହି ଦୁର୍ଦ୍ଦିନରେ ଲୋକଙ୍କ ସେବାକରି ସେ ପ୍ରମାଣିତ କରିଦେଇଥିଲେ ଯେ ସେ କେତେ ହୃଦୟବାନ। ନିକଟରେ ‘ଡ୍ୟାନ୍ସ ପ୍ଲସ୍ ୬’ର ଜଣେ ପ୍ରତିଯୋଗୀଙ୍କ ଦୁଃଖ ଶୁଣି ତାଙ୍କୁ ସାହାଯ୍ୟ କରିବା ନେଇ ୮ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Raghav Juyal

Raghav Juyal

ନୂଆଦିଲ୍ଲୀ : ଡ୍ୟାନ୍ସର, କୋରିଓଗ୍ରାଫର୍ ତଥା ଟିଭି ହୋଷ୍ଟ୍ ରାଘବ ଜୁୟାଲଙ୍କ ପ୍ରତ୍ୟେକ ଶୈଳୀ ଲୋକଙ୍କୁ ପସନ୍ଦ ଆସିଥାଏ। ଷ୍ଟେଜ୍‌ରେ ଡ୍ୟାନ୍ସ ହେଉ କିମ୍ବା ନିଜ କଥାର ଚାତୁରୀରେ ଲୋକଙ୍କୁ ହସେଇବା ସବୁ କିଛି ଲୋକଙ୍କୁ ପସନ୍ଦ ଆସିଥାଏ। ବର୍ତ୍ତମାନ ରାଘବ ରିଏଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍ ୬’କୁ ହୋଷ୍ଟ୍‌ କରୁଛନ୍ତି, ଯାହା ଡିଜ୍ନି ପ୍ଲସ୍ ହଟ୍ ଷ୍ଟାର୍‌ରେ ପ୍ରସାରିତ ହେଉଛି। କରୋନା ସମୟରେ ସେ ଉତ୍ତରାଖଣ୍ଡବାସୀଙ୍କୁ ବହୁ ସାହାଯ୍ୟର ହାତ ବଢେଇଥିଲେ। ଏହି ଦୁର୍ଦ୍ଦିନରେ ଲୋକଙ୍କ ସେବାକରି ସେ ପ୍ରମାଣିତ କରିଦେଇଥିଲେ ଯେ ସେ କେତେ ହୃଦୟବାନ। ନିକଟରେ ‘ଡ୍ୟାନ୍ସ ପ୍ଲସ୍ ୬’ର ଜଣେ ପ୍ରତିଯୋଗୀଙ୍କ ଦୁଃଖ ଶୁଣି ତାଙ୍କୁ ସାହାଯ୍ୟ କରିବା ନେଇ ୮ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

Advertisment
Raghav Juyalରାଘବ ଜୁୟାଲ

ସବୁଥର ପରି ଏଥର ମଧ୍ୟ ‘ଡ୍ୟାନ୍ସ ପ୍ଲସ୍’ ୬ ରେ ଜଣକ ଠାରୁ ବଳି ଆଉ ଜଣେ ପ୍ରତିଯୋଗୀ ଆସିଥିଲେ। ଏହି ରିଏଲିଟି ଶୋ’କୁ ଆସୁଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କ ପଛରେ କିଛି ନା କିଛି ଗୋଟେ କାହାଣୀ ଥାଏ। ଏଥର ଶୋ’ରେ ଛତିଶଗଡର ରାୟପୁରରୁ ଜଣେ ପ୍ରତିଯୋଗୀ ଯୋଗ ଦେଇଥିଲେ। ତାଙ୍କର ନାମ ଥିଲା ଏଭନ ନାଗପୁରେ। ସେ ତାଙ୍କର ଜବରଦସ୍ତ ପ୍ରତିଭାକୁ ଏହି ଶୋ’ରେ ଦେଖେଇଥିଲେ। ପରେ କହିଥିଲେ ଯେ ୧୦ ଲକ୍ଷ ଟଙ୍କା ପାଇଁ ସେ ଏହି ଶୋ’କୁ ଆସିଛନ୍ତି। ଏହି ଟଙ୍କା ଦ୍ୱାରା ସେ ତାଙ୍କ ବାପାଙ୍କ ଋଣ ସୁଝିବେ।

Advertisment

ଏଭନ ନାଗପୁରେଙ୍କ ବାପା କରୋନା କାରଣରୁ ମୃତ୍ୟୁବରଣ କରିଥିଲେ। ଅକ୍ସିଜେନ୍ ଅଭାବ ଓ ଠିକ୍ ସମୟରେ ବେଡ୍ ନ ମିଳିବାରୁ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଘରର ବୋଝ ଏହି ଛୋଟ ବାଳକର କାନ୍ଧରେ ପଡିଛି। ଏଭନ କହିଛନ୍ତି ଯେ ଡ୍ୟାନ୍ସ ପ୍ରତି ତାଙ୍କର ବହୁତ ରୁଚି ରହିଛି। ସେ ପ୍ରତିଜ୍ଞା ନେଇଛନ୍ତି ଯେ ଏହାରି ମାଧ୍ୟମରେ ସେ ତାଙ୍କ ବାପାଙ୍କର ଋଣ ସୁଝିବେ।

Raghav Juyalରାଘବ ଜୁୟାଲ

ଏଭନଙ୍କ ଏହି ଦରଦଭରା କାହାଣୀ ଶୁଣିଲା ପରେ ରାଘବ ଭାବପ୍ରବଣ ହୋଇପଡିଥିଲେ। ସେ ତାଙ୍କ ବାପାଙ୍କ ଦ୍ୱାରା କରାଯାଇଥିବା ଋଣକୁ ସୁଝାଇବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ଏହି ଶୋ’ ମାଧ୍ୟମରେ ରାଘବ ପ୍ରତିଶ୍ରୁତି ଦେଲେ ଯେ ଏଭନଙ୍କ ବାପାଙ୍କ ଦ୍ୱାରା କରାଯାଇଥିବା ଋଣର ବାକି ୮ ଲକ୍ଷ ଟଙ୍କା ସେ ସୁଝିଦେବେ।

ରାଘବଙ୍କ ଏହି ପଦକ୍ଷେପକୁ ଲୋକେ ସୋସିଆଲ୍ ମିଡିଆରେ ବେଶ ପ୍ରଶଂସା କରିବାରେ ଲାଗିଛନ୍ତି। କିଛି ଲୋକ ତାଙ୍କୁ ବଡ ହୃଦୟବାନ ବୋଲି କହୁଛନ୍ତି। ସେହିପରି ଆଉ କିଛି ବି କହୁଛନ୍ତି ଯେ ଗୋଟିଏ ତ ହୃଦୟ ହେଲେ କେତେ ଥର ଜିତିବ।

ପ୍ରକାଶଥାଉ ଯେ ସୋନୁ ସୁଦଙ୍କ ଭଳି ରାଘବ ମଧ୍ୟ କରୋନା କାଳରେ ଲୋକଙ୍କ ସେବା କରୁଥିଲେ। ଉତ୍ତରାଖଣ୍ଡରେ ରହୁଥିବା ଦୁର୍ଗମ ଅଞ୍ଚଳର ଗରିବ ଲୋକଙ୍କୁ ରାଘବ ବହୁତ ସାହାଯ୍ୟ କରିଛନ୍ତି।

Entertainment Dance Plus Raghav Juyel
Advertisment
Advertisment