ବିଲାତି ପରେ ଏବେ ମହଙ୍ଗା ହେଲାଣି ଚାଉଳ । କିଲୋପିଛା ଦାମ ୧୦ରୁ ୧୫ ଟଙ୍କା ବଢ଼ିଗଲାଣି। ଯାହାକୁ ନେଇ ଚିନ୍ତାରେ ଖାଉଟି ଓ ଗୃହିଣୀ । ସରକାର ଧାନ ଦାମ ବଢ଼ାଇ ଦେଇଥିବାରୁ ମିଲର ଚାଉଳ ଦାମ ବଢ଼ାଇ ଦେଇଥିବା କହିଛନ୍ତି ଚାଉଳ ବ୍ୟବସାୟୀ । ହେଲେ ବ୍ୟବସାୟୀ ସଂଘର ଅଭିଯୋଗ, ଚାଉଳ ଦରବୃଦ୍ଧି ପଛରେ କାମ କରୁଛି କର୍ପୋରେଟ୍ ହାଉସଙ୍କ ମନମୁଖୀ ନିଷ୍ପତ୍ତି ।
ଟମାଟୋ ପରେ ଏବେ ଅମୂଲ ମୂଲ ଚାଉଳ । କେଜି ପିଛା ବଢ଼ିଛି ୧୦ରୁ ୧୫ ଟଙ୍କା । ମାସକ ତଳେ ଯେଉଁ ଉଷୁନା ଚାଉଳ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ତାହା ୪୫ରୁ ୫୦ ଛୁଇଁଲାଣି ।
ଅଚାନକ ବଢ଼ିଲା ଅଦା ଦର । ୧୫ ଦିନ ପୂର୍ବରୁ କେଜି ଥିଲା ୭୦ରୁ ୮୦ ଭିତରେ କିନ୍ତୁ ଏବେ ଦର ଛୁଇଁଲାଣି ୨୦୦ ।