ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୁଖ୍ୟତଃ ମହା ବିକାଶ ଅଘାଡି ଓ ମହାୟୁତି ମଧ୍ୟରେ ଲଢେଇ ହେଉଛି । କିନ୍ତୁ ଛୋଟ ଦଳଗୁଡିକର ରହିଛି ବଡ ଭୂମିକା । ସରକାର ଗଠନରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS), AIMIM, ବଞ୍ଚିତ ବହୁଜନ ଅଘାଡି (VBA) ଭଳି ଦଳ, ମେଣ୍ଟ ଓ କିଛି ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରନ୍ତି ।
ମହାବିକାଶ ଅଘାଡ଼ି ଦଳର ଭୋଟରଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି। ଯୁବକଙ୍କୁ ପ୍ରତି ମାସରେ ମିଳିବ ୪ ହଜାର ଟଙ୍କା ବେକାରୀ ଭତ୍ତା। ମହିଳାଙ୍କୁ ପ୍ରତି ମାସରେ ୩ ହଜାର ଟଙ୍କା ପ୍ରଦାନ। ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା। କୃଷକଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼। ନିୟମିତ ଋଣ ପରିଶୋଧ ଉପରେ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି।
ମହାନଦୀ ଜଳ ବିବାଦକୁ ନେଇ ପୁଣି ଥରେ ତେଜିଛି ରାଜନୀତି । ବିଜେଡି ଓ କଂଗ୍ରେସ କେନ୍ଦ୍ର ସରକାର ଓ ବିଜେପି ଆଡ଼କୁ ବଲ୍ ଫିଙ୍ଗିଛନ୍ତି ।
ନିର୍ବାଚନରେ ଜିତିବା ପାଇଁ ସବୁ ଦଳ ପ୍ରାଣପଣେ ଉଦ୍ୟମ କରନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଅନେକ ରଣନୀତି ବି ଆପଣାନ୍ତି। ହେଲେ ସେମାନେ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ଆପଣ ଜାଣନ୍ତି କି ?
ଭାଙ୍ଗୁଛି ବିଜେଡି, ଦମ୍ଭୋକ୍ତି ଛାଡୁନାହାଁନ୍ତି ଦଳୀୟ ନେତା । ଦେବାଶିଷଙ୍କ ପରେ ମୁନ୍ନା ଖାଁଙ୍କ ଅଦ୍ଭୁତ ଗଣିତ । ମୁନ୍ନା ଖାଁ କହିଲେ ବିଜେଡି ସଂପର୍କରେ ବିଜେପିର ୧୪ ବିଧାୟକ । ମୁନ୍ନା ଖାଁଙ୍କୁ କଡ଼ା ଜବାବ ଦେଲେ ଜୟନାରାୟଣ ମିଶ୍ର ।୨୦୨୯ରେ ବିଜେଡି ଥିବ କି ନାହିଁ ସନ୍ଦେହ ।
ବିଜେଡି ପାଦ ତଳୁ ମାଟି ଖସୁଥିବା ବେଳେ ସାଂସଦ ମୁନ୍ନା ଖାଁଙ୍କ ବୟାନ ରାଜନୀତିକୁ ଆହୁରି ସରଗରମ କରିଛି । ୧୪ ବିଜେପି ବିଧାୟକ ଏବେ କୁଆଡେ ବିଜେଡି ସଂପର୍କରେ ଅଛନ୍ତି। ଖୁବ ଶୀଘ୍ର ବିଜେଡି କ୍ଷମତାକୁ ଫେରିବ ବୋଲି କହି କର୍ମୀଙ୍କ ଆଗରେ ଦମ୍ଭୋକ୍ତି ବାଢିଛନ୍ତି ।
ପରାଜିତ ବିଧାୟକ ପ୍ରାର୍ଥୀଙ୍କ ମେଳିକୁ ନେଇ ବଢିଲା ଚର୍ଚ୍ଚା । ଭୁବନେଶ୍ବରର ଏକ ହୋଟେଲରେ ୭ ଜଣ ପରାଜିତ ପ୍ରାର୍ଥୀ ବୈଠକ କରିଛନ୍ତି ।
ବିଧାୟକ ସାରଦା ନାୟକଙ୍କ ଅଭିଯୋଗ ଉପରେ କଡ଼ା କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ତଥା ମନ୍ତ୍ରୀ ରବି ନାଏକ। ସେ କହିଛନ୍ତି, ବିଜେଡି ଆଉ ବେଶୀ ଦିନ ରହିବ ନାହିଁ। ସେ ଦଳ ଭାଙ୍ଗିଯିବ।
ଗତକାଲି ଦଳର ବରିଷ୍ଠ ନେତା ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀ ଦେଇଥିବା ବୟାନକୁ କାଉଣ୍ଟର କରି ମନ୍ତବ୍ୟ ଦେଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ।
ଗଞ୍ଜାମ ବିଜେଡିରେ ବଡ଼ ହଲଚଲ୍ । ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ ।
ଛିଡୁନି ଭୁବନେଶ୍ୱର ବିଜେଡ଼ି ବିବାଦ । ଦୁଇ କର୍ପୋରେଟରଙ୍କୁ କାରଣ ଦର୍ଶାଅ ନୋଟିସର ପରେ ମଧ୍ୟ ଥମୁନି ବୟାନବାଜି ।
ଚରମରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ। ସ୍ଥିତି ଏମିତି ହେଲାଣି ଯେ, ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଦଳକୁ ଟାର୍ଗେଟ୍ କରି ଆସୁଥିବା ବରିଷ୍ଠ ନେତା ଅମର ଶତପଥୀଙ୍କୁ ଆଜି ବିଜେପି ସଂପର୍କର ଷ୍ଟାମ୍ପ ମାରି ସିଧା ଦଳ ଛାଡ଼ି ଚାଲିଯିବାକୁ କୁହାଯାଇଛି। ଯାହାର ଜବାବରେ ଅମର ବି ସେ ଆଉ ବିଜେଡି ସଦସ୍ୟ ନଥିବା କହି ବିସ୍ଫୋରଣ କରିଛନ୍ତି।
ବିଜେଡିରେ ମେଲୁଛି ଫାଟ, ମୁହାଁମୁହିଁ ନେତା । ଅମରଙ୍କ ଅମୋଘ ଅସ୍ତ୍ରରେ ଘାଇଲା ବିଜେଡି । ପରାମର୍ଶକୁ ଭିନ୍ନ ଦୃଷ୍ଟିରେ ଦେଖି ଦେଖେଇଲା ବିଦା ହେବାର ରାସ୍ତା ।
ବିଜେଡିର ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି ମୁଁ ଏଭଳି ରାଜନୈତିକ କାର୍ଯ୍ୟକ୍ରମରୁ କିଛିଦିନ ହେଲା ନିଜକୁ ନିବୃତ୍ତ ରଖିଛି ।
ପୁଣି ଥରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ କିଭଳି ଦଳ ରେକର୍ଡ ୩ୟ ଥର ଲାଗି ହରିୟାଣାରେ ସଫଳ ହେଲା ?
ବିଜେଡିକୁ ଦିଲ୍ଲୀ କଂଗ୍ରେସ ଚଳାଉଛି ଓ ରାଜ୍ୟରେ କଂଗ୍ରେସକୁ ଚଳାଉଛି ବିଜେଡି । ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି ।
ହରିୟାଣା ଏବଂ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ରେ କଂଗ୍ରେସ୍ କ୍ଷମତାକୁ ଫେରୁଥିବା ବହୁ ସଂସ୍ଥା ଆକଳନ କରିବା ପରେ ଓଡ଼ିଶା ରାଜନୀତିରେ ହଲଚଲ୍ ।
ବିଜେଡି ନେତା ନୃସିଂହ ସାହୁ କହିଛନ୍ତି ପ୍ରଥମରୁ ହିଁ ରାଜଭବନ ରାଜନୀତିର ପେଣ୍ଠସ୍ଥଳୀ ପାଲଟିଛି। ଓଡ଼ିଶା ରାଜନୀତିରେ ଆଗରୁ ଏଭଳି କେବେ ଦେଖାଯାଇ ନଥିଲା।
ପାକିସ୍ତାନ ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ।
ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁଙ୍କ ବିବାଦୀୟ ମନ୍ତବ୍ୟ । ଖୋର୍ଦ୍ଧା ପାଇକ ମାଟିର ବାସିନ୍ଦାଙ୍କ ପାଇଁ ଅପଶବ୍ଦ ।
ଭୁବନେଶ୍ୱର ପରେ ଭଦ୍ରକରେ ତେଜିଲା ବିଜେଡି ଗୋଷ୍ଠୀ କନ୍ଦଳ । ଶଙ୍ଖ ଭବନରେ ପହଁଚିଲା ଭଦ୍ରକ କଳି ।
ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ।
ଯାଜପୁରରେ ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ନିଶାନା । ବିକାଶ, ନଗଡ଼ା, ଆଖିବୁଜା ଦୁର୍ନୀତି ଓ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ବିଜେଡି ଉପରେ ଧୁମ୍ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନାଁ ନନେଇ ବିକାଶ ନାଁରେ ୩ ପରିବାରକୁ ନିଶାନା କରିବା ସହ ସ୍ମିତାରାଣୀ ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି କହିଛନ୍ତି ।
ବିଜୁ ବାବୁଙ୍କ ସ୍ୱପ୍ନ ପୂରା କରୁ କରୁ ବିଜେଡିର ୨୪ ବର୍ଷ ସରିଗଲା । ଯାଜପୁର ଜିଲ୍ଲା ବଡ଼ଚଣାରେ ଦଳୀୟ ସଭାମଂଚରୁ ଆଜି ଏମିତି ମନ୍ତବ୍ୟ ଦେଇ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମୋହନ ସରକାରର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀରେ ଅଫିସରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା । ସେକାଳ ପଖାଳ ଆଉ ନାହିଁ । ଗର୍ବ ଛାଡ଼ି ଲୋକପ୍ରତିନିଧିଙ୍କୁ ସମ୍ମାନ କର, ନିୟମିତ ଫିଲ୍ଡ ଭିଜିଟ୍ କରି ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟାନ୍ୱୟ ଉପରେ ଗୁରୁତ୍ୱ ଦିଅ ।