କାହିଁକି ନବୀନଙ୍କ ଛାତି ଫାଟି ପଡ଼ୁଛି ? ରାଜରାସ୍ତାରେ ହଜାର ହଜାର ମହିଳାଙ୍କୁ କାହିଁକି ବସାଇଛନ୍ତି ? ରାଜ୍ୟରେ ୨୪ ବର୍ଷର ସରକାରୀ ଶାସନ କରିବା ପରେ ଗଣମାଧ୍ୟମ ଆଗରେ ନବୀନଙ୍କ ବିବୃତି ପରେ ବିଜେପି ରଖିଛି କଡ଼ା ଆଭିମୁଖ୍ୟ ।
ରାଜରାସ୍ତାରେ ଗର୍ଜୁଛନ୍ତି ହଜାର ହଜାର ମହିଳା । ୯ ମାସ ହେଲା ମହିଳା ମାନେ ଦରମା ପାଇ ନାହାନ୍ତି । କୁହାଯାଉଛି କେନ୍ଦ୍ର ସରକାରଙ୍କ ସହ ରାଜ୍ୟସରକାରଙ୍କର ଏଗ୍ରିମେଣ୍ଟ ଶେଷ ହୋଇଛି ।
ଚାଲାକ୍ ହେବା ଭଲ ହୋଇପାରେ କିନ୍ତୁ ଅତି ଚାଲାକ ହେଲେ ଖରାପ । ଜଣେ ରାଜନେତା ଜର୍ମାନୀର ନାଗରିକ ଥାଇ ଭାରତରେ ନିର୍ବାଚନ ଲଢୁଥିଲେ । ଥରେ କି ଦୁଇ ଥର ନୁହେଁ, ୪ ଥର ବିଧାୟକ ଭାବେ ଜିତିଛନ୍ତି । ହାଇକୋର୍ଟ ତାଙ୍କୁ ୩୦ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହି ରାଜନେତା ଆଉ ଭାରତରେ ନିର୍ବାଚନ ଲଢିପାରିବେନି ।
ବିଶ୍ୱରେ ଶାନ୍ତି ଫେରାଇବେ ନୂଆ ରାଷ୍ଟ୍ରପତି ଟ୍ରମ୍ପ। ଜାନୁଆରୀ ୨୦ ପୂର୍ବରୁ ବିଦେଶୀ ଛାତ୍ର ଏବଂ କର୍ମଚାରୀଙ୍କୁ ଫେରିବାକୁ ଟ୍ରମ୍ପଙ୍କ ପରାମର୍ଶ।
କୋଭିଡ୍ ପରିଚାଳାନାରେ ବ୍ୟାପକ ଅନିୟମିତତା । ବିଲ୍ ଯାଞ୍ଚ ନକରି କୋଭିଡ୍ ପରିଚାଳନା ଲାଗି ଘରୋଇ ହସ୍ପିଟାଲକୁ ଦିଆଯାଇଛି କୋଟି କୋଟି ଟଙ୍କା । ସିଏଜି ଧରିଲେ ଅନିୟମିତତା ।
ଗତ ୪ ତାରିଖରେ ଅର୍ଥାତ ଶପଥ ନେବା ପୂର୍ବ ଦିନ ତିନି ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଠି କିଏ ମୁଖ୍ୟମନ୍ତ୍ରୀ ହେବ ପ୍ରଶ୍ନରେ ଏକ ଭିନ୍ନ ମାହୋଲ ସୃଷ୍ଟି ହୋଇଥିଲା ।
ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବ୍ରହ୍ମପୁର ବିଜେଡି କଳି ! ଦୁର୍ନୀତି ଅଭିଯୋଗ ଆଣି ମେୟରଙ୍କ ବିରୋଧରେ କର୍ପୋରେଟରଙ୍କ ମେଳି ! ବିକ୍ରମ ଓ ରମେଶ ଗୋଷ୍ଠୀ ଅନ୍ତର୍କନ୍ଦଳକୁ ନେଇ ହଟଚମଟ ! ଆଗକୁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ମସୁଧା ହେଉଥିବା ଚର୍ଚ୍ଚା ।
ଖାଉଟିଙ୍କ ପକେଟକୁ ବାଧୁଛି ଆଳୁ ଦର । କଟକ ଛତ୍ର ବଜ଼ାରରେ ଧୀରେ ଧୀରେ ଖସୁଛି ଆଳୁ ଦର ।
ପୁଣି ବଦ୍ରିଙ୍କ ବିସ୍ଫୋରଣ। ଆମଦାନୀ ନେତା ହିଁ ବିଜେଡି ପରାଜୟର କାରଣ! ମହଙ୍ଗା ପଡିଲା ନିଜ ଦଳର ଆଶାୟୀଙ୍କୁ ଟିକେଟ୍ ନଦେବା। ଆଜି ଏଭଳି ବୟାନ ରଖି ପୁଣିଥରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଦଳର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର।
ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବୟାନକୁ ନେଇ ସରଗରମ ହୋଇଛି ରାଜନୀତି । କହିଲେ- ଅତୀତରେ ଆମ ଦଳ ଭୁଲ କରିଛି । ବିଜେପିରେ ଟିକେଟ ପାଇଥିବା କିଛି ପାର୍ଥିଙ୍କୁ ଆଣିକି ଆମ ଦଳରେ ମିଶାଇଲେ । ବର୍ତ୍ତମାନ ବିଜେପି ସାଂସଦ ମାନଙ୍କୁ ନେଇଯାଉଛନ୍ତି ।
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍। କୋର୍ କମିଟି ବୈଠକରେ ଫଡନାବିସ୍ ଙ୍କ ନାଁରେ ମୋହର ବାଜିଥିବା ଜଣାପଡିଛି।
କେବେ ନିଯୁକ୍ତ ହେବେ ପ୍ରଦେଶ କଂଗ୍ରେସ କମିଟି ସଭାପତି? କିଏ ହେବେ ଦୁର୍ବଳ ହୋଇପଡ଼ିଥିବା ରାଜ୍ୟ କଂଗ୍ରେସର ମଙ୍ଗୁଆଳ?
ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱର୍ଗତ ସମୀର ଦେଙ୍କ ସ୍ମୃତି ସଭାରେ ଜୟନାରାୟଣ ଦେଇଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।
ଜୟନାରାୟଣଙ୍କର ସାଂଘାତିକ ବୟାନ । ଦଳରୁ ତଡ଼ି ଦେଇଛି ଭାରତୀୟ ଜନତା ପାର୍ଟି । ବିଜେପି କରିଛି ଜୟନାରାୟଣଙ୍କୁ ଏକ ଘରକିଆ ?
ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କୁଆଁରୀ ଝିଅ ଓ ବୋହୂ ଭିତରେ ପାର୍ଥକ୍ୟ ବୁଝାଇଥିଲେ ପ୍ରଧାନମନ୍ତ୍ରୀ । ଝିଅ-ବୋହୂର ଉଦାହରଣ ଦେଇ ମୋଦି କହିଥିଲେ, ଝିଅଟିଏ ବାପ ଘରେ ଥିବା ବେଳେ ତାପାଖରେ ସବୁ ସ୍ୱାଧୀନତା ଥାଏ ।
ଆଗରୁ ନିର୍ବାଚନ ପୂର୍ବରୁ ଆସିଥିଲେ, ଆଉ ଏଥର ଡବଲ୍ ଇଞ୍ଜିନ୍ ସରକାର ପରେ । ଚାଲିଛି ରୁଦ୍ଧଦ୍ୱାର ପାଠଶାଳା । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ତିନି କେନ୍ଦ୍ରମନ୍ତ୍ରୀ, ବିଜେପିର ସବୁ ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀ ।
ସାଧାରଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶେଷ ଥର ପାଇଁ ଆଖି ପୂରେଇ ଦେଖି ନେବାକୁ, ଗତକାଲି ଜରୁରୀ ଦିଲ୍ଲୀ ଗସ୍ତ ବାତିଲ କରିବାକୁ ପଛାଇନଥିଲେ ମୋହନ ।
ସରଗରମ ହେବ ଶୀତ ଅଧିବେଶନ .. ପ୍ରସଙ୍ଗ ବାଛି ପ୍ରସ୍ତୁତ ବିରୋଧୀ ।
କେଉଁ ଅଧିକାରୀଙ୍କୁ କଂପାନୀ ଦେଇଛି ମୋଟା ଅଙ୍କର ଲାଞ୍ଚ ? କେଉଁ ମନ୍ତ୍ରୀଙ୍କ ଅମଳରେ ହୋଇଥିଲା ଲାଞ୍ଚ କାରବାର? ଉଠୁଛି ପଡୁଛି ରାଜ୍ୟ ରାଜନୀତି, ବିଜେଡିର ଖଣ୍ଡନ ।
ବିଜୁ ଲିଗାସୀକୁ କାଉଣ୍ଟର ଲାଗି ମହତାବ କାର୍ଡ ଖେଳୁଛି କି ବିଜେପି ? ବିଜୁଙ୍କ ଛଡ଼ା ଅନ୍ୟ ବରପୁତ୍ର ବିଜେଡି ପାଇଁ ଥିଲେ ଗୌଣ । ବିଜେଡିକୁ ଟାର୍ଗେଟ୍ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଜେଡିର ଜବାବ, ବରପୁତ୍ରଙ୍କୁ ନେଇ ନହେଉ ରାଜନୀତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ଆଉ ଆମ୍ ଆଦମୀ ହୋଇ ରହିନାହାନ୍ତି । ତେଣୁ ଦିଲ୍ଲୀରେ ଏଥର ବିଜେପି ସରକାର ଗଠନ ପାଇଁ କାମ କରିବି ବୋଲି କହିଛନ୍ତି ପୂର୍ବତନ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ୍ ।
ବିଜେଡି ସରକାରକୁ ଫେରିବା ବୟାନବାଜିକୁ ନେଇ ବଦ୍ରି ପାତ୍ରଙ୍କ କଟାକ୍ଷ । ଯେଉଁମାନେ କହୁଛନ୍ତି ସେମାନଙ୍କର ମତି ବିଭ୍ରାଟ ହୋଇଛି ଏବଂ ସେମାନେ ଅଧିକ ନିନ୍ଦିତ ହେଉଛନ୍ତି ବୋଲି ବଦ୍ରି ପାତ୍ର କହିଛନ୍ତି ।
ଲାଭରେ କମ୍ପାନି, ସଙ୍କଟରେ ଆମ୍ ଆଦ୍ମୀ। ଦରଦାମ୍ ବୃଦ୍ଧି ମଧ୍ୟବିତ୍ତଙ୍କୁ ବାଧୁଛି।
କାହିଁକି ପୂର୍ବତନ ମନ୍ତ୍ରୀ ସମୀର ଦେ ରାଜନୀତିରେ ଚଢି ଚାଲିଥିଲେ ସଫଳତାର ଶିଡି । ବିରୋଧୀଙ୍କୁ କେମିତି ଦେଉଥିଲେ ମାତ୍ । ଏଇ ବିଶେଷ ଗୁଣ ପାଇଁ ସେ ହୋଇଯାଇଥିଲେ ଅଜାତଶତ୍ରୁ ।
ବାରାମତୀରେ ଲଢେଇ ତୀବ୍ର ହୋଇଛି ବାରାମତୀ ବିଧାନସଭା ଆସନରେ । ଏହି ଆସନରେ ଶରଦ ପାୱାରଙ୍କ ପୁତୁରା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଲଢୁଛନ୍ତି ଶରଦ ପାୱାରଙ୍କ ସଂପର୍କୀୟ ନାତି ଯୁଗେନ୍ଦ୍ର ପାୱାର । ଅଜିତ ପାୱାରଙ୍କ ସାନ ଭାଇ ଶ୍ରୀନିବାସ ପାୱାରଙ୍କ ପୁଅ ହେଉଛନ୍ତି ଯୁଗେନ୍ଦ୍ର ।