ସୂଚନାଫଳକରେ ପିସି କାରବାର ଲେଖାଯିବା ହୁଏତ ଆପଣ ଦେଖିନଥିବେ । ହେଲେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଖୁଲମଖୁଲା ଚାଲିଛି ପିସି କାରବାର ।
ପାଞ୍ଚଟି T ବେଶି ଗୁରୁତ୍ୱପୂର୍ଣ୍ଣ, ନା ଗୋଟିଏ P ଓ ଗୋଟିଏ C । ଆମେ ଆପଣଙ୍କୁ ଇଂରାଜୀ ବର୍ଣ୍ଣ ପରିଚୟ କରାଉନୁ । ଆପଣଙ୍କୁ ପରିଚିତ କରାଉଛୁ ସରକାରୀ ବାବୁଙ୍କ ଉପୁରି ମୋହ ସହ । ସିଧାସିଧା କହିଲେ, ପିସିର ମୋହ ଆଗରେ ବାବୁମାନଙ୍କ ପାଇଁ ସତେକି ତୁଚ୍ଛ ହୋଇଯାଇଛି କି ସରକାରଙ୍କ ଫାଇଭ୍-ଟି ମନ୍ତ୍ର ।