ପରୀ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା । ଏଥିରେ ବିରୋଧୀ ହୀନ ରାଜନୀତି କରୁଛନ୍ତି ।
ଗତକାଲି ସାମ୍ବାଦିକ ସମ୍ମିଳନୀ। ଆଉ ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ। ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିରୋଧରେ ବିଜେଡିର ହଲ୍ଲାବୋଲ୍। ପରୀ ଘଟଣାକୁ ବିଜେପି ରାଜନୀତିକରଣ କରିଥିବା କହି, ଓଡ଼ିଶାବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ ।