ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀମାନଙ୍କ ସହ ଏହି ଦିନ ପରୀକ୍ଷା ସମ୍ପର୍କରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏଣିକି ସରକାରୀ କଲେଜ ଫି ଦେଇ ବେସରକାରୀ ମେଡିକାଲ କଲେଜରେ ପାଠ ପଢ଼ିପାରିବେ ଛାତ୍ରଛାତ୍ରୀ । ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କଂଗ୍ରେସକୁ ଧୁଲେଇ କଲେ ମୋଦି । ଦେଶର ସବୁ ସମସ୍ୟା ପାଇଁ କଂଗ୍ରେସକୁ ଦାୟୀ କଲେ ପ୍ରଧାନମନ୍ତ୍ରୀ ମୋଦି ।
ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ କେବଳ ଭାରତ ନୁହଁ ବିଶ୍ୱର ବିଭିନ୍ନ ଦେଶର ନେତା ଓ ଲୋକ ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଟ୍ବିଟ୍ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଆଗାମୀ ୨ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଏକ ଅଂଶ ହୋଇଯିବ । କେନ୍ଦ୍ରମନ୍ତ୍ରୀ କପିଲ୍ ପାଟିଲ ଏହି ମନ୍ତବ୍ୟ ଦେଇଛନ୍ତି ।
ହେଲିକପ୍ଟରରୁ ଯୁଦ୍ଧ କଳା ପ୍ରଦର୍ଶନ ହେଉ କି ପାରାଚ୍ୟୁଟ୍ରୁ ଅବତରଣ ଭଳି ଦୁଃସାହସିକ ରଣ କୌଶଳ ପ୍ରଦର୍ଶନ । ସମସ୍ତ ଏହା ଦେଖି ଆତ୍ମ ବିଭୋର ହୋଇଥିଲେ । ସେନା ଭଳି ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ NCC କ୍ୟାଡେଟ୍ ମାନେ । NCC କ୍ୟାଡେଟ୍ଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନମୋହିଥିଲା ।
କାହିଁକି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହେଲା ଅବହେଳା? କାଲି ରିପୋର୍ଟ ଦାଖଲ କରିବେ ଏସଏସପି
ମୋଦିଙ୍କ ସୁରକ୍ଷାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା। ତେବେ ଜାଣିରଖନ୍ତୁ କେବେ କେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଛି ତ୍ରୁଟି
ପଞ୍ଜାବ ଫିରୋଜପୁରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ଭଟିଣ୍ଡା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଜଣାଇଥିବା ନେଇ ସୂଚନା ମିଳିଛି। ଏୟାରପୋର୍ଟ କର୍ମଚାରୀଙ୍କ ସାମ୍ନାରେ ପ୍ରତିକ୍ରିୟା ଜଣାଇଥିବା ANI ପକ୍ଷରୁ ସୂଚନା ଦିଆଯାଇଛି
ଏହି ରାଲିଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ଭବ୍ୟ ରାଲି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ହେବ ।
ୟୁପି ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ୟୁପି ନିର୍ବାଚନ ମାହୋଲ ସେତିକି ସେତିକି ଜମୁଛି
ମୋଦି-ପୁତିନ ଶିଖର ବୈଠକ ପୂର୍ବରୁ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବା ଟୁ-ଟୁ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଋଷୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିଲେ ।
ସଂସଦର ଅଧିବେଶନ ଓ ବୈଠକରେ ନିୟମିତ ଭାବେ ଉପସ୍ଥିତ ରହିବାକୁ କହିଛନ୍ତି ମୋଦି । ଛୋଟ ପିଲାଙ୍କୁ ବୁଝାଇଲା ଭଳି ସବୁବେଳେ କହିବା ଭଲ ଲାଗୁ ନାହିଁ ବୋଲି ମୋଦି କହିଥିବା ସୂଚନା ମିଳିଛି ।
ପୁତିନ-ମୋଦି ଆଲୋଚନାରେ ପ୍ରତିରକ୍ଷା, ବାଣିଜ୍ୟିକ ଓ ଜ୍ଞାନକୌଶଳ ସହଯୋଗ ପ୍ରସଙ୍ଗକୁ ଛାଡ଼ି ଉଭୟ ରାଷ୍ଟ୍ରଙ୍କୁ ପ୍ରଭାବିତ କରୁଥିବା ଆତଙ୍କବାଦ, ଡ୍ରଗ୍ସ କାରବାର, ସଂଗଠିତ ଅପରାଧ ଭଳି ବିଶ୍ୱ ବ୍ୟାପାର କଥା ମଧ୍ୟ ଉଠିଥିଲା ।
ରୁଷିଆ ଓ ଭାରତ ମଧ୍ୟରେ ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର କ୍ଷେତ୍ରରେ ଟୁ ପ୍ଲସ ଟୁ ଆଲୋଚନା ମଧ୍ୟ ହୋଇଛି । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ରୁଷିଆ ପ୍ରତିପକ୍ଷ ଜେନେରାଲ୍ ସେର୍ଗି ସୋଇଗୁ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ରୁଷିଆ ପ୍ରତିପକ୍ଷ ସେର୍ଗି ଲାବରବଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ, ସହ ଚାଷୀ ଆନ୍ଦୋଳନ ସମୟରେ ବିଭିନ୍ନ ଚାଷୀଙ୍କ ନାଁରେ ହୋଇଥିବା ମାମଲା ପ୍ରସଙ୍ଗରେ ମଧ୍ୟ ଏହି କମିଟି ଆଲୋଚନା କରିବ ।
ସମସ୍ତେ ସତର୍କ ରହିବା ଆବଶ୍ୟକ । ଏହା ସମସ୍ତଙ୍କ ଦାୟିତ୍ୱ । ବର୍ତ୍ତମାନ ସାରା ଦେଶରେ ପାଳନ ହେଉଥିବା ଆଜାଦି କା ଅମୃତ ମହୋତ୍ସବର ଉଦ୍ଦେଶ୍ୟ ଯୁବପୀଢିଙ୍କ ମଧ୍ୟରେ ପ୍ରତିଫଳନ ହୋଇଥିବା ମୋଦି କହିଛନ୍ତି ।
ଗୁରୁ ନାନକ ଦେବଙ୍କ ଜନ୍ମବାର୍ଷିକୀ ଅର୍ଥାତ୍ ଗୁରୁ ପରବ୍ ଅବସରରେ ମୋଦିଙ୍କ ଚମକାଇବା ଭଳି ଘୋଷଣା । ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବର୍ଷେ ବ୍ୟାପୀ ଚାଲିଥିବା ଅଶାନ୍ତିରେ ଅନ୍ତ ଘଟାଇବା ଲାଗି କେନ୍ଦ୍ର ପକ୍ଷରୁ ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନିଆଯାଇଛି ।
ଆଇନ ପ୍ରତ୍ୟାହାର କରିବାକୁ ମୋଦି କହିବା ପରେ ଦିଲ୍ଲୀ ସୀମାରେ ଚାଷୀମାନେ ପରସ୍ପକୁ ମିଠା ବାଣ୍ଟି ଏହାକୁ ସ୍ୱାଗତ କରିଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମଧ୍ୟ ଗୋଟିଏ ବିବୃତି ଜାରି କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।
ଦେଶବାସୀଙ୍କୁ କ୍ଷମା ମାଗିଲେ, ୩ କୃଷି ଆଇନ ପ୍ରତ୍ୟାହାର କଲେ ମୋଦି
ପ୍ରକୃତରେ ଏହା ହେଉଛି ଏକ ଡିଜିଟାଲ୍ କରେନ୍ସି ବା ମୁଦ୍ରା। କିନ୍ତୁ ଏହାର କୌଣସି କାଗଜ ନୋଟ୍ କିମ୍ବା ଧାତବ କଏନ୍ ନାହିଁ । ଏହାର ପ୍ରଚଳନ କେବଳ ଇଣ୍ଟରନେଟ୍ ଦୁନିଆରେ ହୋଇଥାଏ।
ଶକ୍ତିଶାଳୀ ଯୁଦ୍ଧ ବିମାନ ଧରି ବୀର ଭାରତୀୟ ଯବନା ଦେଖାଇଛନ୍ତି ବିରତ୍ୱ । ଗୋଟେ ପରେ ଗୋଟେ ଶକ୍ତିଶାଳୀ ଯୁଦ୍ଧ ବିମାନ ଏଠାରେ ନିଜର ବୀରତ୍ୱ ପ୍ରଦର୍ଶନ କରିଛନ୍ତି ।
ପୂର୍ବାଞ୍ଚଳ ଏକ୍ସପ୍ରେସେ ଓ୍ୱର ଲୋକାର୍ପଣ ଉତ୍ସବରେ ଆୟୋଜିତ ଏୟାର ଶୋ ବେଳେ ଏକ୍ସପ୍ରେସ୍ ୱେରେ ଲ୍ୟାଣ୍ଡ କରିଛି ଯୁଦ୍ଧ ବିମାନ ମିରାଜ-୨୦୦୦ । ଏହାଛଡ଼ା AN-32 ପରିବହନ ବିମାନ ଯବାନଙ୍କୁ ନେଇ ଲ୍ୟାଣ୍ଡ କରିବା କାର୍ଯ୍ୟକ୍ରମ ରହିଛି
ଆଜିକାଲି ସୋସିଆଲ୍ ମିଡିଆରେ ଯିଏ ଥରେ ଚର୍ଚ୍ଚିତ ହୋଇଗଲା ସିଏ ହେଇଗଲା ଏକ ଟ୍ରେଣ୍ଡ୍। ସେଭଳି ମଧ୍ୟ ହୋଇଛି ରାନୁ ମଣ୍ଡଳଙ୍କ କ୍ଷେତ୍ରରେ। ଭାଇରାଲ ହେବା ନେଇ ତାଙ୍କ ନାମ ହିଁ ଯଥେଷ୍ଟ ହୋଇଯାଇଛି। ତାଙ୍କ ନାମକୁ ବ୍ୟବହାର କରି ଚାଲୁଛି ଭିଡିଓ। ନିଜକୁ ଚର୍ଚ୍ଚାର ପରିସରକୁ ଆଣିବା ନେଇ ଲୋକେ ରାନୁ ମଣ୍ଡଳଙ୍କ ନାମକୁ ବ୍ୟବହାର କରୁଥିବା ଦେଖାଯାଉଛି।
କେଦାରନାଥ ପୀଠରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ। ଶଙ୍କରାଚାର୍ଯ୍ୟଙ୍କ ପୁନଃର୍ନିମିତ ସମାଧି ଏବଂ ମନ୍ଦିର ପରିସରରେ ତାଙ୍କର ବିଶାଳ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି