ଗ୍ଲାସ୍ଗୋରେ ବଢ଼ିଲା ଭାରତର ଗାରିମା । ଜଳବାୟୁ ପରିବର୍ତ୍ତନର ସମାଧାନ ପାଇଁ ଭାରତର ଯୋଗଦାନ ସଂପର୍କରେ ଅବଗତ କରାଇବା ସହ ପଞ୍ଚାମୃତ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତର୍ଜାତୀୟ ଜଳବାୟୁ ଶିଖର ସମ୍ମିଳନୀରେ ସେ ଘୋଷଣା କରିଛନ୍ତି ଯେ, ୨୦୭୦ ସୁଦ୍ଧା ଶୂନ୍ୟ କାର୍ବନ୍ ନିଗର୍ମନ ଲକ୍ଷ୍ୟ ପୂରଣ କରିବ ଭାରତ ।
ପାଟନା ଗାନ୍ଧୀ ମଇଦାନରେ ୨୦୧୩ରେ ହୋଇଥିବା ସିରିଏଲ ବ୍ଲାଷ୍ଟ ଘଟଣାରେ ଏନ୍ଆଇଏର ସ୍ୱତନ୍ତ୍ର ଅଦାଲଦ ସୋମବାର ରାୟ ଶୁଣାଇଛନ୍ତି । ଏନ୍ଆଇଏ କୋର୍ଟ ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ।
ମୋଦିଙ୍କ ମାଷ୍ଟର୍ ପ୍ଲାନ ବୁଝିପାରୁନି କଂଗ୍ରେସ । ରାଜନୀତିକୁ ନେଇ ଗମ୍ଭୀର ନୁହଁ ଦେଶର କଂଗ୍ରେସ । ଫଳରେ ଆହୁରି ଅଧିକ ଶକ୍ତିଶାଳୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ନିଷ୍ପତ୍ତି ନେଇପାରୁନି ଆଉ ଏହାର ପରିଣାମ ଦେଶକୁ ଭୋଗିବାକୁ ପଡ଼ୁଛି ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମହିଳା ପୋଲିସଙ୍କୁ ପ୍ରଶଂସା କରିଛନ୍ତି। ଦେଶର ବିକାଶରେ ସେମାନଙ୍କ ଭୂମିକା ଅନେକ ଓ ଦେଶର ଲକ୍ଷ ଲକ୍ଷ ଝିଅଙ୍କ ପାଇଁ ସେମାନେ ଆଦର୍ଶ ବୋଲି ମୋଦି କହିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମର ୮୨ତମ ସଂସ୍କରଣରେ ଦେଶବାସୀଙ୍କ ସମ୍ବୋଧନ କରି ମୋଦି ଆହୁରି କହିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁଁ ୧୦୦ କୋଟି ଡୋଜ୍ ଟିକାକରଣ ସଂପନ୍ନ ହୋଇପାରିଛି
ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହେବା ପରେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ୧୦୦ କୋଟି ଡୋଜ୍ କେବଳ ଏକ ସଂଖ୍ୟା ନୁହେଁ ଏହା ଆମ ଦେଶର ଦକ୍ଷତାକୁ ପ୍ରଦର୍ଶନ କରୁଛି। ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହା ଏକ ସଫଳତା ବୋଲି ମୋଦି କହିଛନ୍ତି
ଆଜି ଉତ୍ତର ପ୍ରଦେଶ କୁଶିନଗର ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଶ୍ରୀଲଙ୍କାରୁ ବୌଦ୍ଧ ଧର୍ମାବଳମ୍ବୀଙ୍କରୁ ନେଇ ଆସିଥିବା ଏକ ବିମାନ ଅବତରଣ କରିଥିଲା । କୁଶିନଗର ସହିତ ପ୍ରାଚୀନ ଭାରତ ଜଡ଼ିତ । ଏଠାରେ ବୌଦ୍ଧ ଧର୍ମର ପ୍ରବର୍ତ୍ତକ ଗୌତମ ବୁଦ୍ଧଙ୍କ ମହାପ୍ରୟାଣ ରହିଥିଲା ।
ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରତିଜ୍ଞା ଯାତ୍ରା । ଉତ୍ତରପ୍ରଦେଶରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏକ ବଡ଼ ଧରଣର ପ୍ରସ୍ତୁତି ଚଳାଇଛି । ଏହି କାରଣରୁ ପ୍ରିୟଙ୍କା ଗାନ୍ଧୀ ୫ ଦିନିଆ ଲକ୍ଷ୍ନୌ ଗସ୍ତରେ ଯାଇ କଂଗ୍ରେସ ସଂଗଠନ ସହ ଜଡିତ କାର୍ଯ୍ୟାଳୟର ଅଧିକାରୀ ଏବଂ ନେତାଙ୍କ ସହ ବୈଠକ କରିଛନ୍ତି । ସେହି ସମୟରେ ମିଶନ୍ -୨୦୨୨ ସମ୍ବନ୍ଧରେ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି ।
ଦାରିଦ୍ର୍ୟ ତାଲିକାରେ ପୁଣି ତଳକୁ ଖସିଲା ଭାରତ । ଭାରତର ସ୍ଥାନ ତଳକୁ ଖସିବା ପରେ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରର ମୋଦି ସରକାରଙ୍କୁ ବିରୋଧୀ କଂଗ୍ରେସ ଟାର୍ଗେଟ୍ କରିଛି ।
ମହାକାଶଯୁଗ ମୁହାଁ ଭାରତ। ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ନୂତନ ଚିନ୍ତାଧାରା ରଖୁଥିବା ଶିଳ୍ପଗୁଡିକୁ ଯାହା ସୁବିଧା ଆବଶ୍ୟକ ସମସ୍ତ ସହଯୋଗ ମିଳିବ
ଆଜି ୨୮ତମ ନ୍ୟାଶନାଲ ହ୍ୟୁମାନ୍ ରାଇଟ୍ସ କମିଶନ ପ୍ରତିଷ୍ଠା ଦିବସ। ଏହି ଅବସରରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଭାରତର ସବୁ ଚାଷୀଙ୍କ ପାଇଁ ଆସିଲା ଜରୁରୀ ଖବର। ଯଦି ଆପଣ ପିଏମ କିଷାନ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତାହେଲେ ଫଟାଫଟ୍ ଦାଖଲ କରନ୍ତୁ ଏହି ସବୁ ଡକ୍ୟୁମେଣ୍ଟ । ନଚେତ ଆପଣଙ୍କ ହାତକୁ ଆସିବ ନାହିଁ ପିଏମ କିଷାନ କିସ୍ତି ଟଙ୍କା। ଆଉ ଏମିତି କଲେ ୨ ହଜାର ଟଙ୍କା ଜାଗାରେ ଆପଣଙ୍କ ବ୍ୟାଙ୍କ ଖାତାରେ ଜମା ହେବ ୪ ହଜାର ଟଙ୍କା
ତିନି ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଥିବା ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକ୍ସନ୍ ଶନିବାର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ମେଟେ ମୋଦୀଙ୍କର ବିଦେଶ ନୀତିକୁ ପ୍ରଶଂସା କରିବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସମୀକ୍ଷା କରିବା ଦିଗରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ସଦୃଶରେ ମିଳିଥିବା ବିଭିନ୍ନ ସାମଗ୍ରୀର ନିଲାମ ଶେଷ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଅଲିମ୍ପିକ୍ସ ବିଜୟୀ ଦେଇଥିବା ଉପହାରର ନିଲାମ ମଧ୍ୟ ଶେଷ ହୋଇଛି । ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭଲିନ୍ ସବୁଠାରୁ ଅଧିକ ଅର୍ଥାତ୍ ଦେଢ କୋଟି ଟଙ୍କାରେ ନିଲାମ ହୋଇଛି।
କୃଷି ଆଈନକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖି ମୋଦି କହିଛନ୍ତି ଆମେ କୃଷି ଏବଂ କୃଷକ ପାଇଁ ଅନେକ ଯୋଜନା କରୁଛୁ। ଯାହାଦ୍ୱାରା ସେମାନେ ଲାଭ ପାଇପାରିବେ
ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
୭୬ ବର୍ଷରେ ପାଦ ଦେଲେ ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ଜନ୍ମଦିନ ଉପଲକ୍ଷେ ସେ ଦେଶର ବିଭିନ୍ନ ସ୍ଥାନରୁ ଅଭିନନ୍ଦନର ବାର୍ତ୍ତା ଗହଣ କରୁଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତା ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଆଜି ସ୍ୱଚ୍ଛ ଭାରତ ମିଶନ ସହରୀ ୨.୦ ଏବଂ ଅମୃତ ୨.୦ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତ ସହରକୁ ଆବର୍ଜନା ମୁକ୍ତ ଓ ଜଳ ସୁରକ୍ଷା ଯୋଗାଇବା ଏହାର ଉଦ୍ଦେଶ୍ୟ ରହିଛି। ନୂଆଦିଲ୍ଲୀ ସ୍ଥିତ ଡକ୍ଚର ଆମ୍ବେଦକର ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋଟ୍ ସମ୍ପତ୍ତି ପରିମାଣ ୩.୦୭ କୋଟି ଟଙ୍କାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀଙ୍କ ୱେବସାଇଟ୍ର ନଗଦ ତଥ୍ୟ ଅନୁଯାୟୀ ଏହି ସୂଚନା ମିଳିଛି । ୨୦୨୦ ମସିହା ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ଥିଲା ୨.୮୫ କୋଟି ଟଙ୍କା
ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ବା ପିଏମ୍-ପୋଷଣର ଘୋଷଣା କରିଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି
ଏମିତି ଏକ ଯୋଜନା ଯେଉଁଥିରେ ସଂଚୟ କଲେ ଟଙ୍କା ମିଳିବ ନିଶ୍ଚୟ। ବୃଦ୍ଧ ଅବସ୍ଥାରେ ଆଉ ହାତ ପତାଇବାକୁ ପଡିବ ନାହିଁ। ରାସ୍ତାକଡର ଠେଲା ଦୋକାନୀ, ରିକ୍ସା ଚାଳକ ଓ ଶ୍ରମିକ ଏହି ଯୋଜନାର ଲାଭ ଉଠାଇ ପାରିବେ। ପ୍ରତିଦିନ ମାତ୍ର ୨ ଟଙ୍କା ସଞ୍ଚୟ କରି ବାର୍ଷିକ ୩୬ ହଜାର ଟଙ୍କାର ପେନସନ୍ ପାଇପାରିବେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଅକ୍ଟୋବର ୭ରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଜଲି ଗ୍ରାଣ୍ଟ ବିମାନବନ୍ଦର ଟର୍ମିନାଲକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହେବାକୁ ପଡ଼ିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ନିକଟରେ ମୋଦି ବାଇଡ଼େନଙ୍କୁ ଭେଟିଥିଲେ
ଆମେରିକାରୁ ନିଜ ମାଟିର ଐତିହାସିକ ମୂର୍ତ୍ତିକୁ ଫେରାଇ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ଗସ୍ତ ସାରି ଭାରତ ଫେରିବା ବେଳେ ମୋଦି ୧୫୭ଟି ପୁରାତନ ଓ ଐତିହାସିକ ଉପହାର ନେଇ ଆସିଛନ୍ତି । ଯାହା ବହୁ ବର୍ଷ ଧରି ଭିନ୍ନ ଭିନ୍ନ ଉପାୟରେ ଭାରତଠାରୁ ଛଡାଇ ନିଆଯାଇଥିଲା
ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିଲେ ମୋଦି। ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା।କୋଭିଡ୍ ବେଳେ ଆମେରିକାର ସହାୟତା ପାଇଁ ଜଣାଇଲେ କୃତଜ୍ଞତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ। ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କ ପରିକଳ୍ପନା। ଅତ୍ୟାଧୁନିକ ଇଂଜିନିୟରିଂର ଚମତ୍କାରିତା। ୨୦୨୩ ମାର୍ଚ୍ଚରେ ଖୋଲିବ ବିଶ୍ୱର ଦୀର୍ଘତମ ରାଜପଥ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ। ଦିଲ୍ଲୀରୁ- ମୁମ୍ବାଇ ୧୩୮୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଲାଗିବ ମାତ୍ର ୧୨ ଘଣ୍ଟା