• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Narendra Modi

PM Modi
ମେଟ୍ରୋରେ ବସି ଯୁବଗୋଷ୍ଠୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି.. ଏଥିପାଇଁ ମେଟ୍ରୋ ଟ୍ରେନରେ ବସି ଯାତ୍ରା କରୁଛନ୍ତି ଏବଂ ସହଯାତ୍ରୀଙ୍କ ସହ କଥାବାର୍ତ୍ତା କରୁଛନ୍ତି

PM modi in Egypt
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ

ହେଲିଓପୋଲିସରେ ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାଣବଳୀ ଦେଇଥିବା ୩ହଜାର ୭୯୯ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି।

Narendra Modi at America Congress
ଆମେରିକା କଂଗ୍ରେସରେ ମୋଦି ଗାଇଲେ କବିତା...ଏବେ ତ ସୂର୍ଯ୍ୟୋଦୟର ସମୟ, ହଟିଯିବ ଅନ୍ଧାର...

୨୦୨୨ ଫେବୃଆରୀ ୨୪ରୁ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଭାରତ ଏକାଧିକ ଥର ଶାନ୍ତି ପାଇଁ ଅପିଲ କରିଛି ।

Elon Musk
ଭାରତ ଆସିବେ ଏଲନ୍, ଆମେରିକାରେ ମୋଦିଙ୍କୁ ଭେଟିବା ପରେ ଦେଲେ ସୂଚନା

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନ୍ୟୁୟର୍କରେ ଏଲନ ମସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ।

Modi Ji Thali
ଆମେରିକାରେ ଲଞ୍ଚ ହେଲା ‘ମୋଦି ଜୀ ଥାଳି’; ମେନ୍ୟୁରେ କ’ଣ ରହିଛି ଜାଣନ୍ତୁ...

‘ମୋଦି ଜୀ ଥାଳି’କୁ ନେଇ ସେଫ୍‌ କୁଲକର୍ଣ୍ଣି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଭାରତୀୟ ଖାଦ୍ୟର ଚାହିଦା ଅନୁଯାୟୀ ଥାଳିକୁ ପ୍ରସ୍ତୁତ କରାଯାଇଛି । ଏହାକୁ ନେଇ ରେଷ୍ଟୁରାଣ୍ଟ ମାଲିକ ମଧ୍ୟ ନିଜର ମତ ରଖିଛନ୍ତି ।

New parliament building
ଦେଶ ପାଇଁ ଐତିହାସିକ କ୍ଷଣ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଲୋକାର୍ପଣ

ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ଆଜିର ଦିନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆ ସଂସଦ ଭବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରି ନୂଆ ସଂସଦ ଭବନ ନୂଆ ଭାରତର ଆଧାର ହେବ ବୋଲି କହିଛନ୍ତି । ତାସହ ବିକଶିତ ଭାରତର ଲକ୍ଷ୍ୟ, କଠିନ ହେଲେ ବି ଅସମ୍ଭବ ନୁହେଁ ବୋଲି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ, ବାଚସ୍ପତିଙ୍କ ଆସନ ନିକଟରେ ଐତିହାସିକ ସେଙ୍ଗୋଲ୍ ବା ରାଜଦଣ୍ଡ ସ୍ଥାପନ କରିଛନ୍ତି ।

new Parliament building
ଆଧୁନିକ... ଆକର୍ଷଣୀୟ... ଅଦ୍ୱିତୀୟ... ନୂଆ ଭାରତର ନୂଆ ସଂସଦ ସୌଧ, କର୍ମଦ୍ୱାରରେ ଶୋଭା ପାଉଛି କୋଣାର୍କ ଚକ୍ର

ଆଧୁନିକ... ଆକର୍ଷଣୀୟ... ଅଦ୍ୱିତୀୟ... । ନୂଆ ଭାରତର ନୂଆ ସଂସଦ ସୌଧ। ୧୪୦ କୋଟି ଭାରତୀୟଙ୍କ ଆଶା-ଆକାଂକ୍ଷା ଓ ଗର୍ବ-ଗୌରବର ଭବ୍ୟ ପ୍ରତୀକ । କେବଳ ଭାବନାତ୍ମକ ଭାବେ ନୁହେଁ, ଗଠନାତ୍ମକ ଦିଗରୁ ବି ଏଠି ସମାହିତ ହୋଇଛି ଭାରତର ବିବିଧତା। ନୂଆ ସଂସଦ ଭବନରେ ଲାଗିଛି ରାଜସ୍ଥାନର ପଥର, ମହାରାଷ୍ଟ୍ରର ଶାଗୁଆନ କାଠ, ଉତ୍ତରପ୍ରଦେଶର କାର୍ପେଟ୍, ତ୍ରିପୁରାର ବାଉଁଶ ଚଟାଣ, ଗୁଜରାଟର ଶଙ୍ଖମଲମଲ ପଥର ଓ ପିତ୍ତଳ କାରୁକାର୍ଯ୍ୟ। ଲୋକସଭା ଓ ରାଜ୍ୟସଭାର ଫଲ୍ସ ସିଲିଂରେ ଲାଗିଛି ଡାମନ-ଡିୟୁରୁ ଆସିଥିବା ଷ୍ଟିଲ୍ ଷ୍ଟ୍ରକଚର୍ । ମୁମ୍ବାଇରେ ତିଆରି ହୋଇଛି ଫର୍ଣ୍ଣିଚର୍। ହରିୟାଣାରୁ ଆସିଛି ବାଲି ଓ ଇଟା।

New parliament building
ଦେଶ ପାଇଁ ଐତିହାସିକ କ୍ଷଣ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଲୋକାର୍ପଣ

ବାଚସ୍ପତିଙ୍କ ଆସନ ନିକଟରେ ଐତିହାସିକ ସେଙ୍ଗୋଲ ସ୍ଥାପନ, ସେଙ୍ଗୋଲକୁ ସାଷ୍ଟାଙ୍ଗ ପ୍ରଣାମ ପରେ ସ୍ଥାପନ କଲେ ମୋଦି

Dhitang Dhitang In Sydney
ମୋଦିଙ୍କୁ ଭବ୍ୟ ସ୍ୱାଗତ, ଓଡ଼ିଆ ଗୀତ ଧିତାଙ୍ଗ ଧିତାଙ୍ଗରେ କମ୍ପିଲା ସିଡ୍‌ନୀ...

କଣ୍ଠଶିଳ୍ପୀ ସୁସ୍ମୃିତା ଦାସ ଏହି ଗୀତକୁ ଗାଇଛନ୍ତି । ସିଡନୀ ପାର୍କର ମଞ୍ଚରେ ‘ଧିତାଙ୍ଗ ଧିତାଙ୍ଗ’ ପରିବେଷଣ ବେଳେ ଝୁମିଥିଲେ ହଜାର ହଜାର ପ୍ରବାସୀ ଭାରତୀୟ ।

Narendra Modi
ମୋଦି ମୋଦି ନାରାରେ କଂପିଲା ସିଡନୀ ସୁପରଡୋମ୍

ଏହି ଅବସରରେ ପ୍ରବାସୀ ଭାରତୀୟ ଯେତିକି ଉତ୍ସାହିତ ଥିଲେ, ସେତିକି ଉତ୍ସାହିତ ଥିଲେ ବହୁ ଅଷ୍ଟ୍ରେଲୀୟ ନେତା ।

Naveen's prediction and opposition's election strategy
ନବୀନଙ୍କ ଭବିଷ୍ୟବାଣୀ ଓ ବିରୋଧୀଙ୍କ ନିର୍ବାଚନୀ ରଣନୀତି

ଓଡିଶାରେ ୨୦୦୦ରୁ ଏକ ଦଶନ୍ଧି ଧରି ବିଜେଡି-ବିଜେପି ମିଳିତ ସରକାର କରିଥିଲେ। ତା’ପରେ ଉଭୟେ ଅଲଗା ହୋଇ ନିର୍ବାଚନ ଲଢିଲେ। ଏବେ ପୁଣି ସେହି ‘ସମ୍ପର୍କ’ ଗଢିଉଠୁଥିବା ସ୍ଥିତି ସାମ୍ନାକୁ ଆସିଛି ।

Naveen Patnaik
ସମଦୂରତା ନାଁରେ ସୁବିଧାବାଦୀ ରାଜନୀତିର ସେଫ୍ ଗେମ୍ ଖେଳୁଛି କି ଶଙ୍ଖଦଳ ?

କେଉଁ ଧାରାରେ ଚାଲୁଛି ବିଜେଡି ? ବଦଳୁଛି କି ଦଳର ଆଭିମୁଖ୍ୟ ? ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ରାଜ୍ୟରେ ବିଜେପି ସହ କଳି...କେନ୍ଦ୍ରରେ କୋଳାକୋଳି ! ଶାସକ ବିଜେଡି-ବିଜେପି ସଂପର୍କକୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା

ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍
ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ: ପୁରୀରୁ ଦୌଡ଼ିଲା ବନ୍ଦେ ଭାରତ

ଇଏ ସେହି ଶୁଭ ମୂହୁର୍ତ୍ତ, ଦିଲ୍ଲୀରୁ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇବା ପରେ ଜଗନ୍ନାଥଙ୍କ ଧାମ ପୁରୀରୁ ପଶ୍ଚିମବଙ୍ଗର ହାୱଡ଼ା ଅଭିମୁଖେ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ଏଣିକି ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯିବ ଓ ଏହାଦ୍ୱାରା ସମୟ ବଞ୍ଚିବ, କାରବାର ବି ବଢ଼ିବ।

Naveen-Modi meet opportunity for Congress
ନବୀନ-ମୋଦୀ ଭେଟ କଂଗ୍ରେସ ପାଇଁ ସୁଯୋଗ

ତୃତୀୟ ସାମୁଖ୍ୟର ରାଜନୈତିକ ତୀର୍ଥରେ ଥିବା ନୀତୀଶଙ୍କୁ ସାକ୍ଷାତର ୪୮ଘଣ୍ଟା ପରେ ନବୀନ-ମୋଦୀ ଭେଟ କଂଗ୍ରେସ ପାଇଁ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଦଳ ଏହାର ଫାଏଦା ନେବା ସ୍ଥିତିରେ ନଥିବା ଜଣାଯାଏ।

Rahul Gandhi
କ୍ୟାମ୍ପେନରେ କମ୍ପୁଛି କର୍ଣ୍ଣାଟକ: ଡେଲିଭରି ବୟ ସହ ସ୍କୁଟରରେ ବୁଲିଲେ ରାହୁଲ

କର୍ଣ୍ଣାଟକରେ ହାଇଭୋଲଟେଜ୍ ପ୍ରଚାର। ୧୦ କିଲୋମିଟର ରୋଡ ସୋ କଲେ ମୋଦି। ଡେଲିଭରି ବୟ ସହ ସ୍କୁଟରରେ ବସି ବୁଲିଲେ ରାହୁଲ

100-year-old Ramben blesses PM Modi
ନ୍ୟୁଜିଲାଣ୍ଡରେ ‘ମନ୍ କି ବାତ୍’ ଶୁଣିଲେ, ପୋଷ୍ଟରରେ ହାତ ମାରି ମୋଦିଙ୍କୁ ଆଶୀର୍ବାଦ ଦେଲେ ଶତାୟୁ ମହିଳା

ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍ କି ବାତ’ଙ୍କ ଶୁଣିବା ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ଏହିକ୍ରମରେ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ମୋଦିଙ୍କ ‘ମନ୍ କି ବାତ୍ ’ ଶୁଣିବା ପାଇଁ ରାମ ବେନ ନାମକ ଜଣେ ୧୦୦ ବର୍ଷୀୟା ଜଣେ ବୃଦ୍ଧା ପହଞ୍ଚିଥିଲେ।

Baijayant Jay Panda
ମୋଦି ସାରା ବିଶ୍ୱରେ ଲୋକପ୍ରିୟ ଜନନେତା: ବୈଜୟନ୍ତ

କରୋନା ସମୟରେ ସବୁଠୁ ବଡ଼ ଟିକାକରଣ ହେଉ ବା ଆଉ କିଛି। ସୁଦାନରେ ଫସିଥିବା ଭାରତୀୟଙ୍କୁ ଏବେ ଉଦ୍ଧାର କରୁଛନ୍ତି। ଅନ୍ୟ ଦେଶ ସେପରି କରିପାରୁ ନାହାନ୍ତି, କିନ୍ତୁ ଭାରତ କରିପାରୁଛି।

ଚର୍ଚ୍ଚରେ ପ୍ରଧାନମନ୍ତ୍ରୀ
ଦିଲ୍ଲୀ ସାକ୍ରେଡ୍ ହାର୍ଟ କ୍ୟାଥେଡ୍ରଲ କାଥୋଲିକ୍ ଚର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଇଷ୍ଟର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସ୍ଥିତ ସାକ୍ରେଡ୍ ହାର୍ଟ କ୍ୟାଥେଡ୍ରଲ କାଥୋଲିକ୍ ଚର୍ଚ୍ଚ ଗସ୍ତ କରି ପ୍ରଭୁ ଯୀଶୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି

Beautiful household items are being made from polythene
ଜରିରୁ ତିଆରି କରୁଛନ୍ତି ସୁନ୍ଦର ଘରକରଣା ଜିନିଷ; କମଳାଙ୍କୁ ମୋଦିଙ୍କ ପ୍ରଶଂସା

ଅଦରକାରୀ ପଲିଥିନ ଓ ପ୍ଲାଷ୍ଟିକ୍‌ରେ ତିଆରି ସୁନ୍ଦର କଳାକୃତି ପାଇଁ କେନ୍ଦ୍ରାପଡ଼ାର ଜଣେ ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କିଏ ସେହି ମହିଳା ଏବଂ କ’ଣ ତାଙ୍କ ନିଆରା ଉଦ୍ୟମ, ଆସନ୍ତୁ ଜାଣିବା।

Kendrapara’s Kamala Maharana Gets PM’s Recognition in ‘Mann Ki Baat’
Mann Ki Baat: ଅଦରକାରୀ ପଲିଥିନ୍‌କୁ ଦରକାରୀ ଜିନିଷର ରୂପ ଦେଉଛନ୍ତି କମଳା ମହାରଣା

‘ମନ୍ କି ବାତ୍’ରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ପ୍ରତି ପ୍ରଧାନମନ୍ତ୍ରୀ ପ୍ରଶଂସାର ସୁଅ। ସେ କ୍ଷୀର ପ୍ୟାକେଟ୍ ଜରି ଓ ଅଦରକାରୀ ପ୍ଲାଷ୍ଟିକ୍ରୁ ବିଭିନ୍ନ ସାମଗ୍ରୀ ତିଆରି କରିପାରୁଛନ୍ତି। ତେବେ ଆସନ୍ତୁ ୬୦ ବର୍ଷୀୟ ଏହି ମହିଳାଙ୍କ ସଫଳତାର କାହାଣୀ ଉପରେ ନଜର ପକେଇ ନେବା।

pm kisan yojana
କୃଷକଙ୍କ ପାଇଁ ଖୁସିର ଖବର; ଖୁବ୍‌ଶୀଘ୍ର ମିଳିବ PM କିଷାନ ଟଙ୍କା !

ପୂର୍ବରୁ ଚାଷୀ ମାନଙ୍କୁ ଏହି ଯୋଜନାରେ ୧୨ଟି କିସ୍ତି ମିଳିସାରିଛି । ଯାହାକି ବର୍ତ୍ତମାନ କୃଷକ ମାନେ ୧୩ତମ କିସ୍ତି ପାଇବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚାଷୀ ମାନଙ୍କୁ ପିଏମ୍‌ କିଷାନ ଯୋଜନାରେ ୧୩ତମ କିସ୍ତି ମିଳିବ । ଯାହାକୁ ନେଇ କେନ୍ଦ୍ର ସରକାର ବିଚାରବିମର୍ଶ ଚଳାଇଛନ୍ତି ।

Narendra Modi
ସୁନାରେ ତିଆରି ହେଲା ମୋଦିଙ୍କ ମୂର୍ତ୍ତି, ଦେଖିବାକୁ ଖୁବ୍‌ ଆକର୍ଷଣୀୟ

ଏହି ମୂର୍ତ୍ତିର ଦାମ ୧୧ ଲକ୍ଷ ଟଙ୍କା ରଖାଯାଇଛି ।

Narendra Modi, Heeraben Modi,
ମାଆଙ୍କୁ କାନ୍ଧ ଦେଇ ଭାଇଙ୍କ ସହ ମୁଖାଗ୍ନି ଦେଲେ ମୋଦି, ଜୁଇ ନଲିଭୁଣୁ କର୍ତ୍ତବ୍ୟପଥକୁ ଫେରି ଆସିଲେ

ଶତ ବର୍ଷର ଅର୍ଥପୂର୍ଣ୍ଣ ଜୀବନ ଜିଇଁ ଇହଧାମ ଛାଡ଼ିଲେ ମୋଦିଙ୍କ ମା ହୀରାବେନ୍‌ । ବନ୍ଦେ ଭାରତ ଏକ୍ସପ୍ରେସ୍ କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ।

Rice
ବର୍ଷେ ଯାଏ ମିଳିବ ମାଗଣା ରାସନ୍‌, ଉପକୃତ ହେବେ ୮୦ କୋଟିରୁ ଅଧିକ ଲୋକ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ପୁଣି ବର୍ଷେ ପର୍ଯ୍ୟନ୍ତ ମାଗଣା ଚାଉଳ, ଗହମ ପାଇବେ ଆପଣ...୨୦୨୩ ଡିସେମ୍ବର ଯାଏଁ କାର୍ଯ୍ୟକାରୀ ହେବ ଯୋଜନା

PM Narendra Modi
ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ, ଜନସମୁଦ୍ରକୁ ଦେଖି ଗାଡ଼ିରୁ ଓହ୍ଲାଇପଡ଼ିଲେ ମୋଦି

ବୁଥ୍‌ର ଦୁଇ ପଟେ ଲୋକଙ୍କ ଜନସମୁଦ୍ରକୁ ଦେଖି ପ୍ରଧାନମନ୍ତ୍ରୀ ନିଜ ଗାଡ଼ିରୁ ଓହ୍ଲାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ।