୨୦୨୨ ନୂଆ ବର୍ଷର ରାତିରେ ରକ୍ତର ହୋଲି ଖେଳିବାକୁ ସଜବାଜ ହେଉଛନ୍ତି ଆତଙ୍କବାଦୀ !! ଖବର ପାଇବା ମାତ୍ରେ ହାଇଆଲର୍ଟରେ ମୁମ୍ବାଇ ପୋଲିସ। ସବୁ କର୍ମଚାରୀଙ୍କ ଛୁଟି ବାତିଲ, ଛକ ଛକରେ ଜଗିଛି ପୋଲିସ୍..
ଗତ ସପ୍ତାହରେ ୫ ହଜାରରୁ ୬ ହଜାର ମଧ୍ୟରେ ପଜିଟିଭ ଚିହ୍ନଟ ହୋଇଥିଲେ । ଏଭଳି ସ୍ଥିତିରେ ସରକାର ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ । କେଭିଡ୍ କଟକଣାକୁ ଠିକ୍ ଭାବେ ପାଳନ କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।
ଓମିକ୍ରନ ପାଇଁ ମୁମ୍ବାଇରେ ୧୪୪ ଧାରା ଜାରି । ୨ ଦିନ ରାଲି, ଶୋଭାଯାତ୍ରା ସଂପୂର୍ଣ୍ଣ ବନ୍ଦ ।
ନ୍ୟୁଜିଲାଣ୍ଡକୁ ୫୪୦ ରନ୍ର ଟାର୍ଗେଟ୍ ଦେଇଥିଲା ଭାରତ। ଆଉ ନ୍ୟୁଜିଲାଣ୍ଡ ୫୪୦ ରନ୍ର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍ରେ ୧୬୭ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା।
ନ୍ୟୁଜିଲାଣ୍ତ ବିପକ୍ଷ ୱାଙ୍ଖଡେ ଟେଷ୍ଟରେ ଡ୍ରାଇଭର ସିଟରେ ବସିଛି ଟିମ ଇଣ୍ଡିଆ । ଆଜି ଦ୍ୱିତୀୟ ଇନିଂସରେ ସ୍କୋର ୬୯ ରନରୁ ଖେଳ ଆରମ୍ଭ କରିବ ଭାରତ । ଭାରତ ତାର ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନହରାଇ ୬୯ ରନ କରିଛି ।
କରୋନା କଟକଣା ଯୋଗୁଁ ଭାରତୀୟ ସିନେମା ଜଗତ ଓ ହଲ୍ ଇଣ୍ଡଷ୍ଟ୍ରି ବେଶ କ୍ଷତି ସହିଛନ୍ତି। ବଡ଼ ଫିଲ୍ମ ଅପେକ୍ଷାରେ ଦର୍ଶକ ଥିବାବେଳେ, ଦର୍ଶକଙ୍କୁ ଚାହିଁ ବସିଛି ସିନେମା ହଲ୍। ତେଣୁ ଏହି ଫିଲ୍ମ ଜରିଆରେ ପୁଣି ଥରେ ଦେଶର ସିନେମା ଶିଳ୍ପ ଅଣ୍ଟା ସଳଖି ଛିଡ଼ା ହେବା ଆଶା କରାଯାଉଛି।
ମୁମ୍ବାଇର ମନଖର୍ଡ ଅଞ୍ଚଳରେ ଥିବା ମାଣ୍ଡଲା କବାଡ଼ିଖାନାରେ ଭୟାବହ ଅଘ୍ନିକାଣ୍ଡ। ନିଆଁ ଲାଗି ଅନେକ ଯନ୍ତ୍ରାଂଶ ଜଳିଯାଇଛି। ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜଣାପଡିଛି ।
ବାଲେଶ୍ୱର ଡିଆରଡିଓରୁ ଗୁଇନ୍ଦାଗିରି ମାମଲାରେ ନୂଆ ଟ୍ୱଇଷ୍ଟ। ଘଟଣାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି ଥିବା ନେଇ ସୂଚନା ।
ମନି ଲଣ୍ଡରିଂ ମାମଲାରେ ଅନୀଲ ଦେଶମୁଖ ଗିରଫ I ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୨ ଘଣ୍ଟାର ମାରାଥନ ଜେରା ପରେ ବିଳମ୍ବିତ ରାତିରେ ଗିରଫ କରିଛି।
ବାବ ମଲିକଙ୍କ ଅଣ୍ଡରଓ୍ୱାଲର୍ଡ ସହିତ ଲିଙ୍କ ଥିବା ଫଡନାଭିସ ଅଭିଯୋଗ କରିଛନ୍ତି ଯାହାର ପ୍ରମାଣ ସେ ଦୀପାବଳି ପରେ ଗଣମାଧ୍ୟମ ଏବଂ ଏନସିପି ସଭାପତି ଶରଦ ପାଓ୍ୱାରଙ୍କୁ ଦେବେ ବୋଲି କହିଛନ୍ତି।
ଆର୍ୟନ୍ଙ୍କ ଓକିଲ କହିଲେ ଶୁଣାଣି ବନ୍ଦ କରାଯାଉ । ବାରମ୍ବାର ଏଭଳି କୋର୍ଟ ଟ୍ରାଏଲରୁ ଆର୍ୟନଙ୍କ ବିରତ ରଖାଯାଉ । ଯାହା ସମସ୍ତଙ୍କୁ ଚକିତ କରିଛି ।
ଗତ ୩ ସପ୍ତାହରୁ ଜେଲରେ ଅଛନ୍ତି ଆର୍ୟନ ଖାନ । ଆଜି ବମ୍ବେ ହାଇକୋର୍ଟରେ ଜାମିନ୍ ଆବେଦନର ଶୁଣାଣି ହେବ । ତେବେ ଆର୍ୟନଙ୍କୁ ଆଜି ମିଳିବ କି ବେଲ୍
ଆଜି ଅପରାହ୍ଣରେ ବିଲ୍ଡିଂର ୧୯ ମହଲାରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ଏହା ୨୦ ମହଲାକୁ ବ୍ୟାପି ଥିଲା। ଏହି ସମୟରେ ନିଆଁ କବଳରୁ ନିଜକୁ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ୧୯ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ।
ଆଜିକାଲି ବଲିଉଡ୍ ତାରକାଙ୍କ ଥ୍ରୋବ୍ୟାକ୍ ଫଟୋ ଇଣ୍ଟର୍ନେଟ୍ରେ ହଇଚଇ ସୃଷ୍ଟି କରୁଛି। କିଛି ଦିନ ହେବ କୌଣସି ନା କୌଣସି ସେଲିବ୍ରିଟିଙ୍କ ପିଲାଦିନର ବା ଷ୍ଟ୍ରଗ୍ଲିଂ ଦିନର ଫଟୋ ଭାଇରାଲ ହେଉଛି। ଏହି ଅବସରରେ ଏବେ ଆଉ ଜଣେ ବଡ ଅଭିନେତ୍ରୀଙ୍କ ଫଟୋ ସାମ୍ନାକୁ ଆସିଛି। ଏହା ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଛି। ଏହି ଫଟୋରେ ବଲିଉଡ୍ର ଜଣେ ସଫଳ ଅଭିନେତ୍ରୀ ତାଙ୍କ ମା’ଙ୍କ କାଖରେ ଅଛନ୍ତି। ଅଭିନେତ୍ରୀଙ୍କ ଏହି ପିଲାଦିନର ଫଟୋକୁ ଚିହ୍ନିବା ନେଇ ଲୋକେ ଲାଗିପଡିଛନ୍ତି।
ଫର୍ନିଚର ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ । ଗତକାଲି ବିଳମ୍ୱିତ ରାତିରେ ମୁମ୍ମାଇର ଠାନେ ସହରରେ ଥିବା ଏକ ଫର୍ନିଚର୍ ଗୋଦାମ୍ରେ ନିଆଁ ଲାଗିବା ଫଳରେ ନିଆର ପ୍ରକୋପରେ ପ୍ରାୟ ୫୦ରୁ ଅଧିକ ଗୋଦାମ ପ୍ରଭାବିତ ହୋଇଛି ।
ଡ୍ରଗ୍ସ ମାମଲାରେ ଫସିଥିବା କିଙ୍ଗ ଖାନଙ୍କ ପୁଅ ଆର୍ୟନଙ୍କ ଠାରୁ ଆଜି ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ ଏନସିବି। ଗତକାଲି ଆର୍ୟନଙ୍କ ପାଖରୁ ୧୩ ଗ୍ରାମର କୋକେନ୍, ୫ ଗ୍ରାମର ଏମଡି, ୨୧ ଗ୍ରାମର ଚରସ ଓ ୨୨ଟି ଏମଡିଏମଏ ବଟିକା ଜବତ କରାଯାଇଥିଲା।
କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ରେଡ୍ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ମୁମ୍ବାଇ ଏନସିବି ଜୋନାଲ୍ ଡିରେକ୍ଟର ସମୀର ୱାଙ୍ଖଡେ । କାରଣ ସେ ହିଁ ଏହି ରେଡର ନେତୃତ୍ୱ ନେଇଥିଲେ। ଗତ ୧୫ ଦିନ ପୂର୍ବରୁ ଏହି କ୍ରୁଜରେ ପାର୍ଟି ସମ୍ପର୍କରେ ଆଗୁଆ ସୂଚନା ପରେ ସେ ଏହି ଟିମର ନେତୃତ୍ୱ ନେଇ ରେଡ୍ କରିଥିଲେ ଏବଂ ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ସମେତ ୮ ଜଣଙ୍କୁ ଗିରଫ କରିଥିଲେ।
ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଏହି ରେଭ୍ ପାର୍ଟି ବେଳେ ଉପସ୍ଥିତ ଥିଲେ। ଆର୍ଯ୍ୟନଙ୍କୁ ଏହି ପାର୍ଟିକୁ ଗେଷ୍ଟ ଭାବେ ଆମନ୍ତ୍ରଣ କରାଯାଇଥିଲା ବୋଲି ସୂଚନା ମିଳିଛି।
ମୁମ୍ବାଇରେ ହାଇ ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ରେଡ୍ କରିଛି। ଘଟଣାରେ ଏନ୍ସିବି ୧୦ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଜଣେ ବଲିଉଡ୍ ସୁପରଷ୍ଟାରଙ୍କ ପୁଅ ରହିଛି।
ୟେ ହେଉଛି ବମ୍ବେ ସହରର ଏକ ସିସିଟିଭି ଭିଡିଓ। ଜଣେ ମହିଳା ରାତିରେ ବାହାରକୁ ଆସିଥିଲେ। ଚିତ୍ର ଭଲରେ ଜଣା ପଡ଼ୁନି।
ମୁମ୍ବାଇରେ ହେବ ନିର୍ଭୟା ସ୍କ୍ୱାଡ୍। ମୁମ୍ବାଇ ନିର୍ଭୟା କାଣ୍ଡ ପରେ ଚେତିଲେ ରାଜ୍ୟ ସରକାର। ସହରର ପ୍ରତି ଥାନାରେ ଗଠନ ହେବ ନିର୍ଭୟା ସ୍କ୍ୱାଡ୍। ସ୍କୁଲ, କଲେଜ୍, ମହିଳା ହଷ୍ଟେଲ୍ ଉପରେ ରହିବ ନଜର, ଅପରାଧରେ ଲାଗିବ ଲଗାମ।
ମୁମ୍ବାଇର ସାକିନାକା ଅଞ୍ଚଳରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଆଜି ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ୩୨ ବର୍ଷୀୟ ପୀଡିତା ଘାଟକୋପର ରାଜାୱାଡି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ପୀଡିତାଙ୍କ ମୃତ୍ୟୁକୁ ଡାକ୍ତରଖାନା ପ୍ରଶାସନ ମଧ୍ୟ ନିଶ୍ଚିତ କରିଛି। ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରିଛି। ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ରିମାଣ୍ଡରେ ପଠାଇଛନ୍ତି। ଶୁକ୍ରବାର ମୁମ୍ବାଇର ସାକିନାକା ଅଞ୍ଚଳରେ ଏହି ଘଟଣା ଘଟିଛି।