ପ୍ରବଳ ପବନ ଯୋଗୁ ଚାରିଆଡେ ଭୟଙ୍କର ଧୂଳି ଝଡ ସୃଷ୍ଟି ହୋଇଛି। ଏଥିଲାଗି ମୁମ୍ବାଇ ଏୟାରପୋର୍ଟରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ବିମାନ ଲ୍ୟାଣ୍ଡିଂ ଓ ଟେକ୍ଅଫ୍କୁ ୩୦ ମିନିଟ ଯାଏଁ ବାତିଲ କରାଯାଇଛି।
ଅପହରଣର ଶିକାର ହୋଇଥିବା ୪ ବର୍ଷର ଶିଶୁର ପିତା ନାବାଳିକାଙ୍କ ପରିବାର ଲୋକଙ୍କୁ ଏକ ବସ୍ତ୍ର କାରଖାନାରେ ଚାକିରି ଦେବା ନାଁରେ ଡୋମ୍ବିଭଲି ଆଣିବା ପରେ ତାଙ୍କୁ ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ ।
ସାଧୁ ମେହେରଙ୍କ ପରଲୋକ ନେଇ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି । ସେ ଅନେକ ହିନ୍ଦୀ ଓ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ ।
ଏହି ଭିଡିଓରେ ଦେଖିବାକୁ ମିଳୁଛି କି କିଛି ମହିଳା ରେଲୱେ ଟ୍ରାକ୍ରେ ରୋଷେଇ କରୁଛନ୍ତି। ସେହିପରି କିଛି ଝିଅ ପାଠ ପଢ଼ୁଥିବାବେଳେ ଛୋଟ ପିଲା ଟ୍ରାକ୍ରେ ଦୌଡୁଛନ୍ତି।
ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ନିଆଁକୁ ଆୟତ୍ତ କରିବାକୁ ୨୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ନିଆଁ ନିୟନ୍ତ୍ରଣାଧୀନ ହୋଇନାହିଁ ।
ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ପୀଡିତଙ୍କ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୫୫ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି।
ଆରବ ସାଗର ଉପରେ ନିର୍ମାଣ ହୋଇଛି ଏହି ସେତୁ । ୧୮ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ୬ ଲେନ ବିଶିଷ୍ଟ ଏହି ଟ୍ରାନସ୍ ହାର୍ବର ସି ଲିଙ୍କ ସେଣ୍ଟ୍ରାଲ ମୁମ୍ବାଇକୁ ନଭି ମୁମ୍ବାଇ ସହ ସଂଯୋଗ କରୁଛି ।
ପଚରାଉଚରା ବେଳେ ଏହା ମଧ୍ୟ ଜଣାପଡିଛି ଯେ, କଲ୍ କରୁଥିବା ବ୍ୟକ୍ତି ସିଜୋଫ୍ରେନିଆରେ ପୀଡିତ ଥିଲେ। ସେ କାହାକୁ ନ ଜଣାଇ ଘରୁ ଫୋନ୍ ଆଣି ଚାଲିଆସିଥିଲେ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସନ୍ନି ଦେଓଲ ନିଶାଶକ୍ତ ଅବସ୍ଥାରେ ମୁମ୍ବାଇ ରାଜରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ସେ ମଦ୍ୟପାନ କରି ରାସ୍ତା ପାର ହେଉଥିବାବେଳେ ଜଣେ ଅଟୋ ଚାଳକ ସନ୍ନିଙ୍କୁ ସମ୍ଭାଳିବା ସହ ତାଙ୍କୁ ଅଟୋରେ ବସାଇଥିଲେ।
୨୦୦୮ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଥରି ଉଠିଥିଲା ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବାଇ। ମୁମ୍ବାଇର ତାଜ୍ ଏବଂ ଓବରାଇ ହୋଟେଲ, ଛତ୍ରପତି ଶିବାଜୀ ଟର୍ମିନସ୍, ନରିମନ୍ ହାଉସ୍ ଭଳି ପ୍ରମୁଖ ସ୍ଥାନରେ ୪ ଦିନ ଲୁଚିଛପି ଆକ୍ରମଣ କରିଥିଲେ ୧୦ ଜଣ ଆତଙ୍କବାଦୀ।
ସିନେମା ଚାଲିଥିବା ବେଳେ ହଲ୍ ଭିତରେ ଭାଇଜାନ୍ ଫ୍ୟାନଙ୍କ ବାଚାଳାମୀ। ମହାରାଷ୍ଟ୍ର ମାଲେଗାଁଓରେ ଟାଇଗର ଥ୍ରୀ ଫିଲ୍ମର ନାଇଟ୍ ସୋ ହଠାତ୍ ନନଷ୍ଟପ୍ ବାଣ ଫୁଟାଇଥିଲେ ଫ୍ୟାନ୍। ଅବଶ୍ୟ ଏଭଳି ନକରିବାକୁ ସଲମାନ୍ ନିଜେ ଅପିଲ୍ କରିଛନ୍ତି।
ସିନେମା ଚାଲିଥିବା ବେଳେ ହଲ୍ ଭିତରେ ଭାଇଜାନ୍ ଫ୍ୟାନଙ୍କ ବାଚାଳାମୀ। ମହାରାଷ୍ଟ୍ର ମାଲେଗାଁଓରେ ଟାଇଗର ଥ୍ରୀ ଫିଲ୍ମର ନାଇଟ୍ ସୋ ହଠାତ୍ ନନଷ୍ଟପ୍ ବାଣ ଫୁଟାଇଥିଲେ ଫ୍ୟାନ୍। ଅବଶ୍ୟ ଏଭଳି ନକରିବାକୁ ସଲମାନ୍ ନିଜେ ଅପିଲ୍ କରିଛନ୍ତି।
ଦିଲ୍ଲୀକୁ ଘାରିଲା ଦୀପାବଳି ଚିନ୍ତା। ଆସନ୍ତା ସପ୍ତାହରେ କ୍ୟାପିଟାଲ ସିଟିକୁ ଫେରିବ ଅଡ୍-ଇଭିନ୍ କଟକଣା। ଏଥିସହ ସ୍କୁଲ ଛୁଟି ବି ବଢ଼ିଲା କିଛି କ୍ଲାସ୍ ପାଇଁ। ଉତ୍କଟ ବାୟୁ ପ୍ରଦୂଷଣ ଦିଲ୍ଲୀ ବାସୀଙ୍କୁ ଅଣନିଶ୍ୱାସୀ କରିଦେଉଛି ।
ମୁମ୍ବାଇ ରାଜରାସ୍ତାରୁ ଉଭାନ ହେଲା ସମସ୍ତଙ୍କର ଅତି ପ୍ରିୟ କଳା-ହଳଦିଆ ଟ୍ୟାକ୍ସି । ଗତକାଲିଠାରୁ ସମସ୍ତ କଳା-ହଳଦିଆ ଟ୍ୟାକ୍ସିକୁ ବନ୍ଦ କରି ଦିଆଯାଇଛି ।
ଝରକାରୁ ଖସି କୁନି ଝିଅର ମୃତ୍ୟୁ । ଟିକେ ଅସାବଧନତା ପାଇଁ ଚାଲିଗଲା ଜୀବନ । ସତେଯେମିତି ଝରକା ପାଖରେ ଛକି ରହିଥିଲା ମୃତ୍ୟୁ।
ମୁମ୍ବାଇର ଗୁରଗାଁଓରେ ଆଜି ଭୋରରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି।
ସାଧାରଣତଃ ଗୋଆରେ ସ୍ଥାନୀୟ ସରକାର ମଦ ଉପରେ ୪୯ ପ୍ରତିଶତ ଟାକ୍ସ ଲାଗୁ କରୁଥିବା ବେଳେ ମହାରାଷ୍ଟ୍ରରେ ୮୩ ପ୍ରତିଶତ ଟାକ୍ସ ଲାଗୁ କରାଯାଇଥାଏ ।
ପୋଲିସ ଖବର ପାଇବା ପରେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ ନେହେରୁ ନଗର ପୋଲିସ ଷ୍ଟେସନ ଅଧିନସ୍ଥ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା ।
ଉଭୟ ୧୯୮୬ରେ ବିବାହ କରିଥିଲେ । ବିବାହ ପରେ ଦୁହେଁ ଦକ୍ଷିଣ ଭାରତର ଏକ ସହରରେ ରହିବାକୁ ଲାଗିଲେ। ତାଙ୍କର ଦୁଇ ବିବାହିତ ଝିଅ ବିଦେଶରେ ରୁହନ୍ତି।
ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି କହିଛି ପୋଲିସ ।
ମହାରାଷ୍ଟ୍ର, ଗୁଜରାଟ, ବିହାର, ଝାଡ଼ଖଣ୍ଡ, ହରିୟାଣା ଓ କେରଳ ଆଦି ୬ଟି ରାଜ୍ୟରେ ମାତିଛି ମିଳିମିଳା । ତେବେ ମୁଣ୍ଡବିନ୍ଧାର କାରଣ ସାଜିଛି ମୁମ୍ବାଇ । ଛୋଟ ଛୁଆଙ୍କ ଜୀବନ ନେଉଛି ମିଳିମିଳା ।
ନିଆଁ ଆୟତ୍ତ ହେବା ପରେ ନୂଆ ଇଞ୍ଜିନ ଲଗାଯାଇଥିଲା । ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ।
ଯିଏ ସିଟ୍ ବେଲ୍ଟ ପିନ୍ଧିନଥିବେ ତାଙ୍କୁ ଜରିମାନା ଦେବାକୁ ପଡ଼ିବ । ମୋର ଭେହିକିଲ ଆକ୍ଟ ୨୦୧୯ ଅନୁସାରେ ଏହି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତି ମଧ୍ୟ ହୋଇଛି ।
ଗତକାଲି ବିଳମ୍ବିତ ରାତିରେ ଏଭଳି ଭୟାବହ ଘଟଣା ଘଟିଛି ମୁମ୍ବାଇର ବାନ୍ଦ୍ରା-ଓ୍ୱର୍ଲି ସି ଲିଙ୍କରେ । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି ।