ମୁମ୍ବାଇରେ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଅଟୋ ଭିତରେ ଦୁଷ୍କର୍ମ କରାଯିବା ପରେ ଅତି ନିର୍ମମ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଟପିଗଲେ ସବୁ ସୀମା, ସାଜିଲେ ପିଶାଚ। ମହିଳାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରାଯାଇ ଅତି ନିର୍ମମ ଭାବେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏହି ଦୁନିଆ ଛାଡିବାର କିଛି ଦିନ ବିତିଗଲାଣି, କିନ୍ତୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଭୁଲିପାରୁ ନାହାନ୍ତି ,ତାଙ୍କ ପ୍ରଶଂସକ ଓ ବନ୍ଧୁ ମାନଙ୍କୁ ଶକ୍ତ ଧକ୍କା ଲାଗିଛି । ସିଦ୍ଧାର୍ଥ ଶୁକ୍ଲାଙ୍କ ପ୍ରଶଂସକମାନେ ଅଭିନେତାଙ୍କୁ ବିଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ବଲିଉଡ ଅଭିନେତା ବିଦ୍ୟୁତ୍ ଜମୱାଲ୍ ସିଦ୍ଧାର୍ଥ ଶୁକ୍ଲାଙ୍କୁ ମନେପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ।
ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛିଦିନ ହେବ ସେ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ତାଙ୍କୁ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଅକ୍ଷୟ କୁମାର ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖିବା ନେଇ ସୋମବାର ସକାଳେ ବ୍ରିଟେନରୁ ସୁଟିଂ ଛାଡି ମୁମ୍ବାଇ ଫେରିଆସିଛନ୍ତି।
ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଅନେକ ଲୋକ ଓ କଳାକାର ତାଙ୍କ ସହିତ ଯଡ଼ିତ ଥିବା ପୁରୁଣା ସ୍ମୃତି ବାଣ୍ଟୁଛନ୍ତି । ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ବିଗ୍ ବସ୍ ୧୪ରେ ନଜର ଆସିଥିବା ଗାୟକ ରାହୁଲ ବୈଦ୍ୟ ନିକଟରେ ସେ ଏକ ଗୀତ ଗାଇ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଦେଶର ସର୍ବବୃହତ ବ୍ୟାଙ୍କ ଏସ୍ବିଆଇର ଅର୍ଥନୀତିଜ୍ଞମାନେ ବିଶ୍ୱାସ କରନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଶ୍ରମ ବଜାର କାର୍ଯ୍ୟକଳାପରେ ଉନ୍ନତି ଆସିବ ଏବଂ ମହାମାରୀ ହ୍ରାସ ପାଉଥିବାରୁ କମ୍ପାନୀଗୁଡିକ ନିଯୁକ୍ତି ଯୋଜନା ସହିତ ଆଗକୁ ବଢୁଛନ୍ତି। ଅର୍ଥନୀତିଜ୍ଞମାନେ ନିୟମିତ ଭାବରେ EPFO ଏବଂ NPS ଦ୍ୱାରା ପ୍ରକାଶିତ ମାସିକ ବେତନ ପଞ୍ଜିକରଣ ତଥ୍ୟକୁ ସୂଚିତ କରିଛନ୍ତି।
ବଲିଉଡରେ ଏପରି କିଛି ଯୋଡ଼ି ଅଛନ୍ତି ଯେଉଁମାନଙ୍କର ପ୍ରେମ ଯନ୍ତ୍ରଣାଦାୟକ ମୋଡ଼ରେ ଶେଷ ହେଉଛି । ବଲିଉଡରେ ଅନେକ ଯୋଡ଼ିଙ୍କୁ ଦର୍ଶକେ ପସନ୍ଦ କରିଥାନ୍ତି । ଆଉ ସେହି ରିଲ୍ ଯୋଡ଼ି ରିଅଲ ଯୋଡ଼ିରେ ପରିଣତ ହୋଇଥାନ୍ତି । ସେମାନଙ୍କର ପ୍ରେମ କାହାଣୀ ଦର୍ଶକଙ୍କ ଦ୍ୱାରା ମଧ୍ୟ ପ୍ରଶଂସିତ ହୋଇଥିଲା। କିନ୍ତୁ ସେମାନଙ୍କର ପ୍ରେମ କାହାଣୀ ଅସମ୍ପୂର୍ଣ୍ଣ ରହିଲା ।
ଋଷି କପୁରଙ୍କ ଜନ୍ମଦିନ ଅବସରରେ ପତ୍ନୀ ନୀତୁ କପୁର ତାଙ୍କୁ ମନେପକାଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରେ ସେୟାର କରିବା ସହିତ ସେ ଏକ ଭାବପ୍ରବଣ ନୋଟ୍ ମଧ୍ୟ ଲେଖିଛନ୍ତି।
ବର୍ତ୍ତମାନ ସମୟରେ କେରଳରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ୩୦ ହଜାର ଉପରେ ରହୁଛି ନୂତନ ସଂକ୍ରମିତଙ୍କ ସଂଖ୍ୟା । ସେପଟେ କେରଳ ପରେ ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ମଧ୍ୟ ବଢ଼ୁଛି ସଂକ୍ରମଣ । ମୁମ୍ବାଇ ଓ ତାମିଲନାଡ଼ୁରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି ।
ଲୋକପ୍ରିୟ ଟିଭି ତାରକା ତଥା ବିଗ୍ ବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ଶୁଣି ସାରା ବଲିଉଡ ଆଶ୍ଚର୍ଯ୍ୟ ହୋଇଯାଇଛି। ଆଜି ସିଦ୍ଧାର୍ଥ ଶୁକ୍ଲାଙ୍କ ହେବ ଶେଷକୃତ୍ୟ।
ଲୋକପ୍ରିୟ ଅଭିନେତା ତଥା ବିଗ୍ବସ -୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତକାଲି ଦେହାନ୍ତ ହୋଇଯାଇଛି । ଆଜି ତାଙ୍କ ମର ଶରୀରର ଅନ୍ତିମ ସଂସ୍କାର କରାଯିବ।
ପ୍ରସିଦ୍ଧ ଟେଲି ଅଭିନେତା ତଥା ବିଗ୍ବସ୍-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଘଟିଛି । ହୃଦଘାତରେ ତାଙ୍କର ଆଜି ଦେହାନ୍ତ ହୋଇଛି । ମାତ୍ର ୪୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସେ ତାଙ୍କ କ୍ୟାରିୟର ସଫଳତାର ଶିଖର ଛୁଇଁଥିଲେ । ତେବେ ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତରେ ବଲିଉଡରେ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ସାରା ବଲିଉଡ ଆଶ୍ଚର୍ଯ୍ୟ ହୋଇଯାଇଛି । ସିଦ୍ଧାର୍ଥଙ୍କ ମୃତ୍ୟକୁ ନେଇ ଅଭିନେତା ଅକ୍ଷୟ କୁମାର ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ।
ଅଭିନେତା ସିର୍ଦ୍ଧାଥ ଶୁକ୍ଳାଙ୍କ ପରଲୋକ। ହୃଦଘାତରେ ସିର୍ଦ୍ଧାଥଙ୍କ ମୃତ୍ୟୁ ହୋଇଥିବା ସୂଚନା। ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସିର୍ଦ୍ଧାଥ।
ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କର କିଛି ମାସ ପୂର୍ବରୁ ଦେହାନ୍ତ ହୋଇଥିବା ବେଳେ ଏବେ ତାଙ୍କ ପତ୍ନୀ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ସାଇରା ବାନୁଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି । ଏନେଇ ସାଇରା ବାନୁଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରକ୍ତଚାପ ଜନିତ ସମସ୍ୟା ଥିବାରୁ ସାଇରା ବାନୁଙ୍କୁ ହିନ୍ଦୁଜା ହସ୍ପିଟାଲର ଆଇସିୟୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।
ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଏକ ଜିମ୍ ମାଲିକ ଯୌନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜିମ୍ ମାଲିକ ଜଣେ ମହିଳାଙ୍କୁ ଅଟକାଇବା, ତାଙ୍କ ଘରେ ଜୋର ଜବରଦସ୍ତ ପ୍ରବେଶ କରିବା, ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିବା ମାମଲାରେ ସମ୍ପୃକ୍ତ ବ୍ୟକ୍ତି ପୋଲିସ ଦ୍ୱାରା ଗିରଫ ହୋଇଥିଲେ।
ବଲିଉଡର ବିଗ-ବି ଅମିତାଭ ବଚ୍ଚନ ସବୁବେଳେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ରହିଥାନ୍ତି । ଅମିତାଭ ବେଳେବେଳେ ସୋସିଆଲ ମିଡିଆରେ ନିଜର ପୁରୁଣା ଫଟୋ ଦେବା ସହ ଆକର୍ଷଣୀୟ ଲେଖା ମଧ୍ୟ ପୋଷ୍ଟ କରନ୍ତି । ଅମିତାଭ ବଚ୍ଚନ ରବିବାର ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଏକ ଫଟୋ ସେୟାର କରିଛନ୍ତି।
ବଲିଉଡ୍ ଅଭିନେତା ଅରମାନ କୋହଲୀଙ୍କ ବାସଭବନରେ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍(ଏନ୍ସିବି) ଚଢଉ କରିଥିଲା। ସୂଚନା ମୁତାବକ ଏନ୍ସିବି ଯେତେବେଳେ ଅରମାନଙ୍କ ଘର ଉପରେ ଚଢଉ କରିଥିଲା ସେତେବେଳେ ସେ ନିଶାରେ ଥିଲେ। ତାଙ୍କ ଘରୁ ୧ ଗ୍ରାମରୁ ଅଧିକ କୋକେନ୍ ଜବତ ହୋଇଥିଲା। ଏହା ପରେ ଏନ୍ସିବି ସେହିଦିନ ପଚରାଉଚରା ପାଇଁ ରିମାଣ୍ଡରେ ଜୋନାଲ ହେଡ୍କ୍ୱାଟରକୁ ନେଇଥିଲା।
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କର ସୌନ୍ଦର୍ଯ୍ୟର ଜଲବା ଦେଖେଇଛନ୍ତି । ଶ୍ରଦ୍ଧାଙ୍କ ଦୁଲ୍ହନ ଲୁକ୍ ଦେଖି ଫ୍ୟାନ୍ସ ମାନେ ଦିବାନା ହୋଇ ଯାଇଛନ୍ତି । କିଛି ସମୟ ପାଇଁ ପ୍ରଶଂସକ ମାନେ ଭାବିଥିଲେ କି ଶ୍ରଦ୍ଧା ସତ ସତିକା ଦୁଲ୍ହନ ବନି ଯାଇଛନ୍ତି । କିନ୍ତୁ ଏହା ସତ ନୁହେଁ । ଶ୍ରଦ୍ଧାଙ୍କର ଏହି ଦୁଲ୍ହନ ବେଶ ଫ୍ୟାସନ ଡିଜାଇନର ଫାଲଗୁନି ପିକକଙ୍କ ପାଇଁ ।
ଜଳମଗ୍ନ ହୋଇ ମାୟାନଗରୀର ବଡ଼ ଭାଗ ବୁଡ଼ିଯିବ । ପ୍ରକୃତି ଚେତାବନୀ ଦେଲାଣି, ବେଳହୁଁ ସାବଧାନ ହେବାକୁ ପଡ଼ିବ । ମୁମ୍ବାଇ ମହା ନଗରପାଳିକା କମିଶନର ଇକବାଲ ସିଂ ଚହଲ ମୁମ୍ବେଇ ସହର ପାଇଁ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ୨୦୫୦ ସୁଦ୍ଧା ଦକ୍ଷିଣ ମୁମ୍ବାଇର ନରିମାନ ପଏଣ୍ଟ, ରାଜ୍ୟ ସଚିବାଳୟ 'ମନ୍ତ୍ରଣାଳୟ ସମେତ ଦକ୍ଷିଣ ମୁମ୍ବାଇର ଏକ ବଡ଼ ଅଂଶ ପାଣିରେ ବୁଡ଼ିଯିବ ।
ଲୋକପ୍ରିୟ ହଲିଉଡ ଫିଲ୍ମର ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଭାବରେ ଭାଇରାଲ ହେବାରେ ଲାଗିଛି । ଏହି ଫିଲ୍ମଟି ଆଫଗାନିସ୍ତାନର ମୁଜାହିଦ୍ଧିନ ଯୁଦ୍ଧ ବିମାନ ଉପରେ ଆଧାରିତ । ବର୍ତ୍ତମାନ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସମଗ୍ର ଦେଶର ପରିସ୍ଥିତି ବିଗିଡି ଯାଇଛି,କିନ୍ତୁ ଏହି ସମୟରେ ଏକ ଫିଲ୍ମର ଭିଡିଓ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
କେବଳ ଏତିକି ନୁହେଁ ବରଂ ଅନ୍ୟ ଏକ ସ୍କୁଲରେ ବି ୭ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହା ଫଳରେ ବିଏମସିର ଚିନ୍ତା ବଢିଛି। କରୋନା ସଂକ୍ରମଣ ଘଟଣା ଜଣାପଡ଼ିବା ପରେ ଏବେ ୯୫ ଜଣଙ୍କ କରୋନା ଟେଷ୍ଟ୍ କରାଯାଇଛି। ଆଉ ଯେଉଁମାନଙ୍କ ମଧ୍ୟରୁ ୨୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଘଟଣା ଜଣାପଡ଼ିବା ପରେ ସ୍କୁଲକୁ ସିଲ୍ କରିଛି ବିଏମ୍ସି।
ଜାମିନ ପାଇବା ପରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ କହିବା କଥା ସେ ଯାହା କହିଛନ୍ତି, ସେଥିରେ ସେ ଅଟଳ। ସେ କହିଛନ୍ତି ଯେ- “ମୁଁ ଏମିତି କ’ଣ କହିଲି ଯେ ଯାହା ଦ୍ୱାରା ସେହି ଲୋକମାନେ ରାଗିଗଲେ? ମୁଁ କହିଲି ଯେ ଯିଏ ନିଜ ଦେଶ ପାଇଁ ଗର୍ବ କରେ ନାହିଁ, ଯିଏ ନିଜର ଜାତୀୟ ପର୍ବକୁ ମନେ ରଖେ ନାହିଁ, ମୋର ଏହି କଥାଗୁଡ଼ିକ ରେକର୍ଡ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ କ’ଣ କହିଥିଲେ? ଯିଏ ମାତୋଶ୍ରୀଙ୍କ ବିରୁଦ୍ଧରେ କହିବ, ତା’ର ମୁହଁ ଭାଙ୍ଗିଦିଆଯିବ। ଏହା ଅପରାଧ ନୁହେଁ କି?”
ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇବା ପରେ ସିଆଇଏସ୍ଏଫ୍ ASI ସୋମନାଥ ମହାନ୍ତିଙ୍କୁ ହଇରାଣ କରାଯାଇଥିବା ଖବରକୁ ଖଣ୍ଡନ କରିଛି ସିଆଇଏସ୍ଏଫ୍। ବରଂ ସୋମନାଥଙ୍କ କର୍ତ୍ତବ୍ୟପରାୟଣତା ପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି। ସେ ଫୋର୍ସରେ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଟ୍ୱିଟ୍ କରି ସୂଚନା ଦେଇଛି CISF। ୫ ହଜାର ଟଙ୍କା ଓ CISF ଡିଜିଙ୍କ ଦ୍ୱାରା ତାଙ୍କୁ ମାନପତ୍ର ବି ପ୍ରଦାନ କରାଯାଇଛି
ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାଁଙ୍କୁ ଅଟକାଇଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ଅଡୁଆ ହୋଇଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲକୁ ଜବତ କରାଯାଇଛି। ଘଟଣା ସଂପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସ୍ଏଫ୍ ପ୍ରୋଟକଲ ଖିଲାପ ହୋଇଥିବାରୁ ତାଙ୍କ ମୋବାଇଲ ଜବତ କରି ନିଆଯାଇଥିବା ସିଆଇଏସ୍ଏଫ୍ କହିଛି।
ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାଁଙ୍କୁ ଅଟକାଇଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ଅଡୁଆ ହୋଇଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲକୁ ଜବତ କରାଯାଇଛି