ମିଜାଇଲ୍ ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଯାଞ୍ଚ ପରେ କାହିଁକି ଏଭଳି ଘଟଣା ଘଟିଲା, ତାହାର ସଠିକ୍ କାରଣ ଜଣାପଡ଼ିବ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଗରୁ ତ୍ରୁଟି ସ୍ୱୀକାର କରାଯାଇଥିଲା।
ହରିୟାଣାର ଶିର୍ସାରୁ ଭୁଲ୍ରେ ମିଜାଇଲ ଫାୟାର ହୋଇ ପାକିସ୍ତାନରେ ପଡ଼ିଲା । ଭାରତ ସୀମା ଠାରୁ ୧୨୪ କିମି ଦୂର ପାକିସ୍ତାନ ଭିତରେ ପଡ଼ିଲା ଏହି ମିଜାଇଲ ।