/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647341230.jpg)
Rajnath Singh
ଭାରତର ମିଜାଇଲ୍ ଦୁର୍ଘଟଣା ବଶତଃ ପାକିସ୍ତାନରେ ପଡ଼ିବା ଘଟଣା ନେଇ ରାଜ୍ୟସଭାରେ ମନ୍ତବ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ୯ ମାର୍ଚ୍ଚ ୨୦୨୨ ସଂଧ୍ୟା ୭ଟା ବେଳେ ମିଜାଇଲ୍ ସିଷ୍ଟମ ମେଣ୍ଟେନାନ୍ସ ବେଳେ ଗୋଟିଏ ମିଜାଇଲ୍ ଦୁର୍ଘଟଣା ବସତଃ ପାକିସ୍ତାନରେ ପଡ଼ିଥିଲା । ଏହା ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଯାଞ୍ଚ ପରେ କାହିଁକି ଏଭଳି ଘଟଣା ଘଟିଲା, ତାହାର ସଠିକ୍ କାରଣ ଜଣାପଡ଼ିବ । ତଦନ୍ତ ବେଳେ ଯଦି କିଛି ଅସୁବିଧା ଥିବା ଜଣାପଡ଼ିବ, ତେବେ ଏହାକୁ ଦୂର କରାଯିବ ବୋଲି କହିଛନ୍ତି ରାଜନାଥ । ଅସ୍ତ୍ରଶସ୍ତ୍ର ଓ ମିଜାଇଲ୍ ରକ୍ଷଣାବେକ୍ଷଣ ପାଇଁ ଥିବା SOPର ସମୀକ୍ଷା କରାଯିବ । ଆମ ଅସ୍ତ୍ରଶସ୍ତ୍ର ଅତ୍ୟନ୍ତ ସୁରକ୍ଷିତ ଓ ଭରସାଯୋଗ୍ୟ ବୋଲି ରାଜନାଥ ସିଂହ କହିଛନ୍ତି । ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଆମ ସଶସ୍ତ୍ର ବାହିନୀ ତାଲିମପ୍ରାପ୍ତ ବୋଲି ରାଜ୍ୟ ସଭାରେ କହିଛନ୍ତି ରାଜନାଥ ।
ସୂଚନାନୁସାରେ ଭାରତରୁ ଭୁଲ୍ରେ ମିଜାଇଲ ଫାୟାର ହୋଇ ପାକିସ୍ତାନରେ ପଡ଼ିଥିଲା । ହରିୟାଣାର ଶିର୍ସାରୁ ଭୁଲ୍ରେ ଫାୟାର ହୋଇ ପାକିସ୍ତାନରେ ପଡ଼ିଥିଲା । ଭାରତ ସୀମା ଠାରୁ ୧୨୪ କିମି ଦୂର ପାକିସ୍ତାନ ଭିତରେ ପଡ଼ିଥିଲା ଏହି ମିଜାଇଲ । ତେବେ ମିଜାଇଲରେ କୌଣସି ବିସ୍ଫୋରକ ନଥିବାରୁ କିଛି କ୍ଷତି ହୋଇନାହିଁ ।
ମିଜାଇଲ ଭୁଲ୍ରେ ପଳାଇଥିବା ସ୍ୱୀକାର କରିଥିଲା ଭାରତୀୟ ସେନା । ଭୁଲ୍ରେ ମିଜାଇଲ ପଳାଇବା ନେଇ କୋର୍ଟ ଅଫ୍ ଇନକ୍ୱାରୀ ଆଦେଶ ହୋଇଛି । ତେବେ ଏହା ଭୁଲବଶତଃ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତ୍ରୁଟି ସ୍ୱୀକାର କରାଯାଇଛି। ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗତ ସପ୍ତାହରେ କୌଣସି ଯାନ୍ତ୍ରିକ କାରଣରୁ କ୍ଷେପଣାସ୍ତ୍ରଟି ପାକିସ୍ତାନ ମାଟିକୁ ନିକ୍ଷେପ ହୋଇଯାଇଥିଲା। ଏଥିରେ ଆମେ ଦୁଃଖ ପ୍ରକାଶ କରୁଛୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)