ଲେମ୍ବୁ ଗୋଟା ଦଶ, ୩ ଟାକୁ କୋଡ଼ିଏ। ଲେମ୍ବୁ ଦର ଶୁଣି ଖାଉଟିଙ୍କ କାନ ଝାଏଁ ଝାଏଁ। ଖରାଦିନିଆ ପାନୀୟ ଓ ପଖାଳ କଂସା ପାଇଁ ନିହାତି ଦରକାର ଲେମ୍ବୁ। ହେଲେ ରାସ୍ତାକଡ଼ ପରିବା ଦୋକାନୀ ହେଉ କି ଭୁବନେଶ୍ୱରର ଏକ ନମ୍ବର ହାଟ ଭଳି ବଡ଼ ସବଜୀ ମଣ୍ଡି।
ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ, ଏବେ ସାଧାରଣ ଜନତା ଲେମ୍ବୁଟିଏ ମଧ୍ୟ କିଣିପାରିବେ ନାହିଁ। କାରଣ ଏବେ ଲେମ୍ବୁ ହେଉଛି ଅମୂଲ ମୂଲ। ଦେଶର ଅନେକ ସ୍ଥାନରେ ଲେମ୍ବୁ କିଲୋ ପ୍ରତି ୩୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି।