• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kangana Ranaut

Kangana Ranaut
କଙ୍ଗନାଙ୍କ ବୋଲ୍ଡ ଅବତାରକୁ ଟ୍ରୋଲ୍ କଲେ ପ୍ରଶଂସକ

କଙ୍ଗନା ରାଣାୱତ ପ୍ରାୟ ସମୟରେ ଏମିତି କିଛି କହିଦିଅନ୍ତି ଯାହାକୁ ନେଇ ରାଜନୀତି ଦୁନିଆ ହେଉ ବା ସିନେ ଜଗତ ହେଉ ଚାରିଆଡେ ହଇଚଇ ଖେଳିଯାଏ। କିନ୍ତୁ, ବର୍ତ୍ତମାନର କଥା ହେଉଛି ଟିକିଏ ଭିନ୍ନ। ଏବେ କଙ୍ଗନା ରାଣାୱତ ଯେଉଁ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି ତା’ ପଛରେ ନା ତାଙ୍କର ଚଳଚ୍ଚିତ୍ର ଅଛି ନା କୌଣସି ବିବୃତ୍ତି ଅଛି। ନିକଟରେ କଙ୍ଗନା ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ବହୁତ ବୋଲ୍ଡ ଲୁକ୍‌ରେ ଦେଖିବାକୁ ମିଳିଛି। ଏହି କାରଣରୁ ସୋସିଆଲ ମିଡିଆ ଉପମୋକ୍ତାମାନେ କଙ୍ଗନାକୁ ଟାର୍ଗେଟ୍‌ କରିବା ଆରମ୍ଭ କରିଦେଇଛନ୍ତି।

Kangana Ranaut
'ଧାକଡ୍'ରୁ କଙ୍ଗନା ରାଣାୱତଙ୍କ ଜବରଦସ୍ତ ଲୁକ୍ ଭାଇରାଲ୍

ବଲିଉଡର 'ପଙ୍ଗା ଗର୍ଲ' ନାମରେ ପରିଚିତ କଙ୍ଗନା ରାଣାୱତ ଆଜିକାଲି ତାଙ୍କର ଲୋକପ୍ରିୟ ସ୍ପାଇ ଥ୍ରୀଲର୍‌ ଫିଲ୍ମ 'ଧାକଡ୍'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଅର୍ଜୁନ ରାମପାଲ ଓ ଦିବ୍ୟା ଦତ୍ତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରଜନୀଶ ଘାଇ। ନିକଟରେ କଙ୍ଗନା ସୋସିଆଲ ମିଡିଆରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ, କଙ୍ଗନା ସବୁଠୁ ବିପଜ୍ଜନକ ଦୃଶ୍ୟରେ ଦେଖିବାକୁ ମିଳିଛି।

Kangana Ranaut
କଙ୍ଗନାଙ୍କ 'ଇମର୍ଜେନ୍ସୀ'କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ରାଜନୈତିକ ଫିଲ୍ମ 'ଇମର୍ଜେନ୍ସୀ' କୁ ନେଇ ବିବାଦ ଉଠିଛି। ଏହି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଙ୍ଗନା ୪୬ ବର୍ଷ ପୂର୍ବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି(ଇମର୍ଜେନ୍ସୀ) ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି।

Kangana Ranaut
ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ପାଦଦେବେ, ହୋଷ୍ଟ୍ ସାଜିବେ କଙ୍ଗନା

କଙ୍ଗନା କେବଳ ଏକ OTT ଡେବ୍ୟୁ କରିବାକୁ ଯାଉନାହାଁନ୍ତି ବରଂ ପ୍ରଥମ ଥର ପାଇଁ ଶୋ’ର ହୋଷ୍ଟ ହେବାକୁ ଯାଉଛନ୍ତି। ଶୋ’ର ହୋଷ୍ଟ ଭାବରେ କଙ୍ଗନା ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିବ।