ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ସଭାକୁ ସମ୍ବୋଧିତ କରିବେ । ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ଭବାନୀପାଟଣା ପହଞ୍ଚିବା ପରେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିବେ ନଡ୍ଡା ।
ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟରେ ବରଗଡ଼ ଲୋକସଭା କ୍ଷେତ୍ରର ୭ ବିଧାନସଭା ମଣ୍ଡଳିର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ପ୍ରାୟ ୨ ଶହ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ ନଡ୍ଡା। ସଙ୍ଗଠନ ସୁଦୃଢ ପାଇଁ ବି ଦେଇଥିଲେ ଟାକ୍ସ। ଏହା ସହ ୯ ବର୍ଷରେ ମୋଦି ସରକାରଙ୍କ ଉପଲବ୍ଧିକୁ ଠିକଣା ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଫୋକସ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ବିଜେପିର ମିଶନ୍ ଓଡ଼ିଶା, ପଶ୍ଚିମ ଓଡ଼ିଶା ପ୍ରୟୋଗଶାଳା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।
ଓଡ଼ିଶା ଦଖଲ ପାଇଁ ବିଜେପିର ପଶ୍ଚିମ ଓଡ଼ିଶା ପ୍ରୟୋଗଶାଳା। ଦଳ ଆଉ ନେତୃତ୍ବଙ୍କ ଫୋକସ ପଶ୍ଚିମ ଓଡ଼ିଶା। ସେଇଥିପାଇଁ ପଶ୍ଚିମ ଓଡ଼ିଶାକୁ ଦୁଇ ଦିନିଆ ଗସ୍ତରେ ଆସି ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ ଏହି ଗସ୍ତ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।
ଆସନ୍ତା ୨୩ରେ କଳାହାଣ୍ଡିରେ ବିଶାଳ ସମାବେଶ । ଓଡ଼ିଶା ଆସୁଥିବା ନଡ୍ଡାଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ।
କୋଭିଡ୍ ସମୟରେ ନଡ୍ଡାଙ୍କ ଆହ୍ବାନରେ ବିଜେପି କାର୍ଯ୍ୟକର୍ତ୍ତା ଦେଶରେ ଅତୁଳନୀୟ ସେବା ଯୋଗାଇଛନ୍ତି।
କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି।
ରାଜ୍ୟରେ ଚାଲିଛି ଛାୟା ସରକାର । ତୁମୁଡିବନ୍ଧ ଓ ବାଣପୁର ସଭାରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେ.ପି ନଡ୍ଡାଙ୍କଠୁ ନେଇ ଦଳର ବରିଷ୍ଠ ନେତାମାନେ ଏଭଳି ଅଭିଯୋଗ କରି ବିଜେଡି ସରକାରକୁ ଟାର୍ଗେଟ୍ କରିବା ପରେ ତେଜିଛି ରାଜନୀତି । ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ଅପରପକ୍ଷେ ୨୪ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତିର ବିଗୁଲ୍ ଫୁଙ୍କି ଦଳରେ ପୁରୁଖା ନେତାଙ୍କୁ ଗୁରୁତ୍ୱ ଦେଇ ଏକାଠି ହୋଇ ଲଢ଼ିବା ଉପରେ ଜୋର୍ ଦେଇଛନ୍ତି । ବିଜେପିର ଏବେ ଟାର୍ଗେଟ- ଅଧିକରୁ ଅଧିକ ଏମ୍ପି ସିଟ୍ ସହ ବିଧାନସଭା ସିଟ୍ ଜିତି ସରକାର ଗଢ଼ିବା
ବିଜେଡି କହିଲା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହିଁ ସବୁ କିଛି ଚାଲିଛି
ନବୀନ ସରକାରଙ୍କୁ ନିଶାନା କରିବା ସହ ୨୪ ନିର୍ବାଚନରେ ଭାରତୀୟ ଜନତାପାର୍ଟିକୁ ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ।
ସରକାରକୁ ଆଗାମୀ ନିର୍ବାଚନରେ ହଟାଇବାକୁ ଆହ୍ୱାନ ଦେଲେ ।
ତୁମୁଡ଼ିବନ୍ଧ ଓ ବାଣପୁରରେ ସାଧାରଣ ସଭା,ନଡ୍ଡାଙ୍କ ଫୋକସରେ ବୁଥ୍ ଶକ୍ତି କେନ୍ଦ୍ର ମଜବୁତ
ପୁଣି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ୨୪ ଲଢ଼େଇ ପାଇଁ ନେତାଙ୍କୁ ମନ୍ତ୍ର ଦେବେ, କର୍ମୀଙ୍କ ମନରେ ଭରିବେ ଯୋଶ୍ । କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ତୁମୁଡ଼ିବନ୍ଧ ସଭାମଞ୍ଚକୁ ଭୁବନେଶ୍ୱରରୁ ହେକିକପ୍ଟରେ ଆସିବେ ନଡ୍ଡା । ଆସନ୍ତାକାଲି ଦିନ ସାଢ଼େ ୧୧ଟାରେ ମିନି ଷ୍ଟାଡିୟମ୍ରେ ସାଧାରଣ ସଭାରେ ଯୋଗଦେବେ ।
କାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା । ତୁମୁଡ଼ିବନ୍ଧ ଓ ବାଣପୁର ସଭାରେ ୨୪ ଭୋଟ୍ ପାଇଁ ଭରିବେ ଜୋଶ୍ ।
୨୪ ରଣନୀତି ଅନ୍ତର୍ଗତ ବିିଜେଡି ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗି ନିଜ ପଟକୁ ନେବା ଲାଗି ଜୋରାଦର ପ୍ରୟାସ ଆରମ୍ଭ କରିଛି ବିଜେପି।
୨୦୨୪ ମିଶନ୍ ପାଇଁ ବିଜେପି ଫୋକସରେ ମୋ ବୁଥ୍, ସବୁଠୁ ମଜଭୁତ୍ ଅଭିଯାନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ A, B, C ଓ A+ ଫର୍ମୁଲାରେ କାମ ଆରମ୍ଭ କରିଛି। ରାଜ୍ୟ ବିଜେପି ଦଳକୁ ମିଳିଥିବା ଭୋଟ୍ ପ୍ରତିଶତ ଅନୁସାରେ ବୁଥ୍ଗୁଡ଼ିକୁ ଏଭଳି ଗ୍ରେଡେସନ୍ କରାଯାଇ ସେ ସବୁକୁ ଅପଗ୍ରେଡ୍ କରିବା ଉପରେ ଦିଆଯାଉଛି ଫୋକସ୍।
ଜେପି ନଡ୍ଡାଙ୍କ ସାଢେ ୩୧ ମିନିଟ୍ ଭାଷଣରେ ୬ ମିନିଟ୍ କଂଗ୍ରେସ ବିରୋଧୀ ଓ ପରିବାରବାଦ ରାଜନୀତି, ୧୫ ମିନିଟ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଫଳତା ଅଭିଭାଷଣରେ ଓଡ଼ିଶା ସଂପର୍କରେ ମାତ୍ର ୨ ମିନିଟ୍; ସେଥିରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ନାଆଁ ନାହିଁ। କ’ଣ ରହିଛି ଏହା ପଛର କାରଣ?
କାଲିର ଶକ୍ତିକେନ୍ଦ୍ର ସମ୍ମିଳନୀ ଭଳି ଆଜି ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ବି ରାଜ୍ୟ ସରକାରଙ୍କ ଉପରେ ସମାନ ଢଙ୍ଗରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ଦଳର ୭ଟି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିବା ଆଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି- ବିକଶିତ ଓଡ଼ିଶା ଦେଖିବାକୁ ହେଲେ ଓଡ଼ିଶାକୁ ବିଜେଡିମୁକ୍ତ କରିବାକୁ ପଡ଼ିବ ।
ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ନାଁ ନେଇ ରାଜ୍ୟ ସରକାର ଉପରେ ହମଲା
ଜେପି ନଡ୍ଡା କହିଛନ୍ତି, କାମ କରୁଛି ଜଣେ, ବାହାବା ନେଉଛି ଆଉ ଜଣେ।
ନଡ୍ଡାଙ୍କ ଗସ୍ତବେଳେ ବରମୁଣ୍ଡା ପଡ଼ିଆରେ ବିଜେଡିର ପାଓ୍ୱାର ସୋ । ପଦଯାତ୍ରା ପାଇଁ ପ୍ରସ୍ତୁତି। ହେଲେ ସମ୍ମିଳନୀକୁ ନଆସି କେବଳ ଭର୍ଚୁଆଲରେ ମୁଖିଆ ଦେଲେ ମନ୍ତ୍ର।
ଓଡ଼ିଶାରେ ମିଶନ୍ ୨୪ ପାଇଁ ନଡ୍ଡାଙ୍କ ରଣହୁଙ୍କାର। ଶକ୍ତିକେନ୍ଦ୍ର ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଧୂଲେଇ। ତୃଣମୂଳ ଶକ୍ତିକେନ୍ଦ୍ରରେ ଶକ୍ତି ସଂଚାରର ପ୍ରୟାସ। ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ୨୦୧୯ ପୂର୍ବର ତେଜକୁୁ ସାମ୍ନାକୁ ଆଣି ଆଜି ଧୁମ୍ ବର୍ଷିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା।
ରକ୍ଷକ-ଭକ୍ଷକ କଥା ଉଠାଇ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା ଉପରେ ବି ତୀବ୍ର ହମଲା କରିଛନ୍ତି ନଡ୍ଡା।