୩୪ ବର୍ଷୀୟ ରୁଟ ଏବେ ବୟସ୍କ ବ୍ୟାଟର ଭାବେ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି। ୨୦୧୪ରେ ଶ୍ରୀଲଙ୍କାର କୁମାର ସାଙ୍ଗକାରା ୩୭ ବର୍ଷ ବୟସରେ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଥିଲେ।
ଇଂଲଣ୍ତର ଟେଷ୍ଟ କ୍ୟାପ୍ଟେନସିପ୍ ଛାଡ଼ିଲେ ଜୋ ରୁଟ୍ । ଅଷ୍ଟ୍ରେଲିଆ ଓ ୱେଷ୍ଟିଇଣ୍ତିଜ୍ ବିପକ୍ଷରେ ଟେଷ୍ଟ ହାରିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ସମାଲୋଚନା ଓ ବିବାଦ ମଧ୍ୟରେ ଆଜି ଟେଷ୍ଟ ଟିମ୍ର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଜୋ ରୁଟ୍ ।