ଜମ୍ମୁସ୍ଥିତ ଅରିନା ସେକ୍ଟରର ଅନ୍ତରାଷ୍ଟ୍ରୀୟ ସୀମାରେ ଏକ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଛି । ଆଜି ସକାଳ ପ୍ରାୟ ୫ଟା ୩୦ରେ ଡ୍ରୋନ ପରି ଏକ ଉଡୁଥିବା ଜିନଷକୁ ସୀମାର ସୁରକ୍ଷାକର୍ମୀମାନେ ଦେଖିଥିଲେ । ଅନରିୟା ସେକ୍ଟରରେ ଉଡୁଥିବା ଏହିଅ ଡ୍ରୋନ୍ରୁ ଲାଲ ଓ ହଳଦିଆ ରଙ୍ଗର ରଶ୍ମୀ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ଯବାନମାନେ ପ୍ରାୟ ୨୫ ରାଉଣ୍ଡ ଗୁଳି ଚଳାଇଥିଲେ। ତେବେ ଏହି ଗୁଳି ବର୍ଷଣ ପରେ ଡ୍ରୋନଟି ପାକିସ୍ତାନ ଅଭିମୁଖେ ଚାଲିଯାଇଥିଲା ।
ପୁଣି ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଗୋଟିଏ ସପ୍ତାହରେ ଏହା ତୃତୀୟ ବିଜେପି ନେତାଙ୍କ ହତ୍ୟା।
ଆତଙ୍କବାଦୀମାନେ ଜଣେ ବିଜେପି ନେତା ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆକ୍ରମଣର ତୁରନ୍ତ ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସ୍ୱାମୀସ୍ତ୍ରୀଙ୍କୁ ମୃତ ଘୋଷିତ କରିଥିଲେ । ସହରର ଲାଲ ଚୌକ ନିକଟରେ ବିଜେପି ନେତା ଗୁଲାମ ରସୁଲ ଦାର ଏବଂ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ ଆତଙ୍କବାଦୀ ।
ମଙ୍ଗଳବାର ସକାଳେ ଜମ୍ମୁ କାଶ୍ମୀରର କଠୁଆର ରଣଜିତ ସାଗର ଡ୍ୟାମ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରଟି ୨୫୪ ଏଭିଏସନ୍ ସ୍କ୍ୱାର୍ଡନର ବୋଲି ଜଣାପଡିଛି । ସେଥିରେ କେତେ ଜଣ ସବାର ଥିଲେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ଏପରି କାମରେ ସଂଶ୍ଲିଷ୍ଟ ଅଛନ୍ତି ସେମାନଙ୍କ ଉପରେ ପ୍ରଶାସନ ତୀକ୍ଷ୍ମ ନଜର ରଖିଛି। ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଡ଼ିଜିଟାଲ ଜ୍ଞାନକୌଶଳ ବଳରେ ଏହି ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ଏହାସହ ସେମାନଙ୍କର ପୋଲିସ ରେକର୍ଡର ଯାଂଚ ମଧ୍ୟ ହେବ। ଠିକ୍ ସେହିପରି କେନ୍ଦ୍ର-ଶାସିତ ଅଂଚଳରେ ପ୍ରଚଳିତ ଥିବା ଆଇନର ମଧ୍ୟ ସଂଶୋଧନ କରାଯାଇଛି।
ଜାମ୍ମୁ ଓ କାଶ୍ମୀରର ୧୫ଟି ସ୍ଥାନରେ National Investigative Agency (NIA) ଚଢ଼ଉ କରିଛି। ଆତଙ୍କବାଦୀ ଲିଙ୍କ୍ ନେଇ ଏନ୍ଆଇଏ ପକ୍ଷରୁ ଶନିବାର ଏହି ରେଡ୍ କରାଯାଇଥିଲା।
ପୁଲୱାମା ଜିଲ୍ଲାର ନାଗବେରାନ-ତାରସର ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । କାଶ୍ମୀର ଜୋନ୍ ପୋଲିସ ସୂଚନା ଅନୁସାରେ ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି
ଜମ୍ମୁରେ ପୁଣି ଥରେ ଡ୍ରୋନ୍ ଗତିବିଧି ଦେଖିବାକୁ ମିଳିଛି । ଆଜି ପାହାନ୍ତା ପ୍ରାୟ ୪ଟା ୧୫ ସମୟରେ ରାୟପୁର ସତୱାରିରେ ଏହି ଡ୍ରୋନ୍ ଦେଖିବାକୁ ମିଳିଥିଲା ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଜାମ୍ମୁ କାଶ୍ମୀର ନେଇ ସର୍ବଦଳୀୟ ବୈଠକ ଶେଷ । ବୈଠକରେ ଜାମ୍ମୁକାଶ୍ମୀରର ୭ଟି ଦଳର ୧୪ ନେତା ଉପସ୍ଥିତ ଥିଲେ । ଜାମ୍ମୁ-କାଶ୍ମୀରର ନେତା ମାନଙ୍କୁ ଆବେଦନ କଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ଓ ଦିଲ୍ ମଧ୍ୟରେ…