ପାଣିରେ ଚାଳିବ କାଋ୍! ସିଧାସଳଖ ପାଣିରେ ନଚାଲିଲେ ବି ପାଣିରେ ଥିବା ଦୁଇ କେମିକାଲ କମ୍ପୋନେଣ୍ଟ ହାଇଡ୍ରୋଜନ୍ ଓ ଅକ୍ସିଜେନ୍ ମଧ୍ୟରୁ ହାଇଡ୍ରୋଜେନ୍କୁ ଅଲଗା କରାଯାଇ ସେଥିରେ ଗଡ଼ିବ କାର୍ ।
ଖୁବ ଶୀଘ୍ର ରାସ୍ତାରେ ଗଡ଼ିବ ପାଣିରେ ଚାଲୁଥିବା କାର । ଆଜି ଏମିତି ଏକ କାର୍ ଧରି ସଂସଦକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି। ଏହା ହେଲା ହାଇଡ୍ରୋଜେନ ଆଧାରିତ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ଭେଇକିଲ୍ ବା ଗ୍ରୀନ ହାଇଡ୍ରୋଜେନ ଆଧାରିତ ଗାଡ଼ି।
ଦେଶରେ କ୍ରମାଗତ ଭାବେ ତୈଳଦର ବଢ଼ୁଥିବା ବେଳେ ସାଧାରଣ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଚାଲିଛନ୍ତି। ଏସବୁ ଭିତରେ ଆଜି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଗ୍ରୀନ ହାଇଡ୍ରୋଜେନ ପାୱାର କାର୍ ଧରି ସଂସଦରେ ପହଞ୍ଚିଛନ୍ତି।