Advertisment

ପାର୍ଲାମେଣ୍ଟକୁ ହାଇଡ୍ରୋଜେନ ଚାଳିତ କାରରେ ଆସିଲେ ମନ୍ତ୍ରୀ

ଦେଶରେ କ୍ରମାଗତ ଭାବେ ତୈଳଦର ବଢ଼ୁଥିବା ବେଳେ ସାଧାରଣ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଚାଲିଛନ୍ତି। ଏସବୁ ଭିତରେ ଆଜି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଗ୍ରୀନ ହାଇଡ୍ରୋଜେନ ପାୱାର କାର୍‌ ଧରି ସଂସଦରେ ପହଞ୍ଚିଛନ୍ତି।

author-image
Otv Khabar Bureau
Hydrogen Car

Hydrogen Car

ହାଇଡ୍ରୋଜେନ ଚାଳିତ କାରରେ ପାର୍ଲାମେଣ୍ଟକୁ ଆସିଲେ ରାଜପଥ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଆଗାମୀ ଦିନରେ ଇନ୍ଧନରେ ଭାରତକୁ ଆତ୍ମନିର୍ଭର କରିବାକୁ ଏହା ଏକ ପ୍ରୟାସ । କାରର ନାଁ ରଖାଯାଇଛି ମିରାଇ । ଏହାର ଅର୍ଥ ହେଉଛି ଭବିଷ୍ୟତ । ଭବିଷ୍ୟତରେ ଏହି ନୂତନ ଇନ୍ଧନ ହି ଅଧିକ ବ୍ୟବହାର ହେବ ବୋଲି ଗଡକରୀ ସୂଚନା ଦେଇଛନ୍ତି ।

Advertisment

ପାଣିରୁ ତିଆରି ହେଉଥିବା ଏହି ଗ୍ରୀନ ହାଇଡ୍ରୋଜେନ୍ ଇନ୍ଧନକୁ ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଉଛି । ଖୁବଶୀଘ୍ର ଦେଶରେ ଏହାର ତିଆରି କରାଯିବ । ବିଦେଶରୁ ହାଇଡ୍ରୋଜେନ୍ ଇନ୍ଧନ ଆମଦାନୀ ଉପରେ କଟକଣା ଜାରି କରାଯିବ । ହାଇଡ୍ରୋଜେନ୍ ଇନ୍ଧନ ଉତ୍ପାଦନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ହଜାର କୋଟି ଟଙ୍କାର ମିଶନ ହାତକୁ ନିଆଯାଇଛି । ଖୁବଶୀଘ୍ର ହାଇଡ୍ରୋଜେନ୍ ଉତ୍ପାଦନ କରି ବିଦେଶକୁ ରତ୍ପାନୀ କରିବ ବୋଲି ରାଜପଥ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ହାଇଡ୍ରୋଜେନ ଭିତ୍ତିକ ଫ୍ୟୁଏଲ ସେଲ ଇଲେକଟ୍ରିକ ଭେଇକିଲ(ଏଫସିଇଭି) ଟ୍ୟାଙ୍କି ଫୁଲ ଥିଲେ ୬୦୦ କିମି ଯାତ୍ରା କରିପାରିବ। ଏଥିରେ ଯାତ୍ରା କଲେ କିମି ପିଛା ମାତ୍ର ୨ ଟଙ୍କା ଖର୍ଚ୍ଚ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାର ଟ୍ୟାଙ୍କି ଫୁଲ କରିବାକୁ ମାତ୍ର ୫ ମିନିଟ ସମୟ ଲାଗିଥାଏ। ତେଣୁ ଏଥିରେ ଯିବା ଆସିବା କଲେ ପରିବେଶ ପ୍ରଦୂଷଣରୁ ରକ୍ଷା ମିଳିବ। ଏଥିସହ କମ ଖର୍ଚ୍ଚରେ ଅଧିକ ଯାତ୍ରା ମଧ୍ୟ କରିହେବ।

Advertisment

ଆଜି ଗଡ଼କରୀ ଧଳା ରଙ୍ଗର ଗ୍ରୀନ କାର୍‌ ଧରି ସଂସଦ ଆସିଛନ୍ତି। ସେ ଗାଡ଼ିର ଆଗ ସିଟ୍‌ରେ ବସିଥିଲେ। ଏହାର ନମ୍ବର ପ୍ଲେଟ ଗ୍ରୀନ ରଙ୍ଗରେ ଲେଖାଯାଇଛି। ସାଧାରଣତଃ ଲେକଟ୍ରିକ ଗାଡ଼ିରେ ଏପରି ନମ୍ବର ପ୍ଲେଟ ବ୍ୟବହାର କରାଯାଏ। ଚଳିତ ମାସ ଆରମ୍ଭରେ ଗଡ଼କରୀ ଭାରତର ପ୍ରଥମ ହାଇଡ୍ରୋଜେନ ଭିତ୍ତିକ ଟୟାଟୋ ମିରାଇ ଏଫସିଇଭି କାର୍‌ ଲଞ୍ଚ କରିଥିଲେ। ଏଥିସହ ଗ୍ରୀନ ହାଇଡ୍ରୋଜେନ କାରକୁ କେମିତି ଶକ୍ତିଶାଳୀ କରିଥାଏ, ତା’ର ଭିଡିଓ ମଧ୍ୟ ଶେୟାର କରିଥିଲେ।

Nitin Gadkari Hydrogen Car
Advertisment
Advertisment