Advertisment

ଏକ ନିଆରା ଗାଁର କାହାଣୀ; ହିନ୍ଦୁଙ୍କ ଦୁଃଖରେ ମୁସ୍‌ଲମାନ ବଢାନ୍ତି ସହାୟତାର ହାତ

ଧର୍ମକୁ ନେଇ ରକ୍ତର ନଦୀ ବହୁଛି। ଧର୍ମ ନାଁରେ ସାଂପ୍ରଦାୟିକ ହିଂସା ମଣିଷକୁ ଅଣନିଃଶ୍ୱାସୀ କରି ଦେଉଛି। ଧର୍ମର ରକ୍ଷା ନାଁରେ ମଣିଷ କେତେ ଯେ ଅଧର୍ମ କରୁଛି ତାହାର ହିସାବ ଏଠି ନାହିଁ। ଏମିତି ପରିସ୍ଥିତିରେ ରାଜସ୍ଥାନ ଚେରୁର ଏହି ଘଟଣା ମଣିଷ ସମାଜ ପାଇଁ ଏକ ଆଶ୍ୱସ୍ତି, ଏକ ଆଶ୍ୱାସନା। ଏଠି ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଯେପରି ସାଂପ୍ରଦାୟିକ ସୌହାର୍ଦ୍ଦ ଭାବ ରହିଛି, ତାହା ଏ ମଣିଷ ସମାଜ ପାଇଁ ଏକ ନିଆରା ଉଦାହରଣ ଆଉ ପ୍ରେରଣା ନିଶ୍ଚୟ।

author-image
Minati Mishra
ଅଦ୍ୟତନ ହୋଇଛି
muslim community help a needy hindu family

ସାଂପ୍ରଦାୟିକ ସଦ୍‌ଭାବନାକୁ ନେଇ ରାଜସ୍ଥାନର ଏହି ଚେରୁ ଏକ ସ୍ୱତନ୍ତ୍ର ପରିଚୟ ଥାଏ। ଏବେ ନିକଟରେ ଏଠାରେ ଏମିତି ଏକ ଘଟଣା ଘଟିଯାଇଛି ଯାହା ଶୁଣିଲେ ଆପଣଙ୍କ ମନ ବି ଖୁସି ହୋଇଯିବ। ଏହି ସହରର ୫୮ ୱାର୍ଡର ବାସିନ୍ଦା ସାବରମଲ ଶର୍ମା। ତାଙ୍କର ତାନି ସନ୍ତାନ ମାନସିକ ଭିନ୍ନକ୍ଷମ। ପିଲାଙ୍କ ଚିକିତ୍ସା ପାଇଁ ସେମାନେ ଘର ଦ୍ୱାର ସମେତ ସବୁକିଛି ବିକି ସାରିଲେଣି। ତଥାପି ପିଲାଙ୍କ ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ।

ଏପଟେ ପିଲାଙ୍କ ଚିକିତ୍ସା ପାଇଁ ସବୁକିଛି ବିକି ସାରିବା ପରେ  ମୁଣ୍ଡ ଗୁଞ୍ଜିବା ପାଇଁ ସାବରମଲ ପତ୍ନୀ ଓ ପିଲାମାନଙ୍କୁ ନେଇ ଦ୍ୱାର ଦ୍ୱାର ବୁଲୁଛନ୍ତି। ହେଲେ ଭଗବାନଙ୍କ ଆଶୀର୍ବାଦ ପରି ହଠାତ୍  ଏଇ ଦମ୍ପତିଙ୍କର ସଂପର୍କ ସୃଷ୍ଟି ହୋଇଥିଲା ୱାଡ ନମ୍ବର ୪୨ର ମୁସ୍‌ଲିମ ସମାଜ ସହ। ରୋଗୀଣା ପିଲାଙ୍କୁ ଧରି ସାବରମଲଙ୍କ ପରିବାର ଏମିତି ଦ୍ୱାର ଦ୍ୱାର ବୁଲିବାର ଦୁଃଖ ମୁସ୍‌ଲିମ ସମାଜକୁ ବହୁତ୍ କଷ୍ଟ ଦେଇଥିଲା। ସେମାନେ ବଢାଇଥିଲେ ସହାୟତାର ହାତ। ଏହି ପରିବାର ପାଇଁ ୩୦୦ ଗଜର ଏକ ଜାଗା ଯୋଗାଇ ଦେବ ଦେବା ସହ ୮୦ ହଜାର ଟଙ୍କା ସଂଗ୍ରହ କରି ତାଙ୍କ ପାଇଁ ଘର ତିଆରି କରି ଦେଇଥିଲେ। ଏପରିକି ଘରକୁ ପାଣି ସଂଯୋଗ ବି ଦେଇଥିଲେ।

Advertisment

ପ୍ରଥମେ ୱାର୍ଡ ନମ୍ବରର ଇଶାକ ଖାନ୍‌ ପୀଡିତ ପରିବାରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ଇଶାକ ଖାନ୍‌ଙ୍କ ପୁଅ ଲତିଫ ନିଜ ସୁଫି ସାହବ ଦରଗାହ ପାଖରେ ଥିବା ଜାଗାରୁ ଜମି ମାଗଣାରେ ଦେଇଥିଲେ। ଏହାର କାଗଜପତ୍ର ସବୁ ସାବରମଲ ନାଁକୁ କରିବା ପରେ ଲତିଫ ବନ୍ଧୁ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ୮୦ ହଜାର ଟଙ୍କା ଆଦାୟ କରିଥିଲେ। ଏହି ଟଙ୍କାରେ ତାଙ୍କ ପାଇଁ ଏକ ଘର ମଧ୍ୟ ତିଆରି କରିଥିଲେ। ଏବେ ଘରର କାମ ଚାଲିଛି। ଘରର ଚଟାଣ ଓ ପ୍ଲାଷ୍ଟରିଂ ବାକି ଅଛି।

ସେତିକି ନୁହେଁ, ଘର ତିଆରି ହେବା ପର୍ଯ୍ୟନ୍ତି ଏହି ପରିବାରକୁ ଏକ ଭଡା ଘରେ ରଖାଇଛନ୍ତି ଲତିଫ ଓ ତାଙ୍କ ସାଙ୍ଗ। ଏହି ଘରର ଭଡ଼ା ପଇସା ବି ନିଜେ ଦେଉଛନ୍ତି।

ଏଠି କହିରଖିବୁ, ସାବରମଲଙ୍କ ୩ ସନ୍ତାନଙ୍କ ମଧ୍ୟରୁ ବଡ ପୁଅକୁ ୧୮, ୨ୟକୁ ୧୭ ଏବଂ ସାନପୁଅକୁ ୧୪ ବର୍ଷ। ତିନିଜଣ ଯାକ ମାନସିକ ଭିନ୍ନକ୍ଷମ। ନିଜ କାମ ନଜେ କରିପାରନ୍ତି ନାହିଁ। ଏମିତି ସ୍ଥିତିରେ ଏମାନଙ୍କର ଦେଖାଶୁଣା କରିବା ପାଇଁ ବାପା-ମା’ଙ୍କ ମଧ୍ୟରୁ ଜଣଙ୍କୁ ଜଗି ରହିବାକୁ ପଡ଼ିଥାଏ।

Muslims Hindu-Muslim Communal Harmony Hindus
Advertisment
Advertisment