ହିମାଚଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୭୦୦ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୂଚନା ଦେଇଛନ୍ତି । ଗତ ଜୁନ ୨୦ ତାରିଖରେ ହିମାଚଳ ପ୍ରଦେଶରେ ପ୍ରବେଶ କରିଥିଲା ମୌସୁମୀ ବାୟୁ ।
ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ହେବା ଫଳରେ ବନ୍ୟା ଓ ଭୂସ୍ଖଳନରେ ଜନଜୀବନ ବ୍ୟାହତ ହୋଇଛି। ଉଭୟ ରାଜ୍ୟରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୂସ୍ଖଳନ ଯୋଗୁଁ ମନାଲି ସହ ଅନେକ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ରହିଛି।
ମଣ୍ଡିରେ ୪ଟି ସ୍ଥାନରେ ବାଦଲ ଫଟା ବର୍ଷା । ହିମାଚଳରେ ବନ୍ୟା ଯୋଗୁଁ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ନିଖୋଜ ଅଛନ୍ତି । ୧୦ଟି ଘର ଭାଙ୍ଗିଯାଇଛି । ଗତକାଲି ବିଳମ୍ବିତ ରାତିରୁ ମଣ୍ଡିରେ ପ୍ରବଳ ବର୍ଷା ହେଉଛି ।