ଦିନେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇଦେଉଥିଲେ । ହେଲେ ଆଜି କହୁଛନ୍ତି ଇଚ୍ଛା ମୃତ୍ୟୁ ବରଣ କରିବି । କାରଣ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାରେ ବିତାଇଦେଲେ 14 ବର୍ଷ...କୋର୍ଟରୁ କୋର୍ଟ ଘୁରି ବୁଲିଲେ... ସରିଗଲା ଜୀବନ ଯାକର ସଞ୍ଚୟ...ସରିଗଲା ପତ୍ନୀଙ୍କ ସୁନାଗହଣା ଓ ବାପାଙ୍କ ପେନସନ୍ । ଚାକିରି ନଥିବାରୁ ପରିବାର ଚଳାଇବା ହୋଇପଡ଼ୁଛି ବଡ଼ କଷ୍ଟକର । ଆଉ କଣ କରିଥାନ୍ତେ ।
ମହିଳା ବିଚାରପତିଙ୍କ ଆବେଗପୂର୍ଣ୍ଣ ଇଚ୍ଛାମୃତ୍ୟୁ ଚିଠି । ଜଣେ ଜଜଙ୍କ ବିରୋଧରେ ଆଣିଛନ୍ତି ଯୌନ ଉତ୍ପୀଡ଼ନ ଅଭିଯୋଗ । ଅଭିଯୋଗ ସତ୍ତ୍ୱେ ନ୍ୟାୟ ନପାଇବାରୁ ମହିଳା ବିଚାରପତିଙ୍କ ନିରାଶା ଏବେ ଚର୍ଚ୍ଚାର ବିଷୟ ।
ନିଜ ପତ୍ନୀଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କୁ ଗୁହାରୀ କରି କରି ଶେଷରେ ନିରାଶ ହୋଇଯାଇଛନ୍ତି । ଏପରି ସ୍ଥଳେ ତାଙ୍କ ପାଖରେ ଆତ୍ମହତ୍ୟା ବ୍ୟତୀତ ଅନ୍ୟ ଉପାୟ ନାହିଁ, ତେଣୁ ସେ ଇଚ୍ଛାମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ପଠାଇଥିବା କହିଛନ୍ତି ।
ଗାଁରେ ସେ ଅନୀଲ କପୁର ନାଁରେ ପରିଚିତ । କିନ୍ତୁ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇଗଲେ । ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ । ଭୀଷଣ ଯନ୍ତ୍ରଣା ହେବାରୁ ଇଚ୍ଛାମୃତ୍ୟୁ ପାଇଁ କଲେ ଆବେଦନ । ଖବର ପ୍ରସାରଣ ପରେ ଘରେ ପହଞ୍ଚି ପ୍ରଶାସନ ବଢାଇଲା ସହଯୋଗର ହାତ ।