ସୋସିଆଲ ମିଡିଆ ଜୀବନର ଏକ ମହତ୍ୱପୂର୍ଣ୍ଣ ପ୍ଲାଟଫର୍ମ ରୂପରେ ଆସିଛି। ଏହା ଏପରି ଏକ ପ୍ଲାଟଫର୍ମ ଯାହା ଅନେକ ଲୋକଙ୍କୁ ରାତାରାତି ଷ୍ଟାର କରିଦେଉଛି। ଆପଣଙ୍କର ନିଶ୍ଚୟ ମନେଥିବ ରେଲ୍ୱେ ପ୍ଲାଟ୍ଫର୍ମରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କ କଥା। ଲତା ଲଙ୍ଗେସକରଙ୍କ ଏକ ଗୀତ “ଏକ୍ ପ୍ୟାର କା ଲଗମା” ଗାଇ ସେ ରାତାରାତି ଫେମସ୍ ହୋଇଯାଇଥିଲେ। ଏହା ଶୁଣି ସଂଗୀତକାର ତଥା କଣ୍ଠଶିଳ୍ପୀ ହିମେଶ ରେସ୍ମିୟା ତାଙ୍କୁ ଏକ ସୁଯୋଗ ଦେଇଥିଲେ।
ପଞ୍ଚଭୂତରେ ଲୀନ ହୋଇଛନ୍ତି ଟିଭିର ଲୋକପ୍ରିୟ କଳାକାର ସିଦ୍ଧାର୍ଥ ଶୁକ୍ଳା। ତାଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ମା’। କାନ୍ଦି କାନ୍ଦି ଶୁଖୁନି ଆଖି ଲୁହ। ସତେ ଯେପରି ଦେହରୁ ଆତ୍ମା ଚାଲିଯାଇଛି। ୪୦ ବର୍ଷରେ ହୃଦଘାତ ଆରପାରିକୁ ଚାଲିଯାଇଛନ୍ତି ସିଦ୍ଧାର୍ଥ। ତାଙ୍କର ଅନ୍ତିମ ସଂସ୍କାର ହୋଇଯାଇଛି। ହେଲେ ତାଙ୍କ ମା’ ରୀତା ଶୁକ୍ଳା ଓ ପ୍ରିୟ ସାଙ୍ଗ ଶହନାଜ ଗିଲ କାନ୍ଦି କାନ୍ଦି ଅବସ୍ଥା ଖରାପ ହେଲାଣି।
ବଲିଉଡ୍ର ଜଣାଶୁଣା କୋରିଓଗ୍ରାଫର ତଥା ଡାଇରେକ୍ଟର ଫରାହ ଖାନଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି। ବର୍ତ୍ତମାନ ଫରାହ ଜୀ ଟିଭିରେ ଆସିବାକୁ ଥିବା କମେଡୀ ଶୋରେ ଜଜ ଭୂମିକାରେ ନଜର ଆସୁଥିଲେ। ଏହା ଛଡା ଫରାହ ଆହୁରି କିଛି ରିଏଲିଟି ଶୋରେ ମଧ୍ୟ ବ୍ୟସ୍ତ ଥିଲେ। କିଛି ଦିନ ପୂର୍ବରୁ ସେ ତାଙ୍କ ସାଙ୍ଗ ଶିଳ୍ପା ଶେଟ୍ଟୀଙ୍କ ସହ ଡ୍ୟାନ୍ସ ରିଏଲିଟି ଶୋ ‘ସୁପର୍ ଡ୍ୟାନ୍ସର ୪’ ସେଟ୍ରେ ସୁଟିଂ କରୁଥିବା ଅବସରରେ ମଧ୍ୟ ନଜର ଆସିଥିଲେ।
ସାଉଥ ସିନେମା ସୁପରଷ୍ଟାର ପ୍ରଭାସ ଆଜିକାଲି ନିଜ ବହୁଚର୍ଚ୍ଚିତ ସିନେମା ‘ରାଧେଶ୍ୟାମ’କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ସିନେମାର କିଛି ରୋମାଣ୍ଟିକ୍ ପୋଷ୍ଟର ରିଲିଜ୍ କରାଯାଇଛି। ଏହି ଜନ୍ମାଷ୍ଟମୀକୁ ଅଭିନେତା ଦର୍ଶକମାନଙ୍କ ପାଇଁ ଆହୁରି ଖାସ୍ କରିଦେଇଛନ୍ତି। ସେ ଏହି ମୌକାରେ ରାଧେଶ୍ୟାମର ଏକ ଜନ୍ମାଷ୍ଟମୀ ପୋଷ୍ଟର ଜାରି କରିଛନ୍ତି, ଯାହା ବହୁତ ରୋମାଣ୍ଟିକ ଲାଗୁଛି। ଏଥିରେ ପ୍ରଭାସଙ୍କ ସହିତ ଅଭିନେତ୍ରୀ ପୂଜା ହେଗ୍ଡେ ମଧ୍ୟ ନଜର ଆସିଛନ୍ତି।
ନିକଟରେ ‘ଦି କପିଲ୍ ଶର୍ମା ଶୋ’ର ନୂଆ ସିଜନ ଆରମ୍ଭ ହୋଇଛି। ଏହି ସିଜନର ପ୍ରଥମ ଗେଷ୍ଟ୍ ଅକ୍ଷୟ କୁମାର, ବାଣୀ କପୁର ଓ ହୁମା କୁରେଶୀ ଥିଲେ। ଏହି ସମସ୍ତ ସେଲିବ୍ରିଟି ଫିଲ୍ମ୍ ‘ବେଲ୍ବଟମ୍’ର ପ୍ରମୋଶନ ପାଇଁ ଆସିଥିଲେ। ଏହି ଶୋ’ରେ ଦେଖାଯାଇଥିଲା ଯେ ଅକ୍ଷୟ କୁମାର କପିଲ ଶର୍ମାଙ୍କ ସହ ବହୁତ ହସ ମଜ୍ଜା କରିଥିଲେ। ସେହିପରି ବାଣୀ କପୁର ଓ ହୁମା କୁରେଶୀଙ୍କ ସହିତ ମଧ୍ୟ ବହୁତ ମଜ୍ଜା କରିଥିଲେ।
ସିଙ୍ଗର ତଥା ରାପର୍ ହନୀ ସିଂ ଗତ କିଛି ଦିନ ହେବ ବିବାଦରେ ଛନ୍ଦିହୋଇ ଯାଇଛନ୍ତି। ନିକଟରେ ତାଙ୍କ ପତ୍ନୀ ଶାଲିନୀ ତଲ୍ୱାର୍ ତାଙ୍କ ଉପରେ ଘରୋଇ ହିଂସା ମାମଲା ଦାଖଲ କରିଥିଲେ। ଆଜି ଦିଲ୍ଲୀର ଏକ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଛି। ତେତେ ଶୁଣାଣି ସମୟରେ ହନୀ ସିଂ ଅଦାଲତରେ ଉପସ୍ଥିତ ହୋଇ ନ ଥିଲେ। ଏନେଇ ଅଦାଲତ ତାଙ୍କୁ ଭର୍ତ୍ସନା କରିବା ସହ ତାଙ୍କର ମେଡିକାଲ ରିପୋର୍ଟ ଓ ଇନକମ୍ ଟେକ୍ସ୍ ରିଟର୍ଣ୍ଣ ଜମା କରିବା ନେଇ ଅଦାଲତ ଆଦେଶ ଦେଇଛନ୍ତି।
ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ବିଗତ କିଛି ମାସ ହେବ ନିଜର ଆଗାମୀ ଫିଲ୍ମ ‘ସିଟାଡେଲ୍’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ତେବେ ସେ ଲଣ୍ଡନରେ କରୁଥିବା ଏହି ଫିଲ୍ମର ସୁଟିଂକୁ ନେଇ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ୍ କରି ନିଜ ଚରିତ୍ରର କିଛି ଝଲକ ଦେଖେଇଛନ୍ତି। ଋଷୋ ବ୍ରଦର୍ସଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
‘ବିଗ୍ ବସ୍ ଓଟିଟି’ରେ ପ୍ରତିଯୋଗୀଙ୍କ ଛଡା ଶୋ’ର ହୋଷ୍ଟ କରଣ ଜୋହର ଅଧିକ ଚର୍ଚ୍ଚାରେ ରହିଆସୁଛନ୍ତି। କରଣ ଜୋହର ଏହି ଶୋ’କୁ ପୂର୍ବ ଦୁଇ ସପ୍ତାହ ହେବ ହୋଷ୍ଟ କରିଆସୁଛନ୍ତି। ନିକଟରେ ‘ସଣ୍ଡେ କା ୱାର୍’ ଏପିସୋଡ୍ରେ କରଣ ଜୋହର ଘରର ସଦସ୍ୟଙ୍କୁ ଜମେଇକି ଟାର୍ଗେଟ୍ କରିଛନ୍ତି। ସେହିପରି ଶମିତା ଶେଟ୍ଟୀଙ୍କ ପ୍ରତି ସେ କୋମଳ ଭାବ ମଧ୍ୟ ଦେଖେଇଛନ୍ତି। ତେବେ କରଣ ଅନ୍ୟମାନଙ୍କ ପ୍ରତି ରୁକ୍ଷ ହେଉଥିବା ବେଳେ ଶମିତାଙ୍କ ପ୍ରତି ତାଙ୍କର କୋମଳ ଭାବ ତାଙ୍କୁ ସମସ୍ୟାରେ ପକେଇଛି।
ନିକଟରେ ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମ୍ସି ସାଂସଦ ନୁସରତ ଜହାନ ତାଙ୍କ ଗର୍ଭଧାରଣ ଘଟଣା ଓ ସ୍ୱାମୀ ନିଖିଲ ଜୈନଙ୍କ ସହ ଚାଲିଥିବା ବିବାଦକୁ ନେଇ ଚର୍ଚ୍ଚାରେ ଥିଲେ। ତେବେ ଖୁବ ଶୀଘ୍ର ନୁସରତ ମା ହେବାକୁ ଯାଉଛନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କ ଗର୍ଭଧାରଣ ସହ ଜଡିତ ବଡ ଖବର ବାହାରକୁ ଆସୁଛି। ପ୍ରସବ ପାଇଁ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନ ପୁଣି ଥରେ ଛୋଟ ପରଦାକୁ ଫେରିବାକୁ ଯାଉଛନ୍ତି। ତାଙ୍କର ଶୋ ‘କୌନ ବନେଗା କରୋଡପତି ସିଜନ ୧୩’ ଆଜିଠାରୁ ଟିଭିରେ ପ୍ରସାରଣ ହେବାକୁ ଯାଉଛି। ଦର୍ଶକମାନେ ଏହାକୁ ନେଇ ବହୁତ ଖୁସି ଅଛନ୍ତି। କିନ୍ତୁ, ଏହାରି ଭିତରେ ବିଗ୍ ବିଙ୍କ ବିଷୟରେ ଆଉ ଏକ ଖବର ଆସୁଛି। ଏହା ଜାଣିବା ପରେ ମେଗାଷ୍ଟାରଙ୍କ ପ୍ରଶଂସକମାନେ ଟିକେ ଚିନ୍ତାରେ ପଡିଯାଇପାରନ୍ତି।
ଆଫଗାନିସ୍ତାନକୁ ତାଲିବାନ କବ୍ଜାକୁ ନେବା ପରେ ଏହା ଏବେ ସାରା ବିଶ୍ୱର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ହଜାର ହଜାର ଆଫଗାନିସ୍ତାନ ନାଗରିକ ବିନା ପାସ୍ପୋର୍ଟରେ ବିମାନବନ୍ଦରରେ ପହଞ୍ଚି ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛନ୍ତି। ସମଗ୍ର ଦେଶରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇଛି। ତେବେ ସବୁଠାରୁ ରୋଚକ କଥା ହେଲା ଏହି ସମୟରେ ଏକ ଲୋକପ୍ରିୟ ହଲିଉଡ୍ ଫିଲ୍ମର ଏକ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି।
ଲୋକପ୍ରିୟ ହେଉଛି 'ବିଗ୍ ବସ୍ ଓଟିଟି'। ଦର୍ଶକେ ଏହାକୁ ଖୁବ୍ ଆପଣଉଥିବା ଦେଖାଯାଉଛି। ଏହା ଦୁଇ ସପ୍ତାହ ହେବ ଆରମ୍ଭ ହୋଇଥିବା ବେଳେ କରଣ ଜୋହର ଏହାକୁ ହୋଷ୍ଟ୍ କରୁଛନ୍ତି। 'ବିଗ୍ ବସ୍ ଓଟିଟି' ୬ ସପ୍ତାହ ଚାଲିବ। ଏହା ପରେ 'ବିଗ୍ ବସ୍ ୧୫'ର ଆରମ୍ଭ ହେବ। ଏଥିରେ 'ବିଗ୍ ବସ୍ ଓଟିଟି' ର କିଛି ପ୍ରତିଯୋଗୀ ମଧ୍ୟ ରହିବେ, ଯଦିଓ ସେପ୍ଟେମ୍ବରରେ ସୋ କେଉଁ ଦିନ ପ୍ରସାରିତ ହେବ ସେନେଇ ସୂଚନା ପ୍ରକାଶ ପାଇ ନାହିଁ।
ମନୋରଞ୍ଜନ ସହିତ ଜ୍ଞାନକୁ ବିକାଶ କରୁଥିବା ପ୍ରସିଦ୍ଧ ଟିଭି ଶୋ 'କୌନ ବନେଗା କରୋଡପତି'ର ୧୩ ତମ ସିଜନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ସିଜନର ପ୍ରୋମୋ ବହୁତ ଚମତ୍କାର ଏବଂ ହୃଦୟସ୍ପର୍ଶୀ ହୋଇଛି। ଏହି ଶୋ’ରେ ଗ୍ରାମବାସୀ କିପରି ଜିତିବାକୁ ପ୍ରସ୍ତୁତ ହୁଅନ୍ତି, ଏହି ପ୍ରୋମୋରେ ଏକ ଆକର୍ଷଣୀୟ ଢଙ୍ଗରେ ଦେଖାଯାଇଛି। ଯଦିଓ ଏହି ଶୋ’ ପୂର୍ବରୁ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି, କିନ୍ତୁ ସୋ’ର ଏହି ପ୍ରୋମୋ ଲୋକଙ୍କ ଆଗ୍ରହକୁ ଦ୍ୱିଗୁଣିତ କରିଦେଇଛି।
ଦର୍ଶକଙ୍କ ପାଇଁ ଖୁସି ଖବର। ସବୁ ପ୍ରତିକ୍ଷାର ଅନ୍ତ ଘଟେଇ ଫିଲ୍ମ “ଲଭ୍ ଷ୍ଟୋରୀ” ରିଲିଜ ହେବାକୁ ଯାଉଛି। ଏ କଥା ସ୍ପଷ୍ଟ କରିଛନ୍ତି ଫିଲ୍ମର ନିର୍ମାତା ସେଖର କମ୍ମୁଲା । ନାଗ୍ ଚୈତନ୍ୟ ଓ ସାଇ ପଲ୍ଲବୀଙ୍କର “ଲଭ୍ ଷ୍ଟୋରୀ”ର ନୂଆ ରିଲିଜ ତାରିଖ ଘୋଷଣା କରାଯାଇଛି। ତେବେ ସିନେମାଟି ପୂର୍ବରୁ ଅପ୍ରିଲ୍୧୬ରେ ରିଲିଜ୍ ହେବାକୁ ସ୍ଥିର ହୋଇଥିଲା। କୋରୋନା ଭାଇରସ ମହାମାରୀ କାରଣରୁ ରିଲିଜ ହେବାରେ ବିଳମ୍ୱ ହୋଇଥିଲା। ବର୍ତ୍ତମାନ ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧୦ରେ ରିଲିଜ୍ ହେବ।
ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ଅଛନ୍ତି । କାହାକୁ ତାଙ୍କ ଜୀବନରେ ଖ୍ୟାତି ମିଳୁ ନାହିଁ ତ ପୁଣି କାହାର ଟଙ୍କାର ଅଭାବ ରହିଛି। କିଛି ଏପରି ବି ଲୋକ ଅଛନ୍ତି ଯେଉଁମାନେ ଏସବୁ ପାଇଛନ୍ତି ସତ କିନ୍ତୁ ସେମାନଙ୍କ ଅନ୍ୟ କିଛି ଅଭାବ ରହିଯାଇଛି। ହଲିଉଡ୍ ଅଭିନେତ୍ରୀ ଏଲେନ୍ ପେଜ୍ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। ସେ ଜଣେ ଅଭିନେତ୍ରୀ ଭାବରେ ଭଲ ନା କମେଇଛନ୍ତି ଏହା ସହିତ ଅର୍ଥ ବି। କିନ୍ତୁ ଏହା ପାଇବା ପରେ ମଧ୍ୟ ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି ଏବଂ ସେ ମହିଳାରୁ ପୁରୁଷ ହୋଇଯାଇଛନ୍ତି।
ଟିଭିର ଲୋକପ୍ରିୟ ରିଆଲିଟି ସୋ 'ବିଗ୍ ବସ୍ ଓଟିଟି'ରେ ରବିବାର 'ସଣ୍ଡେ କା ୱାର୍'ରେ ବିଗ୍ ବସ୍ ଘରୁ ଜଣେ ପ୍ରତିଯୋଗୀ ଡିସ୍ଚାର୍ଜ ହୋଇଥିଲେ। ଆପଣ ନିଶ୍ଚିତ ଜାଣିବାକୁ ଚାହୁଁଥିବେ, ସେ କିଏ। ସେହି ପ୍ରତିଯୋଗୀ ହେଲେ ଉର୍ଫି ଜାଭେଦ୍। ଉର୍ଫିଙ୍କ ବାହାରିବା ପରେ ବର୍ତ୍ତମାନ ମୋଟ ୧୨ ପ୍ରତିଯୋଗୀ ଘରେ ରହିଛନ୍ତି। ଗତ ସପ୍ତାହରେ ଆକ୍ସନ୍, ଡ୍ରାମା, ଝଗଡା ଦେଖିବାକୁ ମିଳିଥିଲା।
ହରିୟାଣା ଡ୍ୟାନ୍ସର ତଥା ସିଙ୍ଗର ସପନା ଚୌଧରୀ ନିକତରେ ନିଜ ଅପକମିଙ୍ଗ ପ୍ରୋଜେକ୍ଟ ବିଷୟରେ ପ୍ରଶଂସକମାନଙ୍କୁ କହିଛନ୍ତି। ସପନା ନିଜର ନୂଆ ମ୍ୟୁଜିକ୍ ଭିଡିଓର ମୋଶନ ପୋଷ୍ଟର୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର୍ କରିଛନ୍ତି। ଏହି ପୋଷ୍ଟରକୁ ଦେଖି ଲାଗୁଛି ଯେ ଗୀତ ନିଶ୍ଚିତ ଭାବରେ ବହୁତ ଭାବବିହ୍ୱଳ ହୋଇଥିବ। ଫଟୋରେ ହରିୟାଣୀ କ୍ୱିନ୍ଙ୍କ ସାଧାରଣ ବେଶବୁଶା ଦେଖିବାକୁ ମିଳେ।
ପ୍ରବୀଣ ଗୀତିକାର ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତର ଆଜିର ଚଳଚ୍ଚିତ୍ର ସଂଗୀତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଅନୁଭବ କରିଛନ୍ତି ଯେ ବର୍ତ୍ତମାନର ଯୁଗର ଚଳଚ୍ଚିତ୍ର ନିର୍ମାତାମାନେ କାହାଣୀକୁ ବଢାଇବା ପାଇଁ ନିଜ ଚଳଚ୍ଚିତ୍ରରେ ଗୀତ ବ୍ୟବହାର କରୁ ନାହାନ୍ତି। ସେମାନେ କେବଳ ଅଧିକ ଟକା ରୋଜଗାର କରିବା ନେଇ ସିନେମାରେ ଗୀତର ବ୍ୟବହାର କରିଥାନ୍ତି।
ବିଗ୍ ବସ୍ର ଡ୍ରାମା କୁଇନ୍ ରାଖୀ ସାୱନ୍ତ ସୋସିଆଲ ମିଡିଆରେ ସବୁବେଳେ ଚଳଚଞ୍ଚଳ ଥାଆନ୍ତି। ସେ ପ୍ରାୟତଃ ମୁମ୍ବାଇ ରାସ୍ତାରେ ବିଭିନ୍ନ ଫଟୋଗ୍ରାଫରମାନଙ୍କ ସହିତ କଥାବାର୍ତ୍ତା ହେଉଥିବାର ନଜର ଆସନ୍ତି। ଏହି ସମୟରେ, ସେ କେତେବେଳେ ଥଟ୍ଟାମଜା କରନ୍ତି ତ ପୁଣି କେତେବେଳେ ଏପରି ମତ ଦିଅନ୍ତି ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ବିବାଦ ଭିତରକୁ ନେଇଯାଏ। ନିକଟରେ ସେ ବିବ୍ରତ ହୋଇ କହିଥିଲେ ଯେ ଜଣେ ଅଜଣା ବ୍ୟକ୍ତି କବାଟ ଭାଙ୍ଗି ତାଙ୍କ ଘରେ ପଶିଯାଇଥିଲା। ଏହାକୁ ସେ ଓଶିୱାରା ପୋଲିସ୍ ଷ୍ଟେସନରେ ଅଭିଯୋଗ ମଧ୍ୟ କରିଛନ୍ତି।
ଆଜିକାଲି ସୋସିଆଲ୍ ମିଡିଆ ବେଶ ଚମତ୍କାର କରୁଥିବା ଦେଖାଯାଏ। କେତେବେଳେ କୋଉ ଉପାନ୍ତ ଅଞ୍ଚଳର ବ୍ୟକ୍ତିକୁ ବିଶ୍ୱ ଦରବାରରେ ନେଇ ଠିଆ କରେଇ ଦଉଛି ତ ପୁଣି କେତେବେଳେ ଗରିବକୁ ରାତାରାତି ଧନୀ କରିଦେଉଛି। ନିକଟରେ ଦୁର୍ଗମ ଆଦିବାସୀ ଅଞ୍ଚଳର ଜଣେ ଶିଶୁ ହଠାତ୍ ସାରା ଦେଶରେ ଲୋକପ୍ରିୟ ହେବା ସମସ୍ତେ ଜାଣନ୍ତି। ଏହା ସ୍ୱପ୍ନ ଭଳି ସତରେ ପରିଣତ ହୋଇଛି ଛତିଶଗଡର ଜଣେ ୧୨ ବର୍ଷର ବାଳକ ସହଦେବ କୁମାର ଦିର୍ଦୋଙ୍କ କ୍ଷେତ୍ରରେ। ଏହି ପିଲାଟି ସ୍ୱପ୍ନରେ ମଧ୍ୟ ଭାବି ନ ଥିବ ଯେ ଏକ ଗୀତ ତାଙ୍କ ଜୀବନକୁ ଏହିପରି ବଦଳାଇବ।
ମନୋରଞ୍ଜନ ଜଗତରେ ବିବାଦର କଥା ଉଠିଲେ ତେବେ ଅଭିନେତା କମଲ ଆର୍ ଖାନ୍ଙ୍କ ନାମ ଆଗରେ ଆସିବ। କେଆର୍କେ ଭାବରେ ଜଣାଶୁଣା ଏହି କଳାକାରଙ୍କର ସତେଯେପରି ବିବାଦ ସହିତ ପୁରୁଣା ସଂପର୍କ ଅଛି। ତାଙ୍କର ବିବାଦୀୟ ଟ୍ୱିଟ୍ ଯୋଗୁଁ ସେ ପ୍ରତିଦିନ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟ ମଧ୍ୟରେ ସେ ପୁଣି ଥରେ ଏଭଳି ଏକ ଟୁଇଟ୍ କରିଛନ୍ତି, ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ୍ର ଶିକାର ହେଉଛନ୍ତି।
ବଲିଉଡ ଅଭିନେତା ସନ୍ନି ଦେଓଲ ନିଜର ରଫ୍-ଟଫ୍ ଷ୍ଟାଇଲ ପାଇଁ ବେଶ ଜଣାଶୁଣା। ସନିଙ୍କ ଆଙ୍ଗ୍ରି ୟଙ୍ଗ୍ମ୍ୟାନ୍ ଲୁକ୍, ସେ 'ଦାମିନୀ'ରେ ଥାଉ ବା 'ଗଦର : ଏକ୍ ପ୍ରେମ୍ କଥା'ରେ ପାକିସ୍ତାନ ବିପକ୍ଷରେ ମୋର୍ଚ୍ଚା ଖୋଲିବା ହେଉ ପ୍ରତ୍ୟେକ ଭୂମିକାରେ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ସନ୍ନି ଦେଓଲ୍ ମୁମ୍ବାଇର ମାଲାବାର ପାହାଡରେ ଥିବା ବିଳାସପୂର୍ଣ୍ଣ ଘରେ ରୁହନ୍ତି।
ଅନେକ ସିରିୟଲ ଥାଏ ଯାହା ବନ୍ଦ ହୋଇଯିବା ମାତ୍ରେ ଦର୍ଶକ ହତୋତ୍ସାହିତ ହୋଇପଡନ୍ତି। ସେହିଭଳି ସିରିୟଲଗୁଡିକ ମଧ୍ୟରୁ 'କୌନ୍ ବନେଗା କରୋଡ୍ପତି'(କେବିସି) ଅନ୍ୟତମ। ତେବେ ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ କେବିସି ପୁଣି ଥରେ ଆସୁଛି। କେବିସିର ୧୩ ତମ ସିଜନ୍ ଆୟୋଜନ କରିବାକୁ ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନ ଉତ୍ସାହିତ ଅଛନ୍ତି। ନିର୍ମାତା ମଧ୍ୟ ନିଜର ନୂଆ ଶୋ ପାଇଁ ପ୍ରସ୍ତୁତ ଅଛନ୍ତି। ଆଜିଠାରୁ ଠିକ୍ ୧୨ ଦିନ ପରେ, 'କୌନ୍ ବନେଗା କରୋଡ୍ପତି-୧୩' ଆରମ୍ଭ ହୋଇଯିବ।
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ ଟିଭିର ସବୁଠାରୁ ଲୋକପ୍ରିୟ ରିୟଲିଟି ସୋ 'ବିଗ୍ ବସ୍ ଓଟିଟି'ରେ ପୁଣି ଏଣ୍ଟ୍ରି କରିଛନ୍ତି। ଏହାକୁ ନେଇ ଦର୍ଶକ ନିରାଶ ହୋଇଥିବା ଦେଖାଯାଇଛି। ଶମିତା ଶୋ’ର ଗ୍ରାଣ୍ଡ୍ ପ୍ରିମିୟରରେ ପ୍ରତିଯୋଗୀ ଭାବରେ ପ୍ରବେଶ କରିଛନ୍ତି। ବିଗ୍ ବସ୍ଙ୍କ ଘରେ ପ୍ରବେଶ କରିବା ପରେ ଶମିତା ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରିବା ଆରମ୍ଭ କରିଥିଲେ। କିନ୍ତୁ ଲୋକମାନେ ତାଙ୍କୁ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିବାଦ ସହ ଜଡିତ କରି ଦେଖିବାକୁ ଲାଗିଲେ। କିଛି ଲୋକ ତାଙ୍କୁ ଟ୍ରୋଲ୍ କରିବା ମଧ୍ୟ ଆରମ୍ଭ କଲେ।
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳ ମାମଲାରେ ଜେଲରେ ଅଛନ୍ତି। ଜୁଲାଇ ୧୯ରେ ଗିରଫ ହେବା ପରେ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଏହି ମାମଲା ପ୍ରକାଶ ପାଇବା ପରଠାରୁ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ୍ ସକ୍ରିୟ ରହିଛି ଏବଂ ଏହି ମାମଲାରେ ବହୁ ଲୋକଙ୍କୁ ଗିରଫ କରିଥିବା ବେଳେ ଅନେକଙ୍କୁ ପଚରାଉଚରା ମଧ୍ୟ କରୁଛି। ଅଶ୍ଳୀଳ ମାମଲାରେ ଗହନା ବଶିଷ୍ଟ ମଧ୍ୟ ଲଗାତର ଚର୍ଚ୍ଚାରେ ରହୁଛନ୍ତି।