ସିକନ୍ଦରାବାଦ୍ ଇ-ଭେଇକିଲ୍ ସୋରୁମ୍ରେ ଅଗ୍ନିକାଣ୍ଡ ପରେ ଇ-ଯାନର ନିରାପତ୍ତାକୁ ନେଇ ପ୍ରଶ୍ନ ଉଠାଇଲେଣି ଗ୍ରାହକ । କେତେବେଳେ ଇ-ଭେଇକିଲ୍ ଚାଲୁଥିବା ବେଳେ ନିଆଁ ଲାଗି ଯାଉଛି ତ କେତେବେଳ ଚାର୍ଜ କରିବା ସମୟରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି । ବିଶେଷଜ୍ଞଙ୍କ ମତରେ ଅଧିକାଂଶ ଇ-ଯାନରେ ନିମ୍ନମାନର ଯନ୍ତ୍ରାଂଶ ବ୍ୟବହାର ହେଉଛି, ଯାହା ଫଳରେ ଏଭଳି ଦୁର୍ଘଟଣା ଘଟୁଛି ।
ସିକନ୍ଦରାବାଦ୍ ଘଟଣା ପରେ ଇଲେକ୍ଟ୍ରିକ୍ ଯାନର ନିରାପତ୍ତାକୁ ନେଇ ଉଙ୍କି ମାରୁଛି ନାନା ପ୍ରଶ୍ନ ।