ଆଲକେମ୍ ଭଳି ପ୍ରତିଷ୍ଠିତ ବ୍ରାଣ୍ଡର ନକଲି ମେଡିସିନ କେମିତି ଓ କେଉଁଠୁ ବଜାରକୁ ଆସିଲା, ସେନେଇ ଖୋଳତାଡ଼ ଜାରି ରହିଛି । ନକଲି ମେଡିସିନ୍ ପଛରେ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ।
ନକଲି ଔଷଧ ବିକ୍ରି ଧରିବାକୁ ଗତ ୩ ଦିନ ଧରି ରେଡ୍ ଚଳାଇଥିଲା ଡ୍ରଗ୍ସ କଣ୍ଟ୍ରୋଲର ଟିମ୍। ସହରର ୩ଟି ଫାର୍ମରେ ଚଢ଼ାଉ କରି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଛି।