ପ୍ରାଥମିକ ପର୍ଯ୍ୟାୟରେ ୧୦ଟି କୁକୁରଙ୍କୁ ଟ୍ରେନିଂ ଦିଆଯାଉଛି। ଏହି ଟ୍ରେନିଂ ୫୪ ସପ୍ତାହ ଧରି ଚାଲିବ। ଏଯାଏ କୁକୁର ୩୦ ସପ୍ତାହ ଟ୍ରେନିଂ ଶେଷ କରିସାରିଛନ୍ତି। ବର୍ତ୍ତମାନ ସେମାନଙ୍କର ଆଡଭାନ୍ସ ଟ୍ରେନିଂ ଚାଲିଛି। ସଂପୂର୍ଣ୍ଣ ଟ୍ରେନିଂ ସରିବା ପରେ ଏମାନଙ୍କୁ ଠିକ କରାଯାଇଥିବା ଜୋନ୍କୁ ପଠାଯିବ।
ବନ୍ୟଜନ୍ତୁ ଶିକାର ରୋକିବାକୁ ନିୟୋଜିତ ହେବେ ସନ୍ଧାନୀ କୁକୁର । ଏ ନେଇ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୫ ବନଖଣ୍ଡରେ ଜଗିବେ ୧୦ ସନ୍ଧାନୀ କୁକୁର ।
କୁନୋ ଜାତୀୟ ଉଦ୍ୟାନରେ ଥିବା ଚିତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।