ବାତ୍ୟା ‘ଜୱାଦ୍’ ପାଇଁ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ସ୍କୁଲ୍ ଛୁଟି ନେଇ ଘୋଷଣା ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ନେଇ ଡିଇଓ ଘୋଷଣା କରିଛନ୍ତି।
ବାତ୍ୟା ଜୱାଦ୍ ଗୁଲାବ ବାତ୍ୟାଠୁ ଅଧିକ ତିତିଲିଠୁ କମ୍ ହେବ ବୋଲି କୁହାଯାଉଛି । ୪ ସଂଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ମୁହାଁଇବ । ଏହାପରେ ୫ ତାରିଖ ପୂର୍ବାହ୍ନରେ ପୁରୀ ଜିଲ୍ଲାରେ ଉପକୂଳ ନିକଟବର୍ତ୍ତୀ ହେବ । ଉପକୂଳ ନିକଟ ହୋଇ ସମାନ ଦିଗରେ ପଶ୍ଚିମବଙ୍ଗକୁ ଅଗ୍ରସର ହେବ।
ବାତ୍ୟା ପାଇଁ ଆମେ ପୂରା ପ୍ରସ୍ତୁତ : ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବେ ଲୋକେ : ପ୍ରତାପ ଜେନା
ସମ୍ଭାବ୍ୟ ବାତ୍ୟା ପାଇଁ NDRF ଟିମ୍ ମୁତୟନ । ୩ ରାଜ୍ୟ ପାଇଁ ୪୬ଟି NDRF ଟିମ୍ ମୁତୟନ ଅଛନ୍ତି ।
ବାତ୍ୟା ପାଇଁ ODRAF ଓ NDRF ପୂରା ପ୍ରସ୍ତୁତ : ବିଭିନ୍ନ ସ୍ଥାନକୁ ଯାଉଛନ୍ତି ଟିମ୍....
ବାତ୍ୟା ଜୱାଦ୍’ ପ୍ରଭାବରେ ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି। ତେବେ ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ। ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି।
ବାତ୍ୟାରେ ଭାଙ୍ଗିବ ଘର, ଉଡ଼ିବ ଛପର...ରାସ୍ତା ସଫା କରିବା ପାଇଁ ପ୍ରସ୍ତୁତ ପ୍ରଶାସନ...ଦେଖନ୍ତୁ ଏହି ଭିଡ଼ିଓ
ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଥିବାବେଳେ ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଛି।
ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ‘ଜୱାଦ ସ୍ଥଳଭାଗ ଛୁଇଁପାରେ। ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା।
ଆସୁଛି ବାତ୍ୟା : କେନ୍ଦ୍ରାପଡ଼ାରେ ପ୍ରସ୍ତୁତ ଚଳାଇଛନ୍ତି ଅଗ୍ନିଶମ କର୍ମଚାରୀ...ଷ୍ଟାଟ୍ ହେଉଛି ଗଛକଟା ମେସିନ୍
ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ବାତ୍ୟା ‘ଜୱାଦ’ ଏବେ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି।
ଗଭୀର ଅବପାତର ରୂପ ନେବ ବାତ୍ୟା : କାଲି ଅପରାହ୍ନରେ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ବାତ୍ୟା
ବାତ୍ୟା ପାଇଁ ୧୭ ଜିଲ୍ଲାକୁ ସତର୍କ କରାଇଲେ SRC : ୨୨୫ ଏନଡ଼ିଆରଏଫ୍ ମୁତୟନ ପାଇଁ ନିର୍ଦ୍ଦେଶ, କଚ୍ଚାଘର ଲୋକଙ୍କୁ କରାଯିବ ସ୍ଥାନାନ୍ତର
ଆଜି ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ । ଏହି ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି ।
ସମ୍ଭାବ୍ୟ ବାତ୍ୟା ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଜରୁରୀ ସୂଚନା । ବାତ୍ୟା ପ୍ରଭିବରେ ସର୍ବାଧିକ ୧୦୦ କିମି ବେଗରେ ପବନ ବହିବା ନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ଧୀରେ ଧୀରେ ଶକ୍ତି ସଞ୍ଚୟ କରୁଛି ଲଘୁଚାପ..କାଲି ଏହା ବାତ୍ୟା ରୁପ ନେଇ ଓଡ଼ିଶା ଆଡ଼କୁ ମାଡ଼ିଆସିପାରେ.. ଶନିବାର ପାଇଁ ସତର୍କ ଘଣ୍ଟି ରହିଛି..
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍ ମାର୍କଡ୍ ଲୋ’ ପ୍ରେସରରେ ପରିଣତ ହୋଇଛି। ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।
ମାଡ଼ି ଆସୁଛି ବାତ୍ୟା ‘ଜୱାଦ୍’ ! ଆଜି ଅବପାତରେ ପରିଣତ ହୋଇପାରେ ଲଘୁଚାପ କ୍ଷେତ୍ର। ୩ରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ।