ପୁରୀ ବେଳାଭୂମିରେ ଜମିଛି ପର୍ଯ୍ୟଟକ ଭିଡ । ସମ୍ଭାଵ୍ୟ ବାତ୍ୟା ଟଳିବା ଆଶଙ୍କା ପରେ ଏ ଚିତ୍ର ଦେଖିବାକୁ ମିଳିଛି ।
ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍’ ! ଆଜି ରାତିରେ ଏହା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟାହ୍ନରେ ଗଭୀର ଅବପାତ ହୋଇ ପୁରୀରେ ପହଞ୍ଚିବ।
କୃଷପ୍ରସାଦରେ ବାତ୍ୟା ନେଇ ପ୍ରଶାସନ କେତେ ପ୍ରସ୍ତୁତ ଅଛି ଶୁଣନ୍ତୁ ଏ ଭିଡିଓରେ...।
ପବନର ବେଗ କମିଛି କିନ୍ତୁ ଝିପି ଝିପି ବର୍ଷା ହେଉଛି । ତେବେ ଏହି ବର୍ଷାରେ ଚାଷ ଜମିର ଅବସ୍ଥା କଣ ରହିଛି ଦେଖନ୍ତୁ ...
ଜୱାଦକୁ ନେଇ ପାରାଦୀପ ବନ୍ଦର ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ବନ୍ଦରର ନିକଟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ୫ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି ।
ବାତ୍ୟା ଜୱାଦ ପ୍ରଭାବରେ ଗତକାଲି ରାତିରୁ କେନ୍ଦ୍ରାପଡାରେ ଝିପିଝିପି ବର୍ଷା ହେଉଛି । ମହାକାଳପଡାରେ ସର୍ବାଧିକ ୨୫ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ମନୋଜ କୁମାର ସ୍ୱାଇଁ ।
ବାତ୍ୟା ଜଓ୍ୱାଦକୁ ନେଇ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ଦୁର୍ବଳ ହୋଇପାରେ ଜଓ୍ୱାଦ । ପୁରୀ ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହେବ ନେଇ ସୂଚନା ଦେଇଛନ୍ତି IMD ।
ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍’ ! ଆସନ୍ତାକାଲି ପୁରୀ ଛୁଇଁବା ବେଳକୁ ବାତ୍ୟା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି।
ବାତ୍ୟା ଖବର ଶୁଣି ପରିବା ଚାଷୀ ମନରେ ଛନକା । ଅମଳ ପୂର୍ବରୁ ବାତ୍ୟା ଆସୁଥିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।
ଆଶା ଆଶଙ୍କାରେ ରହିଛନ୍ତି ପୁରୀବାସୀ । ଧୀରଧୀରେ ବଢୁଛି ବାତ୍ୟାର ପ୍ରଭାବ । ପବନ ବହିବା ସହ ଝିପି ଝିପି ବର୍ଷା ହେଉଛି । ଏନେଇ ଅଧିକ ସୂଚାନ ଦେଉଛନ୍ତି ପୁରୀର ଚିଫ୍ ରିପୋର୍ଟର ମଧୁସୂଦନ ଦାସ ।
ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ । ବାସୁଦେବପୁର ବ୍ଲକର ତଳିଆ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷା ପାଇଁ ପ୍ରଶାସନ ପୁରା ତୟାର ରହିଛି । ଓଡ୍ରାଫର ୨୧ଜଣିଆ ଟିମ୍ ବାସୁଦେବପୁରରେ ପହଞ୍ଚିଛି ।
ବ୍ରହ୍ମପୁରରେ ବାତ୍ୟା ଜୱାଦର ପ୍ରଭାବ ନେଇ କଣ ରହିଛି ସେଠାରେ ସ୍ଥିତି ସେ ବିଷୟରେ ବ୍ରହ୍ମପୁରରୁ ଅଧିକ ସୂଚନା ଦେଉଛନ୍ତି ଚିଫ୍ ରିପୋର୍ଟର ଅଶୋକ ବ୍ରହ୍ମା
ବାତ୍ୟା ‘ଜୱାଦ୍’ ଦିଗ ପରିବର୍ତ୍ତନ କରିବା ପରେ ବର୍ଷା ଓ ପବନ ଧୀରେ ଧୀରେ ବଢ଼ିବ। ସର୍ବାଧିକ ୯୫ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି।
ବାତ୍ୟା ମୁକାବିଲା ପାଇଁ ଓ୍ୱାଲଟିୟର ରେଲ୍ୱେ ଡିଭିଜନ୍ ପକ୍ଷରୁ ପ୍ରସ୍ତୁତି ଜୋରଦାର । ପୂର୍ବତଟ ରେଳପଥରେ ଚାଲୁଥିବା ୯୫ରୁ ଅଧିକ ଟ୍ରେନ୍ ସେବା ବାତିଲ କରାଯାଇଛି ।
ବାତ୍ୟା ଜଓ୍ୱାଦ ପ୍ରଭାବରେ ଗତକାଲି ରାତିରୁ ଲାଗି ରହିଛି ବର୍ଷା। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝିପି ଝିପି ବର୍ଷା ସହ କୋହଲା ପାଗ ଲାଗି ରହିଛି।
ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଗୋପାଳପୁରଠାରୁ ଦକ୍ଷିଣରେ ୩୬୦ ଦୂରରେ ରହିଛି ଜୱାଦ ।
ବାତ୍ୟା ପାଇଁ ୯୫ରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଛି। ଏହା ବ୍ୟତୀତ ଜୀବନ ଯେପରି ହାନୀ ହେବନି ସେ ଦିଗରେ ଧ୍ୟାନ ରଖାଯାଇଛି।
ବଙ୍ଗୋପସାଗରରୁ ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା ଜଓ୍ୱାଦ । ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବା ନେଇ ଆଏମଡିଏର ସୂଚନା
ଆସନ୍ତାକାଲି ମଧ୍ୟାହ୍ନରେ ବାତ୍ୟା ‘ଜୱାଦ୍’ ପୁରୀ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ବାତ୍ୟା ‘ଜୱାଦ୍’ ଏବେ ଗୋପାଳପୁରଠୁ ୩୬୦ କି.ମି. ଦୂରରେ ଥିବାବେଳେ ବିଶାଖାପାଟଣା ଠାରୁ ୨୫୦ କି.ମି. ଦୂରରେ ରହିଛି।
ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା ଜଓ୍ବାଦ୍ । IMD ଡିଜିଙ୍କ ସୂଚନା, ଓଡ଼ିଶା ଉପକୂଳ ଦେଇ ଯାଇପାରେ ପଶ୍ଚିମବଙ୍ଗ । ଘଣ୍ଟାକୁ ୧୦୦ କିମି ବେଗରେ ପବନ, ଉଠିପାରେ ୫ ମିଟର ଉଚ୍ଚ ଜୁଆର। ଆଜିଠୁ ୫ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି
ପାଖେଇ ଆସୁଛି ବାତ୍ୟା । ବର୍ତ୍ତମାନ ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ବାତ୍ୟା