• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cyclone Alert

Energy Department Odisha Is Fully Prepared For Cyclone
ବାତ୍ୟା ମୁକାବିଲା ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ

ବାତ୍ୟାର ମୁକାବିଲା ପାଇଁ ଶକ୍ତି ବିଭାଗ ପ୍ରସ୍ତୁତ ରହିଛି। ଗୋଟିଏ ମନିଟରିଂ ଟିମ୍‌ ଗଠନ କରାଯାଇଛି। ଜରୁରୀକାଳୀନ ଟିମ ପ୍ରସ୍ତୁତ ଅଛି।

Cyclone over Bay of Bengal on May 8
୮ରେ ବାତ୍ୟା ! ୧୦ରେ ଉପକୂଳ ପାଖାପାଖି, ଓଡ଼ିଶାକୁ ଅଛି କି ବିପଦ ? 

୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ସାଇକ୍ଲୋନିକ୍‌ ଷ୍ଟର୍ମ(ଘୂର୍ଣ୍ଣି ବାତ୍ୟା)ରେ ପରିଣତ ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। 

Cyclone
ସ୍ପଷ୍ଟ ହେଲା ଚିତ୍ର; ୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ !

ବାତ୍ୟା ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍ କରି ଏହି ସୂଚନା ଦେଇଛି ।

Low Pressure Area Formed Over South Andaman Sea
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଘନଉଛି ବାତ୍ୟା ଆଶଙ୍କା

ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

Cyclone
ସମ୍ଭାବ୍ୟ ବାତ୍ୟା ମୁକାବିଲା ସରକାର ପ୍ରସ୍ତୁତ, ହେଲେ ଏଯାଏଁ ଆସିନି ସ୍ପଷ୍ଟ ସୂଚନା

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜୋରସୋର୍ ପ୍ରସ୍ତୁତିରେ ଲାଗିଛନ୍ତି ରାଜ୍ୟ ସରକାର । ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବା ଲାଗି ଏଆର୍‌ସି ଚିଠି ଲେଖିବାପରେ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ଆଲୋଚାନ କରିଛନ୍ତି ।

Conditions Favourable For Cyclone Says IMD DG
ବାତ୍ୟାକୁ ନେଇ ବଡ଼ ସୂଚନା ଦେଲେ IMD ଡିଜି

ଏପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ପ୍ରକାର ଆକଳନ କରାଯାଇ ନାହିଁ। ଲଘୁଚାପ କ୍ଷେତ୍ର ହେଲା ପରେ ଏନେଇ ସଠିକ ଆକଳନ କରିହେବ। 

Cyclone Alert! Low Pressure On South Andaman Sea Likely On Nov 30
ଧାନ ଅମଳ ବେଳେ ଓଡ଼ିଶାକୁ ମାଡ଼ିଆସୁଛି ବାତ୍ୟା ଭୟ

ମାଡ଼ିଆସୁଛି ବାତ୍ୟା ଭୟ। IMD ଡିଜିଙ୍କ ସୂଚନା, ବାତ୍ୟାର ରୂପ ନେଇପାରେ ସମ୍ଭାବ୍ୟ ଲଘୁଚାପ । ଡିସେମ୍ବର ୩ରୁ ୫ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା: IMD ଡିଜି

boat capsized
ସମୁଦ୍ରରେ ଓଲଟିଲା ଡ଼ଙ୍ଗା: ୩ ଫେରିଲେ, ୨ ଚାଲିଗଲେ

ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା। ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଗୁଲାବ ଲ୍ୟାଣ୍ଡଫଲ୍ କରିଛି। ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି।    

weather
ଟଳିଲା ବାତ୍ୟା ଭୟ; ଓଡ଼ିଶାରେ ନାହିଁ ପ୍ରଭାବ, ଉପକୂଳ ଅତିକ୍ରମ କଲା ଗୁଲାବ

ଟଳିଲା ବାତ୍ୟା ଭୟ । ଓଡ଼ିଶାରେ ନାହିଁ ବାତ୍ୟା ପ୍ରଭାବ । ଉପକୂଳ ଅତିକ୍ରମ କଲା ବାତ୍ୟା ଗୁଲାବ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କଲା ଗୁଲାବ ।

Odisha Cyclone Warning
ଗୁଲାବ୍‌ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ, କାଁ ଭାଁ ବର୍ଷା..

ଆରମ୍ଭ ହେଲା ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହା ୩ ଘଣ୍ଟା ଧରି ଚାଲିବ । ଏନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ଆଜି ରାତି ୯ଟାରୁ ୯ଟା ୩୦ ମଧ୍ୟରେ ସରିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । କଳିଙ୍ଗପଟ୍ଟନମଠାରୁ ୨୫ କିମି ଦୂରରେ ଟେକାଲି ଓ ମୋରିଗୁଡ଼ା ମଝିରେ ଲ୍ୟାଣ୍ଡଫଲ୍ କରିବ ଗୁଲାବ ।

Cyclone gulab
ସଂଧ୍ୟା ୬ରୁ ଆରମ୍ଭ ହେବ ‘ଗୁଲାବ୍‌’ର ଲ୍ୟାଣ୍ଡଫଲ୍, ଖୁବ୍‌ ସ୍ପିଡ୍‌ରେ ମାଡ଼ି ଆସୁଛି

ସଂଧ୍ୟା ୬ରୁ ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । SRC ପ୍ରଦୀପ ଜେନାଙ୍କ ସୂଚନା । ଗୋପାଳପୁରଠାରୁ ୯୦ କିଲୋମିଟର ଓ କଳିଙ୍ଗପାଟନମଠାରୁ ୮୫ କିଲୋମିଟର ଦୂରରେ ବାତ୍ୟା । ଗତ ୩ ଘଣ୍ଟାରେ ୨୫ କିମି ବେଗରେ ଅଗ୍ରସର ହେଉଛି ।

Cyclone Gulab Live Updates
ବାତ୍ୟା ମୁକାବିଲା ଲାଗି ଖୋଲିଲା କଣ୍ଟ୍ରୋଲ ରୁମ୍ : ଟେଲିଫୋନ୍ ନମ୍ବର- (0674) 2393958

ବାତ୍ୟା ମୁକାବିଲା ଲାଗି କଣ୍ଟ୍ରୋଲ ରୁମ୍ ଖୋଲିଛି । କଣ୍ଟୋଲ ରୁମ୍ ଲାଗି ଦୁଇ ନୋଡାଲ ଅଧତ୍କାରୀଙ୍କ ନାଁ ଘୋଷଣା କରାଯାଇଛି । କୌଣସି ଅଧିକାରୀଙ୍କୁ ଛୁଟି କିମ୍ବା ହେଡକ୍ୱାର୍ଟର୍ସ ନଛାଡ଼ିବାକୁ ନିର୍ଦ୍ଦେଶ ।

Odisha CM Naveen Patnaik,
’ଗୁଲାବ’ର ମୁକାବିଲା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ମାଡ଼ି ଆସୁଥିବା ବାତ୍ୟା ଗୁଲାବର ମୁକାବିଲା ରଣନୀତି ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେବା ସହ ସ୍ଥାନାନ୍ତର କାର୍ଯ୍ୟ  ଓ କୋଭିଡ଼ ନିୟମ ପାଳନରେ ପ୍ରଶାସନକୁ ସହଯୋଗ କରିବାକୁ ସର୍ବସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

 SRC
’ଗୁଲାବ୍’ ପାଇଁ ପବନ, ଭୂସ୍ଖଳନ ଏବଂ ବର୍ଷାଜନିତ ସମସ୍ୟା ଉପୁଜିପାରେ : SRC

ବାତ୍ୟା ଗୁଲାବ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ବାତ୍ୟା ପରେ ପବନଜନିତ, ଭୂସ୍ଖଳନ ଏବଂ ବର୍ଷାଜନିତ ସମସ୍ୟା ଉପୁଜିପାରେ । କୋରାପୁଟ, ଗଜପତି ଓ ମାଲକାନଗିରି ଲୋକେ ବାତ୍ୟା ସହ ଅଭ୍ୟସ୍ତ ନୁହନ୍ତି ।

Schools In 11 Odisha Dists To Remain Closed Tomorrow
ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ଆସନ୍ତାକାଲି ସ୍କୁଲ୍ ଛୁଟି

ବାତ୍ୟା ଗୁଲାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ସମସ୍ତ ସ୍କୁଲକୁ କାଲି ପାଇଁ ଛୁଟି ଘୋଷଣା କରାଯାଇଛି । ସ୍ଥିତିକୁ ଦେଖି ମଙ୍ଗଳବାର ଦିନ ସ୍କୁଲ ଛୁଟି ରଖାଯିବ କି ନାହିଁ ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

Landfall Of Cyclone Gulab
ରାତି ୯ଟାରେ ଆରମ୍ଭ ହେବ ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା : ଗଞ୍ଜାମ ଓ ଗଜପତିରେ ଅଧିକ ପ୍ରଭାବ ପଡ଼ିବ

ବାତ୍ୟା ଗୁଲାବ୍‌ରେ ଅଧିକ ପ୍ରଭାବିତ ହେବ ଗଞ୍ଜାମ ଓ ଗଜପତି । ଆଜି ପ୍ରାୟ ରାତି ୯ଟା ପରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ଼ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ରହିବ । ତାବା ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୭୫ରୁ ୮୫ କିମି ରହିବ ବୋଲି ଆକଳନ କରାଯାଉଛି ।

ndrf team
ଗୁଲାବର ମୁକାବିଲା ପାଇଁ ରାଜ୍ୟରେ ଓଡ୍ରାଫ ସହିତ ୧୩ଟି ଏନଡିଆରଏଫ୍ ଟିମ୍ ମୁତୟନ

ସମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିକୁ ଦେଖି ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ଓଡ଼ିଶାକୁ ୧୩ଟି ଏନଡିଆରଏଫ୍ ଟିମ୍ ଆସିଛି । ଗଞ୍ଜାମକୁ ୩, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼ ଜିଲ୍ଲାକୁ ଦୁଇଟି ଲେଖାଏଁ ଟିମ୍ ପଠାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶରେ ୫ଟି ଟିମ୍ ମୁତୟନ କରାଯାଇଛି ।

cyclone warning
ସାମୁଦ୍ରିକ ଝଡ଼ ଗୁଲାବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ

ଗୁଲାବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । କିଛି ଅଞ୍ଚଳରେ ଝିପଝିପ୍ ବର୍ଷା ଆରମ୍ଭ ହୋଇସାରିଛି । ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ଗଞ୍ଜାମ, ଶ୍ରୀକାକୁଲମ୍ ଓ ବିଜୟନଗରମ୍ ଜିଲ୍ଲାର ଉପକୂଳରେ ଅଧମିଟର ପର୍ଯ୍ୟନ୍ତ ଜୁଆର ଉଠିପାରେ । ତେଣୁ  ଗତକାଲି ଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।