Advertisment

ମିଛ ପୋଲିସ, ସତ ଲୁଟ୍; ଡିଜିଟାଲ ଆରେଷ୍ଟ ହେଲେ, ସର୍ବସ୍ବ ହରେଇଲେ ସଫ୍ଟୱେର ଇଂଜିନିୟର

କେତେବେଳେ ଡାକ୍ତର ତ ଆଉ କେତେବେଳେ ଇଞ୍ଜିନିୟର । ନାନା ଭୟ ଦେଖାଇ ଲୁଟୁଛନ୍ତି ସାଇବର ଅପରାଧୀ  । ଭିଡିଓ କଲ କରିବେ, ଡାଟା ନେବେ, ଆଉ ତାପରେ ଖେଳ ଆରମ୍ଭ ।

author-image
Sujit kumar Swain
Cyber Criminals

Cyber Criminals

ସାଇବର ଅପରାଧୀଙ୍କ ନୂଆ ଅସ୍ତ୍ର ଡିଜିଟାଲ ଆରେଷ୍ଟ। ବଡବଡିଆଙ୍କୁ ଟାର୍ଗେଟ କରୁଛନ୍ତି। ଗିରଫ ଭୟ ଦେଖାଇ ସର୍ବସ୍ବ ଲୁଟି ନେଉଛନ୍ତି। ଦେଶତମାମ ବିଭିନ୍ନ ସହରରୁ ଏଭଳି ଘଟଣା ସାମ୍ନାକୁ ଆସୁଥିବାବେଳେ ରାଜଧାନୀ ଭୁବନେଶ୍ବରରେ ବି ଏଭଳି ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ସଫ୍ଟୱେର ଇଂଜିନିୟର।

Advertisment

କେତେବେଳେ ଡାକ୍ତର ତ ଆଉ କେତେବେଳେ ଇଞ୍ଜିନିୟର । ନାନା ଭୟ ଦେଖାଇ ଲୁଟୁଛନ୍ତି ସାଇବର ଅପରାଧୀ  । ଭିଡିଓ କଲ କରିବେ, ଡାଟା ନେବେ, ଆଉ ତାପରେ ଖେଳ ଆରମ୍ଭ । ଭୁବନେଶ୍ବରର ଜଣେ ସଫ୍ଟୱେର ଇଂଜିନିୟର ଲୋକେଶ୍ବର ମହାକୁଡ। ସାଇବର ଅପରାଧୀଙ୍କ ଶିକାର ହୋଇ ହରାଇଛନ୍ତି ଲକ୍ଷାଧିକ ଟଙ୍କା। ଲୋକେଶ୍ବରଙ୍କ କହିବା କଥା, ତାଙ୍କୁ ପ୍ରଥମେ ସ୍କାଇପ୍‌ରେ ଏକ ଭିଡିଓ କଲ ଆସିଥିଲା। ଯେଉଁଥିରେ ଜଣେ ବ୍ୟକ୍ତି ନିଜକୁ ଦିଲ୍ଲୀ ସାଇବର ୟୁନିଟର ପରିଚୟ ଦେଇ ଆରମ୍ଭ କରିଥିଲେ ଫସେଇବା। କହିଥିଲେ ତୁମ ଆଧାର ଓ ପ୍ୟାନ ନମ୍ବରରେ ଏକାଧିକ ବ୍ୟାଙ୍କ ଲୋନ ନେଇ ଫ୍ରଡ୍ ହୋଇଛି। ଯାହାକୁ ନେଇ ଏକ ମାମଲା ଦିଲ୍ଲୀ  ସାଇବର ୟୁନିଟରେ ରୁଜୁ ହୋଇଛି। ଅନଲାଇନ ଜରିଆରେ ତଦନ୍ତରେ ସହଯୋଗ କର, ନହେଲେ ପୋଲିସ୍ ପଠାଇ ଆରେଷ୍ଟ କରିବି । 

ଲୋକେଶ୍ବର ଗିରଫ ଭୟରେ ମୋବାଇଲ ଖୋଲି ପାଖାପାଖି ଦୁଇଦିନ ଧରି ଗୋଟିଏ ଘରେ ବନ୍ଦୀ ହୋଇ ରହିଥିଲେ। ଆଉ ମିଳୁଥିବା ଇନଷ୍ଟ୍ରକସନ ଫଲୋ କରିବା ପରେ ତାଙ୍କ ଆକାଉଣ୍ଟରୁ ଚାଲି ଯାଇଥିଲା ପାଖାପାଖି ୧ ଲକ୍ଷ ୬୭ ହଜାର ଟଙ୍କା। ଚୋର ଗଲାପରେ ପଶିଲା ବୁଦ୍ଧି। ସାଇବର ଠକେଇର ଶିକାର ହୋଇଥିବା ଜାଣିବାପରେ ଏବେ ସାଇବର ଥାନାର ହୋଇଛନ୍ତି ଦ୍ବାରସ୍ଥ।

Advertisment

କେବଳ ଲୋକେଶ୍ବର ନୁହନ୍ତି ଏମିତି ଅନେକ ଲୋକ ଫସୁଛନ୍ତି ସାଇବର ଠକଙ୍କ ଜାଲରେ।  କେତେବେଳେ ପାର୍ସଲରେ ଡ୍ରଗ୍ସ ଧରାପଡିଥିବା କଥା କହୁଛନ୍ତି, କେତେବେଳେ ପରିବାର ସଦସ୍ୟ ଅପରାଧ କରି ପୋଲିସ ପାଖରେ ଅଟକ ଥିବା କହୁଛନ୍ତି। କେତେବେଳେ ଜାଲ୍ ଲୋନ୍ ନେଇଥିବା କଥା କହି ଫସାଉଛନ୍ତି ସାଇବର୍ ଫ୍ରଡ୍।

ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ୨୦୨୩ରେ ରାଜ୍ୟରେ ୬ ହଜାର ୩୬୮ଟି ସାଇବର ମାମଲା ରୁଜୁ ହୋଇଛି। ଯେଉଁଥିରେ କେବଳ ୩ ହଜାର ୭୧୪ଟି ସାଇବର ଆର୍ଥିକ ଠକେଇ ମାମଲା ରହିଛି। ଏଥିରେ ୧୨୨ କୋଟି ୭୭ ଲକ୍ଷ ଟଙ୍କାର ଠକେଇ ହୋଇଥିବାବେଳେ ମାତ୍ର ୨ କୋଟି ୫୬ ଲକ୍ଷ ଟଙ୍କା ଲୋକମାନେ ଫେରସ୍ତ ପାଇବାରେ ସକ୍ଷମ ହୋଇଛନ୍ତି। ଗତ ୩  ବର୍ଷରେ ସାଇବାର ଅପରାଧ ମାମଲାରେ ୧୩୮୮ ଜଣକୁ ଗିରଫ କରିଛି ପୋଲିସ।

କେବଳ ସଚେତନତା ହିଁ ଆପଣଙ୍କୁ ଏହି ଅପରାଧୀଙ୍କ ଠାରୁ ବଞ୍ଚାଇ ପାରିବ । ଯେଉଁଥି ପାଇଁ ପୋଲିସ ପକ୍ଷରୁ ପ୍ରତ୍ୟେକ ସମୟରେ ଲୋକଙ୍କୁ ସଚେତନ କରାଯାଉଛି।  

Cyber Crime Cyber Criminals Scam
Advertisment
Advertisment