ଭାରତରେ ଏ ପର୍ଯ୍ୟନ୍ତ ଅଧିକାଂଶ ଲୋକ ଜାଣି ନଥିବା ଲନ୍ ବୋଲ୍ସ ଗେମ୍ର ୱିମେନ୍ସ ଫୋରସ୍ ଫର୍ମାଟ୍ରେ ପ୍ରଥମଥର ଲାଗି ପଦକ ଜିତି ମହିଳାମାନେ ଇତିହାସ ରଚନା କରିଥିଲେ। ବର୍ମି°ହାମ୍ ଗେମ୍ସରେ ଭାରତ ମୋଟ୍ ୬୧ଟି ପଦକ (୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ୍ ) ହାସଲ କରିଥିଲେ ମଧ୍ୟ ଏଇ ମେଡାଲ୍ଟିକୁ ଜିତିବାର ଆନନ୍ଦ ଥିଲା ଭିନ୍ନ।
ଝିଅ ପିଲା କ’ଣ କ୍ରିକେଟ୍ ଖେଳିବ; କ୍ରିକେଟ୍ ଖେଳିଲେ କଳା ପଡ଼ିଯିବ, କେହି ବାହା ହେବେନି ଭଳି ବାର କଥାକୁ ଖାତିର ନ କରି ସେ ଉପରକୁ ଉଠିଥିଲେ। ତାଙ୍କ ଭିତରର ଅଦମନୀୟ ଇଚ୍ଛାଶକ୍ତି ଆଗରେ ନାକ ଟେକୁଥିବା ଲୋକମାନେ କାହିଁ କୁଆଡ଼େ ହଜିଗଲେ; ଅଥଚ ଅର୍ଜୁନ ପୁରସ୍କାରରେ ସମ୍ମାନିତ ସ୍ମୃତି ଆଜି ବିଶ୍ୱ କ୍ରିକେଟ୍ରେ ଏକ ଚର୍ଚ୍ଚିତ ନାଁ। ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।