ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ଦିଲ୍ଲୀ AIIMS ରେ ମୃତ୍ୟୁ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ହୃଦଘାତ ଯୋଗୁଁ ଦେଶର ଅନେକ ଯୁବ କଳାକାରଙ୍କ ମୃତ୍ୟୁ ଘଟିଛି। ତେବେ ଆସନ୍ତୁ ଏହି ସେଲିବ୍ରିଟିମାନଙ୍କ ବିଷୟରେ ଜାଣିବା।
ଆଉ ନାହାନ୍ତି ରାଜୁ ଶ୍ରୀବାସ୍ତବ । ଟିଭି ପରଦାରେ ହେଉ ବା ଫିଲ୍ମରେ କମେଡି କିଙ୍ଗଙ୍କ କମେଡି ଆଉ ଦର୍ଶକଙ୍କୁ ହସେଇବନି । ମାତ୍ର ୫୮ ବୟସରେ ପରଲୋକ ହୋଇଯାଇଛି ରାଜୁ ଶ୍ରୀବାସ୍ତବଙ୍କର । ଅଗଷ୍ଟ ୧୦ ତାରଖରେ କାର୍ଡିଆକ ଆରେଷ୍ଟ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ଧରି ସେ AIIMSରେ ଚିକିତ୍ସିତ ହେବା ପରେ ଆଜି ତାଙ୍କର ପରଲୋକ ହୋଇ ଯାଇଛି। ଯେଉଁ କମେଡିଆନ ଦିନେ ସାରା ବଲିଉଡ ଦର୍ଶକଙ୍କୁ ହସ ବାଣ୍ଟୁଥିଲେ ଆଜି ସେ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲି ଯାଇଛନ୍ତି କେଉଁ ଅଫେରା ରାଇଜକୁ।
ହୃଦଘାତରେ ପିଡୀତ ରାଜୁ ଶ୍ରୀବାସ୍ତବ ଏବେ AIIMS (ICU) ରେ ଭେଣ୍ଟିଲେଟରରେ। ସ୍ୱାସ୍ଥ୍ୟାବସ୍ଥାରେ ଆସିନି କୌଣସି ସୁଧାର। ସମସ୍ତେ ଦୁଃଖରେ। ଏତିକି ବେଳେ ଆସିଛି ତାଙ୍କ ଝିଅଙ୍କ ଠାରୁ ଏମିତି ଖବର।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀଙ୍କ ସହ ଫୋନ୍ରେ କଥା ହେବାସହ ତାଙ୍କ(ରାଜୁ ଶ୍ରୀବାସ୍ତବ) ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହାସହ ସମସ୍ତ ପ୍ରକାରର ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଶ୍ୱାସନା ଦେଇଛନ୍ତି।