କେବଳ ଭାରତରେ CPL ଟ୍ରେନିଂ ପାଇଁ ଦ୍ୱାଦଶରେ ବିଜ୍ଞାନ ବିଷୟ ରଖାଯାଇଛି । ଅନ୍ୟ କୌଣସି ଦେଶରେ ଏହି ଶିକ୍ଷାଗତ ଯୋଗ୍ୟତା ରଖାଯାଇନାହିଁ । ଏହା ପରିବର୍ତ୍ତନ ହେବା ଦରକାର ବୋଲି ସେ କହିଛନ୍ତି । ପାଇଲଟମାନଙ୍କ ପାଇଁ ଦ୍ୱାଦଶରେ ବିଜ୍ଞାନ ପଢ଼ିବା ଜରୁରୀ ନୁହେଁ । ତଳ କ୍ଲାସରେ ଯାହା ପଢ଼ାଯାଉଛି, ତାହା ପାଇଲଟ୍ ଟ୍ରେନିଂ ପାଇଁ ଯଥେଷ୍ଟ ବୋଲି ସେ କହିଛନ୍ତି ।