• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାଲେଶ୍ୱର ସହରରେ ୨୦୧୭ ମସିହାରୁ ସିଟି ବସ ସେବା ବନ୍ଦ ହୋଇଗଲାଣି । ଏବେ ସେସବୁ ସିଟି ବସ୍ ଗାନ୍ଧିସ୍ମୃତି ଭବନ ପରିସରରେ ରଖାଯାଇଥିବା ବେଳେ ଖତ ଖାଉଛି । ସିଟି ବସ୍ ସେବା କେତେ କଣ ପାଇଲେ, ସହରବାସୀ ଜାଣନ୍ତି । ତେବେ ପୁଣି ଇଲେକ୍ଟ୍ରିକ୍ ବସ ଗଡାଇବା ନେଇ ଜିଲ୍ଲାପ୍ରଶାସନ ମନସ୍ତ କରିଛି । ଏଥିନେଇ ସାଧାରଣ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଖତ ଖାଉଛି ସିଟି ବସ୍ । କେଉଁ ବସ୍ ଉପରେ ଲତା ମାଡିଗଲାଣି ତ ଆଉ କେଉଁ ବସ୍ କାଚ ଭାଙ୍ଗିଯାଇଛି । ଧାଡି ଧାଡି ହୋଇ ରହିଥିବା ସିଟ୍ ବସ୍‌ ଗୁଡିକ ଭାଙ୍ଗିରୁଜି ଗଲାଣି । ବାଲେଶ୍ୱର ଗାନ୍ଧିସ୍ମୃତି ଭବନ ପରିସରରେ ରହିଥିବା ସିଟି ବସ୍ ସେବା ପ୍ରଚଳନ କରିଥିଲେ ରାଜ୍ୟ ସରକାର । ୧୦ଟି ବସ୍ ଗଡିବାର ମାତ୍ର ୮ ଦିନ ପରେ ସେବା ଠପ୍ ହୋଇଗଲା । ୬ କୋଟିରୁ ଅଧିକ ଟଙ୍କାରେ ଏହି ବସ୍ କିଣାଯାଇଥିବା ବେଳେ ଠପ୍ ହୋଇଗଲା ସେବା ।

ସହରର ଅଣ ଓସାରିଆ ରାସ୍ତା ପାଇଁ ସେତେବେଳେ ଏହି ବସ୍ ସେବା ବନ୍ଦ ହୋଇଗଲା ବୋଲି ପ୍ରଶାସନ କହିଥିଲା । ହେଲେ ଏବେ ପୁଣି ଜିଲ୍ଲା ପ୍ରଶାସନ ୮ଟି ଇଲେକଟ୍ରିକ୍ ବସ୍ ଆଣି ଚଳାଇବାକୁ ଲକ୍ଷ ରଖିଛି । ପରୀକ୍ଷାମୂଳକ ଭାବେ ଗୋଟିଏ ବସ୍ ବାଲେଶ୍ୱର ଆରଟିଓ ଅଫିସ ପରିସରରେ ଗତ ବିଶ୍ୱକର୍ମା ପୂଜାରେ ଲୋକାର୍ପଣ ହୋଇଛି । ତେବେ ଇ ବସ୍ ସେବା ପ୍ରକୃତରେ ସହରବାସୀ ପାଇବେ ନା ପୂର୍ବରୁ କିଣାଯାଇଥିବା ସିଟି ବସ୍ ପରି ଅବସ୍ଥା ହେବ ତାକୁ ନେଇ ସନ୍ଦେହ ଉପୁଜିଛି ।

ଏପଟେ ଜିଲ୍ଲାପାଳ କହିଛନ୍ତି, ବାଲେଶ୍ୱର ଭଦ୍ରକ ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟରେ ଥିବା ପ୍ରାୟ ୧୦ କୋଟି ଟଙ୍କାରେ ଏହି ଇଲେକଟ୍ରିକ୍ ବସ୍ କିଣିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବସ୍ ସେବା ନିଶ୍ଚୟ ସଫଳ ହେବ। ପୂର୍ବ ବସ୍‌ ଗୁଡିକ ୧୨ ମିଟର ଲମ୍ବ ଥିଲା । ଯାହା ସହରରେ ଚାଲିବା ସମ୍ଭବପର ହୋଇନଥିଲା । ଏବେ କିନ୍ତୁ ୯ ମିଟର ଲମ୍ବର ବସ୍ କିଣାଯାଉଛି । ଯାହା ସହଜରେ ସହର ଭିତରେ ଚାଲିପାରିବ ।

  • Reported by:
  • RASHMIRANJAN DAS