ଏମାନଙ୍କ ନିରୀହ ଆଖି କହେ ଯନ୍ତ୍ରଣାର କଥା । ଏମାନଙ୍କ ପେଟର ଭୋକ ଆଉ କାମର ଚାପ ଭିତରେ ହଜି ଯାଏ ବାଲ୍ୟ ଜୀବନର ଚପଳତା। ଏମାନେ ଜାଣନ୍ତିନି ଇଚ୍ଛା କାହାକୁ କହନ୍ତି। ଏମାନେ ବୁଝନ୍ତିନି ସ୍ୱପ୍ନର ରଙ୍ଗ କେମିତି। ଧୂଳିଖେଳୁ ଥିବା ପିଲା ଏଠି କାଦୁଅମାଟିରେ ଦେଖନ୍ତି ରୁଟିର ସ୍ୱପ୍ନ। କାରଣ ମାଟିରେ କାମ ନ କଲେ ପେଟକୁ ରୁଟି ମିଳିବନି।