ବଲିଉଡ ଅଭିନେତା ଜ୍ୟାକ୍ଲୀନ୍ ଫର୍ଣ୍ଣାଡିସ୍ ଏକ ବଡ ମାମଲାରେ ଫସିଥିବା ଦେଖାଦେଇଛି। ସୂଚନା ମୁତାବକ ଦିଲ୍ଲୀର ଏକ ମନୀ ଲାଣ୍ଡିଂ କେସ୍ରେ ଜ୍ୟାକ୍ଲୀନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରାର ଶିକାର ହୋଇଛନ୍ତି। ଏହି ମନୀ ଲଣ୍ଡରିଙ୍ଗ କେସ୍ରେ ଜ୍ୟାକ୍ଲୀନଙ୍କ ବୟାନ୍ ରେକର୍ଡ କରାଯାଉଛି। ଏହି ମାମଲା କନ୍ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ, ଯାହାଙ୍କ ଉପରେ ମନୀ ଲ୍ୟାଡିଂ ମାମଲା ଜାରି ହୋଇଥିଲା।
ବଲିଉଡର ଜଣାଶୁଣା ଅଭିନେତା ଅନୁପମ ଖେର ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହୁଥିବା ଦେଖାଯାଏ। ଏହି ଅଭିନେତା ତାଙ୍କ ବ୍ୟକ୍ତିଗତ ଜୀବନର ଏକ କଥା ପ୍ରକାଶ କରିଛନ୍ତି ଯେ ମୁମ୍ବାଇର ଯେଉଁ ଘରେ ସେ ରହୁଛନ୍ତି ତାହା ତାଙ୍କ ନିଜର ନୁହେଁ ବରଂ ସେ ଏଠାରେ ଭଡାଟିଆ ଭାବେ ରହୁଛନ୍ତି। ଅନୁପମ ଖେର କହିଛନ୍ତି ଯେ ସେ କେବଳ ଶିମଲାରେ ଏକ ସମ୍ପତ୍ତି କିଣିଛନ୍ତି ଯାହା ତାଙ୍କ ମା ଦୁଲାରୀ ଖେର୍ଙ୍କ ନାମରେ ଅଛି।
ସାରା ଭାରତ ଆଜି ପାଳନ କରୁଛି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ହିନ୍ଦୁ ପରମ୍ପରା ଅନୁସାରେ ଭାଦ୍ର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ହିନ୍ଦୁମାନେ ସମସ୍ତ ପର୍ବକୁ ଧୁମଧାମରେ ପାଳନ କରିବା ସହ ପରସ୍ପରଙ୍କ ସୁଖ ଓ ସୁସ୍ଥ ଜୀବନ କାମନା କରିଥାନ୍ତି। ଏନେଇ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଜନ୍ମାଷ୍ଟମୀ ଅବସରରେ ସୋସିଆଲ ମିଡିଆରେ ନିଜ ନିଜ ଫଟୋ ସେୟାର କରି ଫ୍ୟାନ୍ସମାନଙ୍କୁ ବଧେଇ ଦେଉଥିବା ନଜର ଆସିଛି।
ବଲିଉଡ୍ ଅଭିନେତା ଅରମାନ କୋହଲୀଙ୍କ ବାସଭବନରେ ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍(ଏନ୍ସିବି) ଚଢଉ କରିଥିଲା। ସୂଚନା ମୁତାବକ ଏନ୍ସିବି ଯେତେବେଳେ ଅରମାନଙ୍କ ଘର ଉପରେ ଚଢଉ କରିଥିଲା ସେତେବେଳେ ସେ ନିଶାରେ ଥିଲେ। ତାଙ୍କ ଘରୁ ୧ ଗ୍ରାମରୁ ଅଧିକ କୋକେନ୍ ଜବତ ହୋଇଥିଲା। ଏହା ପରେ ଏନ୍ସିବି ସେହିଦିନ ପଚରାଉଚରା ପାଇଁ ରିମାଣ୍ଡରେ ଜୋନାଲ ହେଡ୍କ୍ୱାଟରକୁ ନେଇଥିଲା।
ରାଜ କୁନ୍ଦ୍ରାଙ୍କ ଉପରେ ଅଶ୍ଳୀଳ ସିନେମା ତିଆରି କରିବା ଓ ସେଗୁଡିକୁ ପ୍ରସାରଣ କରିବା ମାମଲା ଲାଗିଛି। ଏହି କାରଣରୁ ସେ ଏବେ ଜେଲ୍ର ଚାରି କାନ୍ଥରେ ଦିନ କାଟୁଛନ୍ତି। ଏହି ମାମଲାକୁ ନେଇ ଶିଳ୍ପା ଶେଟ୍ଟୀ ମଧ୍ୟ ଚର୍ଚ୍ଚାର ଘେରକୁ ଆସି ଯାଇଛନ୍ତି। ଏହି ଘଟଣା ଆରମ୍ଭରୁ ଶର୍ଲିନ୍ ଚୋପ୍ରା ଅଶ୍ଳୀଳତା ମାମଲାକୁ ନେଇ ଉଭୟ ରାଜ କୁଦ୍ରା ଓ ଶିଳ୍ପା ଶେଟ୍ଟୀଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି।
ଲୋକପ୍ରିୟ ଅଭିନେତା ରାଜପାଲ ଯାଦବଙ୍କୁ ଶେଷ ଥର ପାଇଁ ଶିଳ୍ପା ଶେଟ୍ଟୀ ଓ ମିଜାନ ଜାଫରୀଙ୍କ ସହିତ ଫିଲ୍ମ ‘ହଙ୍ଗାମା-୨’ ରେ ଦେଖିବାକୁ ମିଳିଥିଲା। ନିକଟରେ ଏକ ସାକ୍ଷାତକାରରେ ଏହି ଅଭିନେତା କହିଛନ୍ତି ଯେ ଓଟିଟି ପ୍ଲାଟଫର୍ମରେ ସେ ତାଙ୍କୁ ଫିଟ୍ ହେବା ଦେଖିପାରୁ ନାହାନ୍ତି। କିନ୍ତୁ ରାଜପାଲ ଯାଦବଙ୍କ ପୂର୍ବର କିଛି ଫିଲ୍ମ ‘କୁଲି ନମ୍ବର ୧’ ଓ ‘ହଙ୍ଗାମା-୨’ ଉଭୟ ଷ୍ଟ୍ରିମିଂ ପ୍ଲାଟ୍ଫର୍ମରେ ରିଲିଜ୍ ହୋଇଛି।
ବଲିଉଡ ଅଭିନେତା ତଥା ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହୁଛନ୍ତି। କିଛି ମାସ ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଶ୍ରଦ୍ଧା ଖୁବ ଶୀଘ୍ର ତାଙ୍କ ସେଲିବ୍ରିଟି ଫଟୋଗ୍ରାଫର୍ ରୋହନ ଶ୍ରେଷ୍ଠଙ୍କୁ ବିବାହ କରିବେ। ବଲିଉଡ ଦୁନିଆରେ ମଧ୍ୟ ଉଭୟଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି। ଅନୁମାନ କରାଯାଉଛି ଯେ ଏହି ଯୋଡି ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।
ଛତିଶଗଡ ହୋଇକୋର୍ଟ ସ୍ୱାମୀ ଉପରେ ସ୍ତ୍ରୀକୁ ଦୁଷ୍କର୍ମ ନେଇ ଏକ ବଡ ନିଷ୍ପତ୍ତି ଶୁଣେଇଛନ୍ତି। ମାମଲାରେ ଆଇନ ଅନୁସାରେ ବିବାହିତ ପତ୍ନି ସହିତ ବଳପୂର୍ବକ ବା ଇଛା ବିରୋଧରେ ଯୌନ ସମ୍ବନ୍ଧ ବା ଯୌନକ୍ରିୟା ବଳାତ୍କାର ନୁହେଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି। କିନ୍ତୁ ଏ କ୍ଷେତ୍ରରେ ସ୍ତ୍ରୀର ବୟସ ୧୮ ବର୍ଷରୁ କମ ନ ହୋଇଥିବା ଉଚିତ ବୋଲି କୋର୍ଟ କହିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ସୋସିଆଲ୍ ମିଡିଆରେ ବେଶ ଚର୍ଚ୍ଚା ହେଉଛି।
ଚଳଚ୍ଚିତ୍ର ସମାଲୋଚକ ତଥା ଅଭିନେତା କମଲ ଆର୍ ଖାନ୍ ପ୍ରାୟତଃ କାହାକୁ ନା କାହାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ପୂର୍ବରୁ ସେ ବଲିଉଡର 'ଦବଙ୍ଗ' ଅଭିନେତା ସଲମାନ ଖାନଙ୍କ ଫିଲ୍ମ 'ରାଧେ' ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ। ପରେ ପଙ୍ଗାଗାର୍ଲ କଙ୍ଗନା ରାଣାୱତଙ୍କୁ ମଧ୍ୟ ଛାଡି ନ ଥିଲେ କେଆର୍କେ। ବର୍ତ୍ତମାନ ମନୋଜ ବାଜପେୟୀ କେଆର୍କେଙ୍କ ଟାର୍ଗେଟରେ ଆସିଛନ୍ତି। ଏନେଇ ମନୋଜ କେଆର୍କେଙ୍କ ବିରୋଧରେ ଇନ୍ଦୋର ଜିଲ୍ଲା କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି।
ଗତ କିଛି ଦିନ ହେବ ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ଟାଇଗର ୩' କୁ ନେଇ ଅନେକ ଖବର ଆସୁଛି। ନିକଟରେ ବିଦେଶରେ ସୁଟିଂ କରୁଥିବା ସେଟରୁ ସଲମାନ ଖାନଙ୍କ ଫଟୋ ଭାଇରାଲ ହୋଇଥିଲା। ସମ୍ପ୍ରତି ଭାଇ ଜାନ ଋଷରେ କ୍ୟାଟ୍ରିନା କୈଫଙ୍କ ସହ ସୁଟିଂ କରୁଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଚଳଚ୍ଚିତ୍ରରେ ଇମ୍ରାନ୍ ହାଶମୀ ପାକିସ୍ତାନର ଆଇଏସ୍ଆଇ ଏଜେଣ୍ଟ ତଥା 'ପାକିସ୍ଥାନର ଟାଇଗର' ଭୂମିକାରେ ଅଭିନୟ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଇମ୍ରାନ୍ ହାଶମୀ ଏହାକୁ ନେଇ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ନିଶ୍ଚେ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକେଇବ।
ଆଉଥରେ ବାହାହେଲେ ବଲିଉଡ୍ ତଥା ଟଲିଉଡ୍ର ଦିଗ୍ଗଜ ଅଭିନେତା ପ୍ରକାଶ ରାଜ। ସିଂଘମ୍, ୱାଣ୍ଟେଡ୍ ଭଳି ସିନେମାରେ ନିଜ ଭୂମିକାରେ ଜବରଦସ୍ତ ଅଭିନୟ କରି ଦର୍ଶକମାନଙ୍କ ହୃଦୟରେ ରାଜ କରୁଥିବା ପ୍ରକାଶ ରାଜ ୧୧ ବର୍ଷ ପୂର୍ବେ ପୋନୀ ବର୍ମାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସେ ଆଉଥରେ ବାହା ହୋଇଛନ୍ତି। କିନ୍ତୁ ଆପଣମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବାର ସେମିତି କାରଣ ନାହିଁ। କାରଣ ସେ ଆଉ କାହାକୁ ବିବାହ କରି ନାହାନ୍ତି। ପ୍ରକାଶ ରାଜ ନିଜ ପତ୍ନୀଙ୍କୁ ହିଁ ଆଉଥରେ ବାହା ହୋଇଛନ୍ତି।
ଆଜିକାଲି ବଲିଉଡ ସୁପରଷ୍ଟାର ସଲମାନ ଖାନ ଟାଇଗର ଫ୍ରାଞ୍ଚାଇଜ୍ର ପରବର୍ତ୍ତୀ ଫିଲ୍ମ ଅର୍ଥାତ୍ ‘ଟାଇଗର ୩’ ର ସୁଟିଂରେ ବ୍ୟସ୍ତ ଅଛନ୍ତି। ‘ଟାଇଗର ୩’ ର ସୁଟିଂ ପାଇଁ ସଲମାନ ବର୍ତ୍ତମାନ ଋଷରେ ଅଛନ୍ତି। ଫିଲ୍ମର ସୁଟିଂ ପାଇଁ କ୍ୟାଟ୍ରିନା ଋଷରେ ମଧ୍ୟ ପହଞ୍ଚିଛନ୍ତି। ଏହି ଅବସରରେ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ କିଛି ସମୟ ବାହାର କରି ସଲମାନ ଖାନ ଫିଲ୍ମର ସେଟ୍ରେ ଅନ୍ତର୍ଜାତୀୟ ପ୍ରଶଂସକଙ୍କ ସହ ସେଲ୍ଫି ନେଇଥିଲେ।
କରୋନା କାଳରୁ ବଲିଉଡ୍ ଅଭିନେତା ଗରିବ, ନିଃସହାୟମାନଙ୍କୁ ସହଯୋଗର ହାତ ବଢେଇ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ଏହି ମହା ବିପତ୍ତି ସମୟରେ ସୋନୁ ସୁଦ କାହା ପାଇଁ ଭଗବାନ ହୋଇ ତ କାହା ପାଇଁ ସନ୍ଥ ହୋଇ ଆବିର୍ଭାବ ହୋଇଛନ୍ତି। ତେବେ ଅନେକ ବାର ମଧ୍ୟ ସୋନୁ ସୁଦଙ୍କ ଏହି ମହାନ କାମ ପାଇଁ ପ୍ରଶ୍ନ ଉଠାଯାଇଛି। କେତେକ କୁହନ୍ତି ଯେ ସୋନୁ ସୁଦ ରାଜନିତିକୁ ପ୍ରବେଶ କରିବା ନେଇ ଏଭଳି କାମ କରି ଲୋକଙ୍କ ମନ କିଣିବାରେ ଲାଗିଛନ୍ତି। ତେବେ ଲୋକଙ୍କ ଏହି ଚିନ୍ତା ସତ ଲାଗୁଥିବା ଭଳି ମନେହୁଏ, କାରଣ ସୋନୁ ଇଲେକ୍ସନ ଲଢିବାର ଖବର ଆସୁଛି।
ବର୍ତ୍ତମାନ ନିକଟରେ ରିଲିଜ୍ ହୋଇଥିବା ‘ଶେର୍ଶାହ’ ଫିଲ୍ମର ସଫଳତା ନେଇ ସିଦ୍ଧାର୍ଥ ମଲ୍ହୋତ୍ରାଙ୍କ ଖୁସିର ସୀମା ପାର ହୋଇଛି। ଫିଲ୍ମରେ ସିଦ୍ଧାର୍ଥ କ୍ୟାପ୍ଟେନ ବିକ୍ରମ ବତ୍ରାଙ୍କ ଭୂମିକା ନିଭେଇ ସମସ୍ତଙ୍କ ହୃଦୟ କିଣିବାରେ ସଫଳ ହୋଇଛନ୍ତି। କିୟାରା ଆଡଭାନୀଙ୍କ ସହିତ ତାଙ୍କ ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳେ। ତେବେ ସିଦ୍ଧାର୍ଥ ଏହି ଫିଲ୍ମର ସଫଳତା ମଧ୍ୟରେ ସିଦ୍ଧାର୍ଥ ତାଙ୍କର ନୂଆ ସିନେମା ‘ମିସନ ମଞ୍ଜୁ’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ତାଙ୍କ ପ୍ରଶଂସକମାନକୁ ଏହି ଖବର ସେ ତାଙ୍କ ଇନ୍ଷ୍ଟାଗ୍ରାମ ପେଜ୍ରେ ପୋଷ୍ଟ କରି ଜଣେଇଛନ୍ତି।
ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ପୁରି ଗଲାଣି ୧ ବର୍ଷ । ହେଲେ ଆଜି ବି ଲୋକମାନେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକସ୍ମିକ ମୃତ୍ୟୁକୁ ଭୁଲି ପାରି ନାହାଁନ୍ତି। ସେ ତାଙ୍କ ଫ୍ୟାନ୍ସଙ୍କ ହୃଦୟରେ ସେ ଆଜି ବି ଜୀବିତ ଅଛନ୍ତି। ନିକଟରେ ସୁଶାନ୍ତଙ୍କ ଫେସ୍ବୁକ ଆକାଉଣ୍ଟ ହଠାତ ସକ୍ରିୟ ହୋଇଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଆଉ ଅଳ୍ପ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଗ୍ ବସ୍- ୧୫ । ନିକଟରେ ବିଗବସ୍-୧୫ ହାଉସର ଝଲକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ସିଜନ-୧୫ରେ ବଲିଉଡ୍ର ଏକ ବଡ଼ ନାଁ ଯୋଡ଼ି ହେବାକୁ ଯାଉଛି । ଅଭିନେତ୍ରୀ ରେଖା ବିଗ୍ ବସ୍- ୧୫ର ପ୍ରୋମୋରେ ନଜର ଆସିଛନ୍ତି । ସୋ'ରେ ଏକ ଗଛ ପାଇଁ ସ୍ୱତନ୍ତ୍ର ଭଏସ୍ ଦେଇଛନ୍ତି ରେଖା ।
ବି-ଟାଉନରେ ଏବେ ଦୁଇ ନୂଆ ଯୋଡ଼ିଙ୍କୁ ନେଇ ଚର୍ଚ୍ଚା । ଆମେ କହୁଛୁ ଉରି ଫିଲ୍ମ ଷ୍ଟାର୍ ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ କଥା । ଭିକି କୌଶଲ ନିଜର ଦମଦାର ଆକ୍ଟିଂ ଜରିଆରେ ଲୋକଙ୍କ ମନକୁ କିଣିଥିବା ବେଳେ କ୍ୟାଟ୍ରିନା ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏଥର ଆକ୍ଟର ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି ଯେ, ଏମାନେ ବହୁତ ଶୀଘ୍ର ଏନଗେଜମେଣ୍ଟ କରିବାକୁ ଯାଉଛନ୍ତି।
ବଲିଉଡ ବାଦଶାହା ଶାହରୁଖ ଖାନ୍ ଲଳନା ସୁହାନା ଖାନ୍ ଆଜିଯାଏ ବଲିଉଡରେ ପ୍ରବେଶ କରି ନ ଥିଲେ ବି ତାଙ୍କର ଫ୍ୟାନ ଫଲୋର୍ସ କମ ନୁହନ୍ତି। ସୁହାନାଙ୍କ ପ୍ରଶଂସକମାନେ ଚାହୁଛନ୍ତି ଯେ ସେ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରନ୍ତୁ। ତେବେ ବର୍ତ୍ତମାନ ଏହା ଲାଗୁଛି ଯେ ସୁହାନାଙ୍କ ପ୍ରଶଂସକଙ୍କ ଏହି ଇଛା ମଧ୍ୟ ପୂରଣ ହେବାକୁ ଯାଉଛି। ପ୍ରସିଦ୍ଧ ସିନେମା ନିର୍ଦ୍ଦେଶକ ଜୋୟା ଅଖତର ଖୁବ୍ ଶୀଘ୍ର ସୁହାନାଙ୍କୁ ଲଞ୍ଚ୍ କରିବାକୁ ଯାଉଛନ୍ତି।
ସୋସିଆଲ ମିଡିଆରେ ସବୁବେଳେ ଚଳଚଞ୍ଚଳ ରହୁଥିବା କେଆର୍କେ, ପ୍ରାୟତଃ ସେଲିବ୍ରିଟିଙ୍କ ବିଷୟରେ ବିବାଦୀୟ ବୟାନ ଦିଅନ୍ତି ଏବଂ ପରେ ଚର୍ଚ୍ଚାର ପରିସରକୁ ଆସନ୍ତି। କମଲ ଆର୍ ଖାନ୍ ବର୍ତ୍ତମାନ ସେମିତି କିଛି କରିଥିବା ନଜର ଆସିଛି। ପୂର୍ବରୁ କିଛି ସେଲିବ୍ରେଟ୍ଙ୍କୁ ନେଇ ବିବାଦୀୟ ଟ୍ୱିଟ୍ କରିଥିବା ଓ ଇଣ୍ଡଷ୍ଟ୍ରିର ଲୋକଙ୍କ ସହ ପଙ୍ଗା ନେଇଥିବା କେଆର୍କେ ବର୍ତ୍ତମାନ ବଲିଉଡର 'ପଙ୍ଗା କୁଇନ୍' କଙ୍ଗନା ରାଣାୱତଙ୍କୁ ଟାର୍ଗେଟ୍ କରିଛନ୍ତି।
ଏବେ କରୀନାଙ୍କୁ ନେଇ ବେଶୀ ଚର୍ଚ୍ଚା । ସବୁବେଳେ କରୀନା ବି ଟାଉନରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ମାଲଦ୍ୱୀପରେ ସ୍ୱାମୀ ସୈଫ୍ ଅଲ୍ଲୀ ଖାନଙ୍କ ଜନ୍ମଦିନ ପାଳିଛନ୍ତି କରୀନା କପୁର। ଏନେଇ କରୀନା ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ।
ବଲିଉଡ୍ର ଶହେ ଦଶକର ଚଳଚଞ୍ଚଳ ନାୟିକାଙ୍କ କଥା ଉଠିଲେ ଅଭିନେତ୍ରୀ ମନୀଷା କୋଇରାଲା ବାଦ ପଡିବେନି। 'ବମ୍ବେ', 'ଖାମୋଶି : ଦ ମ୍ୟୁଜିକାଲ୍', 'ଦିଲ୍ ସେ' ଏବଂ 'କମ୍ପାନୀ' ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ମନୀଷା ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଏକଦା ଅଡିସନ ପରେ ବିଦୁ ବିନୋଦ ଚୋପ୍ରା ତାଙ୍କୁ 'ଟେରିବଲ ଆକ୍ଟ୍ରେସ' କହି ପ୍ରତ୍ୟାଖ୍ୟାନ କରିଦେଇଥିଲେ।
ସ୍ୱାଧୀନତାର ୭୫ତମ ବର୍ଷକୁ ଭାରତବାସୀ ଧୁମଧାମରେ ପାଳିଛନ୍ତି। ସବୁ ସ୍ତରର ବ୍ୟକ୍ତି ନିଜ ନିଜ ସଂପର୍କୀୟ ଓ ବନ୍ଧୁବାନ୍ଧବମାନଙ୍କୁ ଶୁଭ ଅଭିନନ୍ଦନ ଜଣେଇଛନ୍ତି। ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ନିଜ ପ୍ରଶଂସକମାନଙ୍କୁ ଏହି ବିଶେଷ ଦିନର ଶୁଭକାମନା ସୋସିଆଲ୍ ମିଡିଆରେ ଦେଇଛନ୍ତି। ଏହି ଧାରାରେ ଅଭିନେତ୍ରୀ ଦିଆ ମିର୍ଜା ମଧ୍ୟ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ସ୍ୱାଧୀନତାର ଶୁଭକାମନା ଦେଇଛନ୍ତି।
ବାଡୁଅ ପାଣିରେ ଗାଧେଇଲେ ବଲିଉଡ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ତଥା ସିନା ନିର୍ମାତା ରିୟା କପୁର। ହାତରେ ଶଙ୍ଖା ଓ ସିନ୍ଥିରେ ସିନ୍ଦୁର ଲଗେଇ ବୋହୂ ବେଶ ସାଜିଲେ। ସେ ତାଙ୍କ ପ୍ରେମିକ କରଣ ବୁଲାଲୀଙ୍କ ସହ ବିବାହ ବନ୍ଦନରେ ବାନ୍ଧି ହୋଇଛନ୍ତି। ଅନିଲ କପୁରଙ୍କ ବଡ ଝିଅ ସୋନମ କପୁରଙ୍କ ବିବାହ ଯେମିତି ସାଧାରଣ ଭାବେ ପାଳନ କରାଯାଇଥିଲା, ଠିକ ସେହିଭଳି ସାନ ଝିଅ ରିୟାଙ୍କ ବିବାହ ମଧ୍ୟ ସାଧାରଣ ଭାବେ ଶେଷ ହୋଇଛି।
ସଞ୍ଜୟ ଲୀଲା ଭଂସାଲୀ ଐଶ୍ୱର୍ଯ୍ୟାଙ୍କ ସହ କାମ କରିବାକୁ ଚିନ୍ତା କରୁଛନ୍ତି। ଯଦି ସବୁ ଠିକ୍ ହୁଏ, ତେବେ ଐଶ୍ୱର୍ଯ୍ୟା ୱେବ୍ ସିରିଜ୍ରେ ଦେଖିବାକୁ ମିଳିବେ। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ- “ୱେବ୍ ସିରିଜର ଯେଉଁଥି ପାଇଁ ପୂର୍ବରୁ ରେଖାଙ୍କ ନାମ ବିଚାର କରାଯାଉଥିଲା ବର୍ତ୍ତମାନ ସେ ସ୍ଥାନ ପାଇଁ ଐଶ୍ୱର୍ଯ୍ୟାଙ୍କ ନାମ ବିଚାରକୁ ନିଆଯାଉଛି । ପ୍ରକୃତ କଥା ହେଉଛି ସଞ୍ଜୟ ଲୀଲା ଭଂସାଲୀଙ୍କ କହିବା କଥା ଯେ ଗତ କିଛି ବର୍ଷ ମଧ୍ୟରେ ରେଖାଙ୍କୁ ନିର୍ଦ୍ଦେଶନା ଦେବା କଷ୍ଟସାଧ୍ୟ ହୋଇପଡିଛି।
ପ୍ରବୀଣ ଗୀତିକାର ତଥା ସ୍କ୍ରିନ୍ ରାଇଟର୍ ଜାଭେଦ୍ ଅଖତର ଆଜିର ଚଳଚ୍ଚିତ୍ର ସଂଗୀତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଅନୁଭବ କରିଛନ୍ତି ଯେ ବର୍ତ୍ତମାନର ଯୁଗର ଚଳଚ୍ଚିତ୍ର ନିର୍ମାତାମାନେ କାହାଣୀକୁ ବଢାଇବା ପାଇଁ ନିଜ ଚଳଚ୍ଚିତ୍ରରେ ଗୀତ ବ୍ୟବହାର କରୁ ନାହାନ୍ତି। ସେମାନେ କେବଳ ଅଧିକ ଟକା ରୋଜଗାର କରିବା ନେଇ ସିନେମାରେ ଗୀତର ବ୍ୟବହାର କରିଥାନ୍ତି।