୨୦୨୨ରେ ବଡ ବଜେଟ୍ ଓ ଆଗଧାଡିର ତାରକାଙ୍କୁ ନେଇ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ତେବେ IMDB ୨୦୨୨ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ତାଲିକା ପ୍ରକାଶ କରିଛି।
ବଲିଉଡ୍ର ଚର୍ଚ୍ଚିତ ଫିଲ୍ମ 'କଭି ଖୁସି କଭି ଗମ୍'କୁ ୨୦ ବର୍ଷ ପୂରିଛି। ତେବେ ଆସନ୍ତୁ ଜାଣିବା ଏହାକୁ କିପରି ମନେପକେଇଛନ୍ତି ଏହି ଫିଲ୍ମର ଶାହରୁଖ ଓ କାଜୋଲଙ୍କ ପୁଅ ଭୂମିକାରେ ଥିବା କ୍ରିଶ୍।
ଜନ୍ ଆବ୍ରାହମ୍ ଅଭିନୀତ ଫିଲ୍ମ 'ଆଟାକ୍'ର ଟିଜର୍ ରିଲିଜ୍ ହୋଇଯାଇଛି। ଫିଲ୍ମର ଏହି ଝଲକ କହୁଛି ଫିଲ୍ମ କେତେ ଜବରଦସ୍ତ ହୋଇଥିବ।
ବଲିଉଡ୍ର ଚର୍ଚ୍ଚିତ ଅଭିନେତ୍ରୀ ହୁମା କୁରେଶୀ ଓ ସୋନାକ୍ଷୀ ସିହ୍ନା ଏବେ ନିଜ ଶରୀରକୁ ପୃଥୂଳ କରିଛନ୍ତି। ତେବେ ଏହା ପଛର କାରଣ କ’ଣ ଜାଣିବା ପାଇଁ ଏହି ରିପୋର୍ଟ ଦେଖନ୍ତୁ।
ମଲାଇକା ସବୁବେଳେ ନିଜ ଷ୍ଟାଇଲରେ ପ୍ରଶଂସକଙ୍କ ମନ କିଣୁଥିବା ବେଳେ ବର୍ତ୍ତମାନ ପୁଣି ଥରେ ତାଙ୍କର ଯାଦୁ ଦେଖେଇଛନ୍ତି। ଏବେ ସୋସିଆଲ୍ ମିଡିଆରେ ମଲାଇକା ଯେଉଁ ଭିଡିଓ ପୋଷ୍ଟ୍ କରିଛନ୍ତି ତାହା ପ୍ରଶଂସକଙ୍କ ହୋସ୍ ଉଡେଇବାରେ ଲାଗିଛି।
ବଲିଉଡ୍ ଅଭିନେତ୍ରୀ କରୀନା କପୁର ଓ ତାଙ୍କର ଘନିଷ୍ଠ ବନ୍ଧୁ ଅମ୍ରିତା ଆରୋରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍ ନିୟମ ଉଲ୍ଲଂଘନ କରି ନିକଟରେ କରୀନା ଅନେକ ପାର୍ଟିରେ ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି। ତେଣୁ ସେ ସୁପର ସ୍ପ୍ରେଡର୍ ହୋଇପାରନ୍ତି ବୋଲି ବିଏମ୍ସି ଆଶଙ୍କା କରୁଛି।
ନିଜ ବୋଲ୍ଡନେସ୍ ଓ ଡ୍ୟାନ୍ସକୁ ନେଇ ନୋରା ଫତେହୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଫଟୋ ସେୟାର କରି ଲୋକଙ୍କୁ ପାଗଳ କରନ୍ତି ତ ପୁଣି କେତେବେଳେ ନିଜ ଭିଡିଓର ଯାଦୁରେ ମାୟା ରଚନ୍ତି। ଏବେ ତାଙ୍କର ଏହି ଫଟୋ ତାଙ୍କ ପ୍ରଶଂସକଙ୍କ ପସନ୍ଦ ପାଲଟିଛି।
ଅଭିନେତ୍ରୀ ସାରା ଅଲି ଖାନ ଖୁବ୍ ଶୀଘ୍ର ଆନନ୍ଦ ଏଲ୍ ରାୟଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଅନ୍ତରଙ୍ଗୀ ରେ'ରେ ଏକ ଦେଶୀ ଲୁକ୍ରେ ନଜର ଆସିବେ। ତେବେ ଏହି ଅବସରରେ ଆସନ୍ତୁ ଜାଣିନେବା ତାଙ୍କର କିଛି ସିକ୍ରେଟ୍ ବିଷୟରେ।
ପ୍ରଥମ ଦିନର ମାନ୍ଦା ରୋଜଗାର ପରେ ଦ୍ୱିତୀୟ ଦିନରେ 'ଚଣ୍ଡିଗଡ଼ କରେ ଆଶିକୀ'ର ଯାଦୁ କାମ ଦେଇଛି। ଏହା ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଭିଡୁଥିବା ବେଳେ ବହୁତ ଭଲ ଲାଭ ମଧ୍ୟ କରିଛି। ଫିଲ୍ମର କାହାଣୀ ଜାଣିଲେ ଆପଣ ବି ଆକର୍ଷିତ ହେବେ।
ଦର୍ଶକଙ୍କୁ ମିଛ କହିଛନ୍ତି ରାଖୀ ସାୱନ୍ତ। ରିତେଶଙ୍କୁ ରାଖୀ ନିଜର ପତି ବୋଲି କହୁଥିବା ବେଳେ ତାଙ୍କର ପତ୍ନି ଓ ପିଲା ମଧ୍ୟ ଅଛନ୍ତି। ରାଖୀ ଏନେଇ କ୍ଷମା ମାଗିବା ସହ ଏଭଳି କରିବାକୁ ତାଙ୍କୁ 'ବିଗ୍ ବସ୍' ଶୋ’ ତରଫରୁ ବାଧ୍ୟ କରାଯାଇଥିବା ସେ କହିଛନ୍ତି।
ନିଜର ପ୍ରେମକୁ ନେଇ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ କ୍ୱିନ୍ ସୋନାକ୍ଷୀ ସିହ୍ନା। ନିକଟରେ ସଲମାନ ଖାନଙ୍କ କେହି ନିକଟତମ ବ୍ୟକ୍ତିଙ୍କ ସହ ତାଙ୍କର ସଂପର୍କ ଥିବା ନେଇ ଖବର ଆସିଥିଲା। ତେବେ ଏହି ରିପୋର୍ଟରୁ ଜାଣନ୍ତୁ କିଏ ସେଇ ବ୍ୟକ୍ତି ଯିଏ ସୋନାକ୍ଷୀଙ୍କ ମନ କିଣିଛି।
ସମସ୍ତଙ୍କ ହୃଦୟକୁ ଛୁଇଁଛି ଫିଲ୍ମ ‘ଜୟ ଭୀମ୍’। ଏନେଇ ଫିଲ୍ମକୁ ମିଳିଛି ସଫଳତା। ଆଇଏମ୍ଡିବିର ୨୦୨୧ର ଟପ୍ ଫିଲ୍ମ ତାଲିକାର ଶୀର୍ଷରେ ରହିଛି। ଏନେଇ ଖୁସିରେ କ’ଣ କୁହନ୍ତି ଫିଲ୍ମର ମୁଖ୍ୟ ନାୟକ ତଥା ନିର୍ମାତା ସୂର୍ଯ୍ୟା ଆସନ୍ତୁ ଜାଣିବା।
ବିବାହ ବନ୍ଧନରେ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ବଲିଉଡରେ ଏହି ଦୁଇ ଅଭିନେତା ଅଭିନେତ୍ରୀ ଯୋଡ଼ି ପରସ୍ପରର ହାତ ଧରିଛନ୍ତି । ଗତକାଲି ରାଜସ୍ଥାନର ଐତିହାସିକ ସୱାଇ ମାଧୋପୁର ଦୁର୍ଗରେ ରାଜକୀୟ ଢଙ୍ଗରେ ବିବାହ ବାହାଘର ହୋଇଥିଲା ।
କ୍ୟାଟ୍ରିନା କୈଫ୍ଙ୍କ ପିଲାଦିନ ଥିଲା ବହୁ ଦୁଃଖମୟ। ସେ ଛୋଟ ଥିଲା ବେଳେ ତାଙ୍କ ବାପା-ମା’ଙ୍କର ହୋଇଥିଲା ବିଛେଦ। ତେବେ ଏହା ପରେ କ’ଣ ହୋଇଥିଲା, କିପରି ହୋଇଥିଲା ତାଙ୍କ ଜୀବନ ଯାପନ ଆସନ୍ତୁ ସେ ବିଷୟରେ ଜାଣିନେବା।
ଆଜି ହାତକୁ ଦିହାତ ହେବେ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ୍ । ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ର ଏହି ଲଭ୍ ବାର୍ଡ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି। ରାଜସ୍ଥାନର ସୱାଇ ମାଧୋପୁରର ଐତିହାସିକ ଦୁର୍ଗରେ ବାହାଘର ହେବ ।
ଆଜି ହାତକୁ ଦି ହାତ ହେବେ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ଭିକି କୌଶଲ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି । ରାଜସ୍ଥାନର ସୱାଇ ମାଧୋପୁରର ଐତିହାସିକ ଦୁର୍ଗରେ ହେବ ବାହାଘର ।
ଭିକୀ କୌଶଲ ଓ କ୍ୟାଟ୍ରୀନା କୈଫ୍ଙ୍କ ବିବାହକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଉଭୟଙ୍କ ମଧ୍ୟରେ କେବେ, କେଉଁଠି ଓ କିପରି ହୋଇଯାଇଥିଲା ପ୍ରେମ ତାହା କେହି ଜାଣିପାରି ନଥିଲେ। ତେବେ ଆସନ୍ତୁ ଜାଣିବା ଏହି ଦୁଇ ତାରକାଙ୍କ ପ୍ରେମ କାହାଣୀ ବିଷୟରେ।
ବଲିଉଡ୍ରେ ରହିଛି ଏମିତି କିଛି ବିବାଦୀୟ ବିବାହ ଯାହା ସବୁବେଳେ ଚର୍ଚ୍ଚାରେ ରହିଆସିଛି। ତେବେ କେଉଁ କେଉଁ ବିବାହ ହୋଇପଡିଛି ବିବାଦୀୟ ଓ ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିନେବା।
ଆୟୁଷ୍ମାନ ଖୁରାନା ଓ ବାଣୀ କପୁରଙ୍କ ଅଭିନୀତ ଫିଲ୍ମ 'ଚଣ୍ଡିଗଡ଼ କରେ ଆଶିକୀ' ମୁକ୍ତିଲାଭ ଅପେକ୍ଷାରେ। କିନ୍ତୁ ଏହାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କେଆର୍କେ। ସେ କହିଛନ୍ତି ଯେ ଏହା ହେଉଛି ଏକ ‘ସପ୍ଟ ପର୍ଣ୍ଣ ଫିଲ୍ମ’।
ଅହାନ ଶେଟ୍ଟୀ ଓ ତାରା ସୁତାରିଆଙ୍କ ଅଭିନୀତ ‘ତଡପ୍’ ବକ୍ସ ଅଫିସ୍ରେ ଧମାଲ କରିଚାଲିଛି। ଆଗଧାଡିର ଅଭିନେତାଙ୍କୁ ଟକ୍କର ଦେଇ ଭଲ ରୋଜଗାର କରିଚାଲିଛି।
ଶୋ’ ପାଇଁ ବିଦେଶ ବାହାରିଥିବା ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଗତକାଲି ମୁମ୍ବାଇ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା। ଏକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି।
ଫିଲ୍ମ ‘ବବ୍ ବିଶ୍ୱାସ’ରେ ଅଭିଷେକ ବଚ୍ଚନଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି। ସେ ଏଥିରେ ଜଣେ କିଲର୍ ଭୂମିକା ନିଭାଉଛନ୍ତି। ଏହା ସହିତ ଜଣେ ପତି ଓ ଜଣେ ପିତାର ଭୂମିକାକୁ ବାସ୍ତବତାର ସହିତ ଫୁଟେଇଛନ୍ତି ସେ।
ବଲିଉଡ୍ର ଏକ ଜଣାଶୁଣା ନାଁ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍, ଯିଏ ଶ୍ରୀଲଙ୍କାରୁ ଆସି ବଲିଉଡ୍ରେ ଜାଗା ମାଡି ବସିଛନ୍ତି। ତେବେ ଏହା କିପରି ସମ୍ଭବ ହେଲା? ଆସନ୍ତୁ ଜାଣିବା…
ଆଉ କେଇଟା ଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ କ୍ୟାଟ୍ରିନା କୈଫ ଓ ଭିକି କୌଶଲ । ଏହି ଦୁଇ ବଲିଉଡ ଷ୍ଟାର୍ ଡିସେମ୍ବର ୯ରେ ବିବାହ କରିବାକୁ ଥିବା ବେଳେ, ରାଜସ୍ଥାନ ସବାଇ ମାଧୋପୁରରେ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ତେବେ ପ୍ରତିଦିନ ଏହି ଷ୍ଟାର୍ ଯୋଡ଼ିଙ୍କ ବିବାହକୁ ନେଇ ଆସୁଛି ନୂଆ ନୂଆ ରୋଚକ କଥା ...
ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହନ୍ତି ବିଗ ବି ଅମିତାଭ ବଚ୍ଚନ । ନିକଟରେ ପୁଅ ଅଭିଷେକ ବଚ୍ଚନଙ୍କୁ ନେଇ ଏକ କବିତା ମାଧ୍ୟମରେ ସେ ଏକ ଭିଡ଼ିଓ ଶେୟାର କରିଛନ୍ତି । ପ୍ରେମ ଓ ବିଶ୍ୱାସରେ ଭରା ଏହି ଭିଡ଼ିଓ ଦେଖିବା ପରେ ଅଭିଷେକ ବଚ୍ଚନ ଭାବୁକ ହୋଇ ପଡିଛନ୍ତି ।