୨ଟି ବସ୍ ସମେତ ୧୦ଟି ବାଇକ ଓ ଶହେରୁ ଅଧିକ ଲୋକ ଫସିଛନ୍ତି
ପୁଣି ମଝି ଚିଲିକାରେ ଅଟକିଲା ଭସାପୋଲ। ଭସାପୋଲଟି ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ଆଜି ସକାଳେ ମହିଁଷା ଗାଁ ନିକଟରେ ମଝି ଚିଲିକାରେ ଫସି ଯାଇଥିବା ସୂଚନା ମିଳିଛି। ଭସାପୋଲରେ ୨ଟି ବସ୍, ଗୋଟିଏ ବୋଲେରୋ, ୧୦ରୁ ଅଧିକ ବାଇକ୍ ଓ ଶତାଧିକ ଯାତ୍ରୀ ଥିବା ଜଣାପଡ଼ିଛି।